Cricket

ଲେଣ୍ଟ ଲୁସିଆରେ ବର୍ଷା ଜାରି , ରଦ୍ଦ ହୋଇପାରେ ଆଜିର ମ୍ୟାଚ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ ରେ ଆଜି ମୁହାଁ ମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଏହି ମ୍ୟାଚ ସେଣ୍ଟ ଲୁସିଆରେ ଖେଳାଯିବ । କଙ୍ଗରୁ ଦଳ ପାଇଁ ଏହି ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ତେବେ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଶଂସକଙ୍କ ପାଇଁ ନିରାଶଜନକ ଖବର ଆସ ପହଞ୍ଚିଛି । ଲେଣ୍ଟ ଲୁସିଆରେ ବର୍ଷା ଜାରି ରହିଛି । ମ୍ୟାଚ ଆରମ୍ଭ ହେବାର ୫ ଘଣ୍ଟା ପୂର୍ବରୁ ପ୍ରବଳ ବର୍ଷା ହେବାର ଭିଡିଓ ସାମ୍ନାକୁ ଆସିଛି । ପାଣିପାଗକୁ ଖେଖି ଲାଗୁଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ବିନା ଟସରେ ରଦ୍ଦ ହୋଇପାରେ । ଯଦି ଏହି ମ୍ୟାଚ ବାତିଲ ହୁଏ ତେବେ ଅଷ୍ଟ୍ରେଲିଆର ସେମି ଫାଇନାଲ ଯିବା କର ହୋଇ ପଡିବ । କାରଣ ବାତିଲ ହେଲେ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିବ । ଭାରତ ମୋଟ ୫ ପଏଣ୍ଟ ସହ ସେମିରେ ପ୍ରବେଶ କରିବ ଏବଂ ଅଷ୍ଟ୍ରେଲିଆ ୩ ପଏଣ୍ଟ ସହ ବାଂଲାଦେଶ ଓ ଆଫଗାନିସ୍ତାନ ମ୍ୟାଚର ଫଳଫଳ ଉପରେ ନିର୍ଭର କରିବ । ଯଦି ଆଫଗାନିସ୍ତାନ ବାଂଲାଦେଶକୁ ହରାଇଦିଏ ଦେବେ ଦଳ ସେମିରେ ପହଞ୍ଚିଯିବ । ଯଦି ବାଂଲାଦେଶ ବିଜୟ ହୁଏ ତେବେ ଅଷ୍ଟ୍ରେଲିଆ ସେମିରେ ପହଞ୍ଚିଯିବ । ତେଣୁ ଗ୍ରୁପ୧ରେ ଆଜିର ମ୍ୟାଚ ଓ ଆସନ୍ତାକାଲି ବାଂଲାଦେଶ ବନାମ ଆଫଗାନିସ୍ତାନ ମ୍ୟାଚ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଏବେ ସବୁ ପାଣିବାଗ ଉପରେ ନିର୍ଭର କରେ ।

Related posts

ଭାରତ-ନ୍ୟୁଜଲ୍ୟାଣ୍ଡ ଟି୨୦ ସିରିଜରୁ ବାଦ ପଡ଼ିପାରନ୍ତି ଧାୱନ

Odisha Sports Bureau

ଆଇସିସି ଇଭେଣ୍ଟରେ ପୁରୁଷ ଏବଂ ମହିଳା ଟିମକୁ ମିଳିବ ସମାନ ପୁରଷ୍କାର ରାଶି

Odisha Sports Bureau

ଇଣ୍ଡିଜ୍ କୁ ପରାସ୍ତ କରିବା ପରେ ‘ହିଟ୍ ମ୍ୟାନ୍’ଙ୍କ ଆତ୍ମବିଶ୍ୱାସ ଆକାଶଛୁଆଁ

Odisha Sports Bureau