Football

ସୋସିଆଲ ମିଡିଆରେ ଗୁଜବ: ରୋନାଲଡୋଙ୍କୁ ମିଳିନି ସ୍ୱର୍ଣ୍ଣିମ ବାଇକ୍

ରିୟାଦ : ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସାଉଦି ଆରବ ସରକାର ଏକ ୨୨ କ୍ୟାରେଟ୍ ସୁନାରେ ଆଛାଦିତ ବାଇକ୍ ଉପହାର ଦେଇଥିବା କଥା ଏବେ ଚାରିଆଡେ ଚର୍ଚ୍ଚା ହେଉଛି । ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ରୁ ପ୍ରଥମେ ଏହି ଖବର ପୃଷ୍ଟି ହେବା ପରେ ଭାଇରାଲ୍ ହୋଇଯାଇଥିଲା। ବିଶେଷ କରି ସାମାଜିକ ଗଣାମାଧ୍ୟମରେ। ଏହି ଖବରକୁ ଅନୁସଂଧାନ କରଯିବା ପରେ ସ୍ପଷ୍ଟ ହୋଇଛି ସାଉଦି ସରକାର ଏଭଳି କୌଣସି ଉପହାର ଦେଇନାହାନ୍ତି। ସାଉଦି ଆରବର ଗୋଟିଏ ବି ଖବର ସରବରାହ ସଂସ୍ଥା କି ୱେବସାଇଟରେ ଏଭଳି ସୂଚନା ପ୍ରସାରଣ କରାଯାଇନାହିଁ । ଭାରତରେ ମଧ୍ୟ ଅବସରପ୍ରାପ୍ତ ଆଇପିଏସ୍ ତଥା ରମଣ ମାଗାସେସ୍ ପୁରସ୍କାରପ୍ରାପ୍ତ କିରଣ ବେଦୀ ଏଭଳି ଖବରକୁ ନିଜ ଆକାଉଣ୍ଟରେ ଉଲ୍ଲେଖ କରିଥିଲେ। ଶେଷରେ ଏହା ଏକ ମିଛ ଖବର ବୋଲି ଜଣାପଡ଼ିଛି। ଏପରିକି ଯେଉଁ ଫଟୋଚିତ୍ରଟି ସେୟାର କରାଯାଇଛି ତାହା ମଧ୍ୟ ୨୨ କ୍ୟାରଟ ସୁନାରେ ଆଛାଦିତ ନୁହେଁ କି ରୋନାଲଡୋଙ୍କର ନୁହେଁ ବୋଲି ସ୍ପଷ୍ଟ ହୋଇଛି। ଗତବର୍ଷଠାରୁ ପର୍ତ୍ତୁଗାଲ୍ କିମ୍ବଦନ୍ତି ରୋନାଲ୍ଡୋ ଅଲ୍ ନାସର୍ କ୍ଲବ୍ରୁ ପ୍ରତିନିଧିତ୍ବ କରୁଥିବା ବେଳେ ଅଦ୍ୟାବଧି ଏହି ସାଉଦି କ୍ଲବ୍ ପାଇଁ ୧୪ ମ୍ୟାଚ୍ରୁ ୧୩ ଗୋଲ୍ ଦେଇ ସାରିଛନ୍ତି। ସାଉଦି ପ୍ରୋ ଲିଗ୍ରେ ଅଲ୍ ନାସର୍ ମଧ୍ୟ ପଏଣ୍ଟ ଟେବୁଲ୍ର ଦ୍ବିତୀୟ ସ୍ଥାନରେ ରହିଛି।

Related posts

ଏସଏଏଫଏଫ୍ ୟୁ-୧୮: ‘ଡ୍ର’ରେ ଶେଷ ହେଲା ଭାରତ-ବାଙ୍ଗଲାଦେଶ ମୁକାବିଲା

Odisha Sports Bureau

ଚେନ୍ନାଇନକୁ ହରାଇଲା ଏଟିକେ

Odisha Sports Bureau

ଫାଇନାଲ ମ୍ୟାଚ ଖେଳି ନ ପାରନ୍ତି ଲିଓନେଲ ମେସି

Odisha Sports Bureau