Cricket

ଡ୍ରେସିଂ ରୁମ୍ ରେ ବସି କାନ୍ଦୁଥିବା ନଜର ଆସିଛନ୍ତି ରୋହିତ ଶର୍ମା

କାନ୍ଦିଲେ ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ତଥା ହିଟ୍ ମ୍ୟାନ୍ ରୋହିତ ଶର୍ମା। ଡ୍ରେସିଂ ରୁମ୍ରେ ବସି ସେ କାନ୍ଦୁଥିବା ନଜର ଆସିଛନ୍ତି। ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତକାଲି ଆଇପିଏଲ୍ରେ ୫୫ତମ ମ୍ୟାଚ୍ ଥିଲା। ଆଉ ସେଥିରେ ମୁହାଁମୁହିଁ ହୋଇଥିଲେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ୍ରେ ହାଇଦ୍ରାବାଦକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ହୋଇଥିଲା । ଏହା ପରେ ମଧ୍ୟ ରୋହିତ ଶର୍ମା ଖୁସି ନଥିଲେ। ସେ ବେଶ୍ ଦୁଃଖିତ ନଜର ଆସିଛନ୍ତି। ଏପିରକି ଡ୍ରେସିଂ ରୁମ୍ରେ ବସି ତାଙ୍କୁ କାନ୍ଦୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ମାନେ ଚକିତ ହୋଇ ପଡିଛନ୍ତି।
ତେବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସତରେ କ’ଣ ହିଟ୍ ମ୍ୟାନ୍ କାନ୍ଦୁଛନ୍ତି, ନା ଅନ୍ୟ ଏକ ପ୍ରକାର ଭାବନା ଦେଉଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ଭିଡିଓକୁ ଦେଖି ତାଙ୍କ ଅନେକ ଫ୍ୟାନ୍ମାନେ ମଧ୍ୟ ଦୁଃଖପ୍ରକାଣ କରିଛନ୍ତି । ଚାରିଆଡୁ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। କାହିଁକି ରୋହିତ୍ ଶର୍ମା କାନ୍ଦୁଛନ୍ତି? ସେ ଥକି ଯାଇଛନ୍ତି କି? ଏଭଳି ଅନେକ ପ୍ରଶ୍ନ ତାଙ୍କ ଫ୍ୟାନ୍ମାନେ ପଚାରିଛନ୍ତି।
ଗତକାଲି ହାଇଦ୍ରାବାଦକୁ ୭ ଓ୍ୱିକେଟ୍ରେ ହରାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ହାଇଦ୍ରାବାଦ ବିରୋଧ ମ୍ୟଚ୍ରେ ସୂର୍ୟ୍ୟ କୁମାର ଯାଦବ ସେଞ୍ଚରୀ ମାରି ଟିମ୍କୁ ଜିତାଇ ଥିଲେ। ତେବେ ରୋହିତ ଶର୍ମା ଉକ୍ତ ମ୍ୟାଚ୍ରେ କେବଳ ୪ ରନ୍ ହିଁ କରିପାରି ଥିଲେ।ତେବେ ଦେଖିବାକୁ ଗଲେ ରୋହିତ ଶର୍ମା ଏହି ଏହି ସିଜିନରେ ସେତେଟା ଭଲ ଫର୍ମରେ ନାହାଁନ୍ତି । ତାଙ୍କ ବ୍ୟାଟରୁ ଆଉ ରନ୍ ଆସୁନାହିଁ । ରୋହିତ ଆଇପିଏଲ ୨୦୨୪ରେ ୧୨ଟି ମ୍ୟାଚ୍ ଖେଳିଛନ୍ତି । ଏପର୍ୟ୍ୟନ୍ତ ଖେଳାଯାଇଥିବା ମ୍ୟାଚ ଗୁଡିକରେ ପାଞ୍ଚଟି ମ୍ୟା ଚ୍ ଅଛି ଯେଉଁଥିରେ ରୋହିତ ଶର୍ମା ଡବଲ ଅଙ୍କ ଅତିକ୍ରମ କରିବାରେ ସକ୍ଷମ ହୋଇ ନାହାଁନ୍ତି । ତିନୋଟି ମ୍ୟାଚରେ ୩୦ ରନ୍ ସ୍କୋର ଅତିକ୍ରମ କରିଛି । କିନ୍ତୁ ଅଦ୍ୟାବଧି ସେ ଗୋଟିଏ ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇ ନାହାଁ ନ୍ତି । କେବଳ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ସେ ୬୩ ବଲରେ ଅପରାଜିତ ୧୦୫ ରନ୍ ସ୍କୋର କରିଥିଲେ । ଯେଉଁଥିରେ ୧୧ ଚଉକା ଓ୫ଟି ଛକା ମାରିଥିଲେ ।

Related posts

ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

Odisha Sports Bureau

ମଇଦାନରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ ଏକାଦଶ ପଞ୍ଜାବ

Odisha Sports Bureau

ଟସ୍ ଜିତିଲା USA, ପ୍ରଥମେ କରିବ ବୋଲିଂ

Odisha Sports Bureau