ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ ରେ ଆଜି ମୁହାଁ ମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଏହି ମ୍ୟାଚ ସେଣ୍ଟ ଲୁସିଆରେ ଖେଳାଯିବ । କଙ୍ଗରୁ ଦଳ ପାଇଁ ଏହି ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ତେବେ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଶଂସକଙ୍କ ପାଇଁ ନିରାଶଜନକ ଖବର ଆସ ପହଞ୍ଚିଛି । ଲେଣ୍ଟ ଲୁସିଆରେ ବର୍ଷା ଜାରି ରହିଛି । ମ୍ୟାଚ ଆରମ୍ଭ ହେବାର ୫ ଘଣ୍ଟା ପୂର୍ବରୁ ପ୍ରବଳ ବର୍ଷା ହେବାର ଭିଡିଓ ସାମ୍ନାକୁ ଆସିଛି । ପାଣିପାଗକୁ ଖେଖି ଲାଗୁଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ବିନା ଟସରେ ରଦ୍ଦ ହୋଇପାରେ । ଯଦି ଏହି ମ୍ୟାଚ ବାତିଲ ହୁଏ ତେବେ ଅଷ୍ଟ୍ରେଲିଆର ସେମି ଫାଇନାଲ ଯିବା କର ହୋଇ ପଡିବ । କାରଣ ବାତିଲ ହେଲେ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ । ଭାରତ ମୋଟ ୫ ପଏଣ୍ଟ ସହ ସେମିରେ ପ୍ରବେଶ କରିବ ଏବଂ ଅଷ୍ଟ୍ରେଲିଆ ୩ ପଏଣ୍ଟ ସହ ବାଂଲାଦେଶ ଓ ଆଫଗାନିସ୍ତାନ ମ୍ୟାଚର ଫଳଫଳ ଉପରେ ନିର୍ଭର କରିବ । ଯଦି ଆଫଗାନିସ୍ତାନ ବାଂଲାଦେଶକୁ ହରାଇଦିଏ ଦେବେ ଦଳ ସେମିରେ ପହଞ୍ଚିଯିବ । ଯଦି ବାଂଲାଦେଶ ବିଜୟ ହୁଏ ତେବେ ଅଷ୍ଟ୍ରେଲିଆ ସେମିରେ ପହଞ୍ଚିଯିବ । ତେଣୁ ଗ୍ରୁପ୧ରେ ଆଜିର ମ୍ୟାଚ ଓ ଆସନ୍ତାକାଲି ବାଂଲାଦେଶ ବନାମ ଆଫଗାନିସ୍ତାନ ମ୍ୟାଚ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଏବେ ସବୁ ପାଣିବାଗ ଉପରେ ନିର୍ଭର କରେ ।
previous post