Cricket

ବାଂଲାଦେଶ ବିପକ୍ଷରେ ମ୍ୟାଚ ପାଇଁ ପ୍ରସ୍ତୁତ କରୁଛି ଟିମ ଭାରତ

ବିଶ୍ୱକପରେ ଭାରତ ତିନିଥର ବିଜୟ ହାସଲ କରିଛି । ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ଯୋଗଦାନ ଟିମରେ ଗୁରୁତ୍ୱପୂର୍ଣ୍ଣ ରହିଛି । ବିଶ୍ୱକପରେ ୩ଟି ଇନଂସରେ ୧ଟି ଶତକ ଏବଂ ୧ଟି ଅର୍ଦ୍ଧଶତକ ମାରିସାରିଛନ୍ତି । ତେବେ ବଶ୍ୱକପରେ ଆସନ୍ତାକାଲ ଭାରତ ବାଂଲାଦେଶ ପୁଣେରେ ମୁହାଁମୁହିଁ ହେବେ ।

ସେପଟେ ୩ଟି ମ୍ୟାଚ୍ ଖେଳି କେବଳ ଗୋଟିଏ ବିଜୟ ହାସଲ କରିଛି ବାଂଲାଦେଶ । ବାଂଲାଦେଶ ବିପକ୍ଷ ମ୍ୟାଚ ପାଇଁ ନେଟସରେ ବୋଲିଂ ଅଭ୍ୟାସ କରୁଛନ୍ତି ରୋହିତ ଶର୍ମା । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।ପୂର୍ବରୁ ୨୦୧୬ରେ ରୋହିତ ଦିନିକିଆ ମ୍ୟାଚରେ ଶେଷ ଥର ବୋଲିଂ କରିଥିଲେ । ରୋହିତ ଏକ ଓଭର ବୋଲିଂ କରି ୧୧ ରନ୍‌ ଦେଇଥିଲେ । ତା’ପରେ ରୋହିତ ୩ଟି ଫର୍ମାଟରେ ବୋଲିଂ କରିସାରିଛନ୍ତି । ଆଇପିଏଲରେ ରୋହିତଙ୍କ ନାମରେ ହ୍ୟାଟ୍ରିକ ରେକର୍ଡ ରହିଛି । ତାଙ୍କ କାନ୍ଧରେ ଆସିଥିବା ଆଘାତ ଯୋଗୁଁ ବୋଲିଂ କରୁନାହାନ୍ତି ।

Related posts

କେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତ ନିଜର ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ ହୋଇଯାଇଛି

Odisha Sports Bureau

କ’ଣ ଟିମ୍ ଇଣ୍ଡିଆ ପାଖକୁ ଆସିବ ତୃତୀୟ ବିଶ୍ୱକପ୍? ଉତ୍ତର ଦେଲେ ରୋହିତ ଶର୍ମା

Odisha Sports Bureau

ଚଳିତ IPL ପରେ ଅନେକ କ୍ରିକେଟର ନେଇପାରନ୍ତି ଅବସର