Cricket

ଆଜିର ଦିନରେ ସଚିନ ତେନ୍ଦୁଲକର ଏବଂ ବକାର ୟୁନିସ୍ ନିଜ ନିଜର ଅନ୍ତଃରାଷ୍ଟ୍ରିୟ କ୍ୟାରିୟର ଆରମ୍ଭ କରିଥିଲେ

(ଓଡିଶା ସ୍ପୋର୍ଟ): କ୍ରିକେଟକୁ ବିଶ୍ୱରେ ଏକ ଅଲଗା ପ୍ରକାର ପରିଜୟ ଦେଇଥିବା ମହାନ୍ ବ୍ୟାଷ୍ଟ୍ ମ୍ୟାନ୍ ସଚିନ୍ ତେନ୍ଦୁଲକର ଏବଂ ନିଜର ସ୍ପିଡ ବୋଲିଙ୍ଗରେ ବ୍ୟାଷ୍ଟ୍ ମ୍ୟାନଙ୍କ ମନରେ ଭୟ ସୃଷ୍ଟି କରିଥିବା ପାକିସ୍ତାନର ବକାର ୟୁନିସ ଆଜିର ଦିନରେ ନିଜ ନିଜର ଅନ୍ତଃରାଷ୍ଟ୍ରିୟ କ୍ୟାରିୟର ଆରମ୍ଭ କରିଥିଲେ । ୧୫ ନଭେମ୍ବବ ୧୯୮୯ର ସେହି ଦିନ କ୍ରିକେଟ୍ ଇତିହାସରେ ଚିରଦିନ ପାଇଁ ଅମର ହୋଇ ରହିବ । ଦୁଇ କ୍ରିକେଟରଙ୍କ ଗାଥା ବିଶ୍ୱରେ ଚର୍ଚ୍ଚିତ । ଦୁଇ କ୍ରିକେଟର ଆଧୁନିକ ଯୁଗର କ୍ରିକେଟରଙ୍କ ମଧ୍ୟରେ ସୁମାର ଅଟନ୍ତି । ଗୋଟିଏ ଦିନରେ ଦୁଇ ମହାନ୍ ପ୍ରତିଭାଙ୍କ ଡେବ୍ୟୁ ହେବା ଆଶ୍ଚର୍ଯ୍ୟର କଥା ଅଟେ । ସଚିନ୍ ଏବଂ ବକାର ଡେବ୍ୟୁ ସମୟରେ ଦୁହେଁ ଦୁହିଁଙ୍କ ସାମ୍ନାରେ ଥିଲେ । ସେତେବେଳେ ପାକିସ୍ତାନ ଏବଂ ଟିମ୍ ଇଣ୍ଡିଆ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଚାଲିଥିଲା । ସଚିନ୍ ୧୬ ବର୍ଷ ୨୦୫ ଦିନ ବୟସରେ ଡେବ୍ୟୁ କରିଥିଲେ ଯେତେବେଳେ ସ୍ପିଡ୍ ବୋଲରଙ୍କ ବୟସ ୧୭ ବର୍ଷ ୩୬୪ ଦିନ ହୋଇଥିଲା । ଭରତୀୟ ବ୍ୟାଷ୍ଟ୍ ମ୍ୟାନ୍ ଙ୍କ ବିଷୟରେ ସେତେବେଳେ କେହି ଚିନ୍ତା ଭି କରି ନ ଥିବେ, ସେ ଆଗକୁ ଶର୍ଟସ୍ ର ବାଣୀ ଲେଖିବେ ଦୁନିଆ ତାଙ୍କୁ କ୍ରିକେଟର ଭଗବାନ କହିବେ । ତେନ୍ଦୁଲକର ଟେଷ୍ଟ୍ କ୍ରିକେଟରେ ନିଜ କ୍ୟାରିଅର ଆରମ୍ଭ କରିଥିବା ସବୁଠାରୁ କମ୍ ବୟଷର ତୃତୀୟ ଖେଳାଳୀ ଥିଲେ । ଭାରତ – ପାକିସ୍ତାନ ମଧ୍ୟରେ ଏହି ଟେଷ୍ଟ୍ ଖାସ୍ ରହିଥିଲା । ସଚିନଙ୍କ ସହିତ ସଲିଲ ଅଙ୍କୋଲା ଯେତେବେଳେ କି ବକାରିଙ୍କ ସହିତ ଶାହିଦ୍ ସଇଦ୍ ଅନ୍ତଃରାଷ୍ଟ୍ରିୟ କ୍ରିକେଟ୍ ଜୀବନୀ ଆରମ୍ଭ କରିଥିଲେ ।

