Cricket

କେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତ ନିଜର ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ ହୋଇଯାଇଛି

ଲଣ୍ଡନ:- କେନିଙ୍ଗଟନ ଓଭାଲ ଟେଷ୍ଟରେ ଭାରତ ନିଜର ପ୍ରଥମ ଇନିଂସରେ ୨୨୪ ରନରେ ଅଲଆଉଟ ହୋଇଯାଇଛି । ଗସ୍ ଅଟକିନସନ ଓ ଜୋସ୍ ଟଙ୍ଗଙ୍କ ଘାତକ ବୋଲିଂ ଆଗରେ ଭାରତୀୟ ଖେଳାଳି ଧରାଶାୟୀ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ଓଭାଲ୍ ଟେଷ୍ଟରେ, ଭାରତୀୟ ଦଳ ପ୍ରଥମ ଇନିଂସ୍‌ରେ ମାତ୍ର ୨୨୪ ରନ୍‌ କରିଛି ।

ଦ୍ୱିତୀୟ ଦିନରେ, ଟିମ୍ ଇଣ୍ଡିଆ ମାତ୍ର ୨୮ ମିନିଟ୍ ରେ ୧୮ ବଲ୍‌ ରେ ହାର ମାନିଥିଲା । ପ୍ରଥମ ଦିନରେ ୨୦୪ ରନ୍‌ରେ ୬ଟି ୱିକେଟ୍ ହରାଇବା ପରେ ଦ୍ୱିତୀୟ ଦିନରେ ୩୦୦ ରନ୍‌ରେ ପହଞ୍ଚିବାର ଚ୍ୟାଲେଞ୍ଜ ଟିମ୍ ଇଣ୍ଡିଆ ପାଖରେ ଥିଲା କିନ୍ତୁ ଏହା ସମ୍ଭବ ହୋଇପାରିଲା ନାହିଁ । ଦ୍ରୁତ ବୋଲର ଗସ୍ ଆଟକିନସନ୍ ଏବଂ ଜୋଶ୍ ଟଙ୍ଗ୍ ମିଳିତ ଭାବରେ ମାତ୍ର ୩୪ ବଲ୍‌ ବୋଲିଂ କରିଥିଲେ । ଫଳରେ ଭାରତୀୟ ଟିମ୍ ର ଚାରିଟି ୱିକେଟ୍ ର ପତନ ଘଟିଥିଲା । ପ୍ରଥମ ଦିନରେ ଅର୍ଦ୍ଧଶତକ ହାସଲ କରିଥିବା କରୁଣ ନାୟାରଙ୍କଠାରୁ ଏକ ବଡ଼ ଇନିଂସ୍ ଆଶା କରିଥିଲେ ପ୍ରଶଂସକ କିନ୍ତୁ ସେ ନିଜ ସ୍କୋର୍‌ରେ କେବଳ ପାଞ୍ଚ ରନ୍‌ ଯୋଡ଼ିବାରେ ସକ୍ଷମ ହୋଇଥିଲେ । କରୁଣ ନାୟାର ମାତ୍ର ୫୭ ରନ୍ କରି ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବରେ ଆଉଟ୍ ହୋଇଥିଲେ । ଦ୍ୱିତୀୟ ଦିନ ଖେଳରେ ଟିମ୍ ଇଣ୍ଡିଆ ମାତ୍ର ୩୦ ମିନିଟ୍ ପାଇଁ ମଧ୍ୟ ଷ୍ଟାଡିୟମ କ୍ରିଜରେ ତ୍ରିଷ୍ଟି ପାରି ନଥିଲା । ଖେଳ ଆରମ୍ଭ ହେବାର ୨୮ ମିନିଟ୍ ମଧ୍ୟରେ ବଳକା ଚାରୋଟି ୱିକେଟ୍ ପତନ ହୋଇଥିଲା ।

Related posts

ଆଇପିଏଲରେ ଷ୍ରେଷ୍ଠ ୫ଟି ଲମ୍ବା ଛକା ମାରିଥିବା ଖେଳାଳି

Odisha Sports Bureau

ଶାହିଦ ଆଫ୍ରିଦି ଜଣେ ମିଛୁଆ, 2011 ବିଶ୍ୱକପ୍ ମ୍ୟାଚ୍ ବିଷୟରେ ଏହି ଦାବି କରିଥିଲେ, ଜାଣନ୍ତୁ ସମ୍ପୂର୍ଣ୍ଣ ସତ୍ୟ

Odisha Sports Bureau

ବାରବାଟୀ ମ୍ୟାଚ ପାଇଁ ଭୁବନେଶ୍ୱରରେ ଇଣ୍ଡୋ-ଇଣ୍ଡିଜ ଦଳ

Odisha Sports Bureau