Cricket

ଇଣ୍ଡିଜ୍ କୁ ପରାସ୍ତ କରିବା ପରେ ‘ହିଟ୍ ମ୍ୟାନ୍’ଙ୍କ ଆତ୍ମବିଶ୍ୱାସ ଆକାଶଛୁଆଁ

(ଓଡିଶା ସ୍ପୋର୍ଟ): ଇଣ୍ଡିଜ୍ ବିପକ୍ଷରେ ତିନୋଟି ମ୍ୟାଚ୍ ରେ ଭଲ ପ୍ରଦର୍ଶନ କରିବା ପରେ ଭାରତୀୟ ଟିମ୍ କୁ ୯ ଦିନ ମଧ୍ୟରେ ଅଷ୍ଟ୍ରେଲିଆ ଯିବାର ଅଛି । ଭାରତର କାର୍ଯ୍ୟବାହକ କ୍ୟାପ୍ଟେନ୍ ରୋହିତ ଶର୍ମା ରବିବାର ଦିନ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ସିରିଜ୍ ରେ ୩-୦ ରେ କ୍ଲିନ୍ ସ୍ୱିପ୍ କରିବା ପରେ କହିଥିଲେ ଭାରତର ମନୋବଳ ଉଚ୍ଚ ଅଟେ । ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚ୍ ର ଆରମ୍ଭ ୨୧ ନଭେମ୍ବରରେ ବ୍ରେସବେନ୍ ତିନିଗୋଟି ମ୍ୟାଚ୍ ଟି-୨୦ ସିରିଜ୍ ରେ ହେବ । ରୋହିତ କହିଥିଲେ ଅଷ୍ଟ୍ରେଲିଆ ମ୍ୟାଚ୍ ପୂର୍ବରୁ ଶିଖର ଧାୱବନଙ୍କୁ ଫାର୍ମକୁ ଫେରିବା ମହତ୍ୱପୂର୍ଣ୍ଣ ଥିଲା । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପୁରା ଏକଦିବସିୟ ଅନ୍ତଃରାଷ୍ଟ୍ରିୟ ସିରିଜ୍ ରେ ସଂଘର୍ଷ କରିଥିବା ଶିଖର ଧାୱନ୍ ରବିବାର ଦିନ ଏଠାରେ ତୃତୀୟ ଏବଂ ଶେଷ ଟି-୨୦ଅନ୍ତଃରାଷ୍ଟ୍ରିୟ ମ୍ୟାଚ୍ ରେ ୬୨ ବଲ୍ ରେ ୯୨ ରନ୍ ର ପାଳି ଖେଳିଥିଲେ, ଯେଉଁଥିରେ ଭାରତ ହେମମାନ ଟିମ୍ କୁ ୬ ୱେକେଟ୍ ରେ ପରାସ୍ତ କରି ୩-୦ ରେ କ୍ଲିନ୍ ସ୍ୱିପ୍ କରିଥିଲା । ଧାୱନ୍ ଏବଂ ନୂତନ ଖେଳାଳୀ ତୃଷଭ ପନ୍ତ(୫୩ ରନ୍, ୨୫ ବଲ୍) ତୃତୀୟ ୱେକେଟ୍ ପାଇଁ ୮୦ ବଲ୍ ରେ ୧୩୦ ସଂଗ୍ରହ କରି ୧୮୨ ରନ୍ ର ଲକ୍ଷକୁ ପୁରଣ କରିପାରିଥିଲା ।

ରୋହିତ୍ ଟିମ୍ ର ନୁଆ ଖେଳାଳୀ କୃଣାଲ୍ ପାଣ୍ଡ୍ୟାଙ୍କ ପ୍ରସଂଶା କରିଥିଲେ ଏବଂ କହିଥିଲେ କାଙ୍କଭଳି ନିଡର କ୍ରିକେଟର ଭାରତକୁ ଫାଇଦା ହେବ । ସେ କହିଥିଲେ ଯେତେବେଳେ ଏପରି ସିରିଜ୍ ଜିତାଯାଏ ମନୋବଳ ଉଚ୍ଚା ହୋଇଥାଏ । ଏହି ମନୋବଳକୁ ଆଗକୁୁ ବଢାଇବା ଜରୁରି ଅଟେ । ଏହା ସତ୍ୟ ଅଟେ କି ଅଷ୍ଟ୍ରେଲିଆରେ ଅଲଗା ପ୍ରକାର ପ୍ରତିଦ୍ୱନ୍ଦିତା ହେବ, କିନ୍ତୁ ଆମକୁ ଏକ୍ୟୁଟ ହୋଇ ଯେଉଁଭଳି ପ୍ରଦର୍ଶନ କରିଛନ୍ତି, ସେହିଭଳି କରିବାକୁ ହେବ ।

Related posts

ଧୋନି କହିଲେ ତାଙ୍କର ପରବର୍ତ୍ତୀ ଯୋଜନା; ଆଇପିଏଲରୁ ଅବସର ନେବା ପରେ କ’ଣ କରିବେ?

Odisha Sports Bureau

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହୋଇପାରନ୍ତି ଗୌତମ ଗମ୍ଭୀର !

ଦିନିକିଆ ହାରିବାର କାରଣ କହିଲେ କୋହଲି

Odisha Sports Bureau