ସଚିନ୍ ଏବଂ ବକାରଙ୍କ ମଧ୍ୟରେ ଯୋରଦାର ଯୁଦ୍ଧ ବି ହୋଇଥିଲା । ଡାହାଣହାତୀ ବ୍ୟାଷ୍ଟ୍ ମ୍ୟାନ୍ ୬ ନମ୍ବରରେ ବ୍ୟାଟିଙ୍ଗ୍ କରିବା ପାଇଁ ପଡିଆକୁ ଓହ୍ଲାଇଥିଲେ । ସେ ୨୪ ବଲ୍ ରେ ଦୁଇଟି ଚୌକା ସହିତ ୧୫ ରନ୍ କରିଥିଲେ । ତେନ୍ଦୁଲକରଙ୍କ ଉପରେ ଏହି ମ୍ୟାଚ୍ରେ ବକାର ପ୍ରଭାବଶୀଳୀ ହୋଇଥିଲେ । ବକାର ସଚିନଙ୍କୁ ବୋଲ୍ଡ କରିଦେଇଥିଲେ । ବକାର ପ୍ରଥମ ପାରିରେ ପ୍ରଭାବିତ କରିଥିଲେ । ସେ ୧୯ ଓଭରରେ ଗୋଟିଏ ମେଡେନ୍ ସହିତ ୮୦ ରନ୍ ଦେଇ ୪ଟି ୱେକେଟ ନେଇଥିଲେ । ଏଥିରେ ସଚିନଙ୍କ ରେକର୍ଡ ଭଲ ରହି ନଥିଲା କିନ୍ତୁ ଏହା ପରେ ସେ କେବେବି ପଛକୁ ବୁଲି ଚାହିଁ ଫେରିନଥିଲେ ଏବଂ ଗୋଟିଏ ପରେ ଗୋଟିଏ ରେକର୍ଡ ବନାଇଥିଲେ । ୧୫ ନଭେମ୍ବର ୨୦୧୩ ରେ ସଚିନ୍ ତେନ୍ଦୁଲକର ନିଜର ଅନ୍ତଃରାଷ୍ଟ୍ରିୟ କ୍ୟାରିୟରର ଶେଷ ପାରି ଖେଳିଥିଲେ । ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମୁମ୍ବାଇରେ ୱାନଖେଡ୍ ଷ୍ଟାଡିୟମରେ ୭୪ ରନ୍ ର ଆକର୍ଷଣିୟ ପାଳି ଖେଳିଥିଲେ ।

ରେକର୍ଡର କଥା କୁହାଯିବ ତ ସଚିନ୍ ୨୦୦ ଟେଷ୍ଟ୍ ରେ ୫୧ ଶତକ ଏବଂ ୬୮ ଅର୍ଦ୍ଧଶତକ ସାହାଯ୍ୟରେ ୧୫,୯୨୧ ରନ୍ ସଂଗ୍ରହ କରିଛନ୍ତି । ଟେଷ୍ଟରେ ତେନ୍ଦୁଲକର ୪୬ ୱେକେଟ୍ ଭି ନେଇଛନ୍ତି । ଏହା ସହିତ ୪୬୩ ୱାନ୍-ଡେ ରେ ମାଷ୍ଟର ବ୍ଲାଷ୍ଟର ୪୯ ଶତକ ଏବଂ ୯୬ ଅର୍ଦ୍ଧଶତକ ସାହାଯ୍ୟରେ ୧୮,୪୨୬ ରନ୍ ସଂଗ୍ରହ କରିଛନ୍ତି ଏବଂ ୧୫୪ ୱେକେଟ ବି ନେଇଛନ୍ତି । ସେପଟେ ବକାର ୟୁନିସ ୩୭ ଟେଷ୍ଟ୍ ରେ ୩୭୩ ଯେତେବେଳେ କି ୨୬୨ ୱୋନ-ଡେରେ ୪୧୬ ୱେକେଟ ଅକ୍ତିଆର କରିଥିଲେ । ଏହିପରି ଦୁଇ କ୍ରିକେଟର ଅନେକ ରେକର୍ଡ ନିଜ ନାମରେ କରିଥିଲେ ।

Related posts

ଭାରତ-ନ୍ୟୁଜଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚ ପାଇଁ ଷ୍ଟାଡ଼ିୟମ ନୋ ଫ୍ଲାଇ ଜୋନ

ଆଇଏସ୍‌ଏଲ ଲିଗ : ଓଡ଼ିଶା ଏଫସି ତାର ପ୍ରଥମ ମ୍ୟାଚରେ ପରାଜୟ

Odisha Sports Bureau

ଆଇସିସି ମହିଳା ବିଶ୍ୱକପ୍ ଟ୍ରଫି ହାତେଇଲା ଅଷ୍ଟ୍ରେଲିଆ, ୭୧ ରନରେ ଇଂଲଣ୍ଡ ପରାସ୍ତ

Odisha Sports Bureau