Football

ସାଫ୍ ଚାମ୍ପିଅନସିପ୍: ଫାଇନାଲରେ ଭାରତ-କୁଏତ୍ ମୁକାବିଲା

ବେଙ୍ଗାଲୁରୁ: ଭାରତ ନବମ ସାଫ୍ ଚାମ୍ପିଅନସିପ୍ ବିଜେତା ଲକ୍ଷ୍ୟରେ ମଙ୍ଗଳବାର ବେଙ୍ଗାଲୁରୁର କାନ୍ତୀରବା ଷ୍ଟାଡିୟମରେ ହେବାକୁ ଥିବା ଫାଇନାଲରେ କୁଏତକୁ ଭେଟିବ । ସେମିଫାଇନାଲରେ ଲେବାନନକୁ ୪-୨ ପେନାଲଟି ସୁଟଆଉଟରେ ଭାରତ ହରାଇଥିବା ବେଳେ ବାଂଲାଦେଶକୁ ଅତିରିକ୍ତ ସମୟରେ ୧-୦ ଗୋଲରେ ହରାଇ କୁଏତ୍ ଫାଇନାଲରେ ପ୍ରବେଶ କରିଛି। ପ୍ରତିଯୋଗିତାର ଏହି ସଂସ୍କରଣରେ ଭାରତ ଦ୍ବିତୀୟ ଥର ପାଇଁ କୁଏତକୁ ଭେଟିବାକୁ ଯାଉଛି। ଗତ ସପ୍ତାହରେ ଗ୍ରୁପ୍-ଏ ମ୍ୟାଚରେ ଉଭୟଙ୍କ ମଧ୍ୟରେ ହୋଇଥିବା ମୁକାବିଲା ୧-୧ ଗୋଲରେ ଅମୀମାଂସିତ ରହିଥିଲା। କାନ୍ତୀରବା ଦର୍ଶକଙ୍କ ଆଗରେ ଭାରତୀୟ ଦଳକୁ ଅଧିକ ସମର୍ଥନ ମିଳିବାକୁ ଥିବାରୁ କୁଏତ୍ ଚାପରେ ରହିବ। ଏପରିକି ଭାରତୀୟ ଖେଳାଳିମାନେ ଏପର୍ୟ୍ୟନ୍ତ ଆହତ ସମସ୍ୟାରେ ପଡ଼ିନଥିବାରୁ ଏହା ସକରାତ୍ମକ ଦିଗ ରହିବ। ଫାଇନାଲରେ ମୁଖ୍ୟ ରକ୍ଷଣଭାଗ ଖେଳାଳି ସନ୍ଦେଶ ଝିଙ୍ଗାନଙ୍କ ପ୍ରତ୍ୟାବର୍ତ୍ତନ ହେଉଥିବାରୁ ଏହା ଭାରତୀୟ ଦଳକୁ ଶକ୍ତି ଯୋଗାଇବ। ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଂ ପ୍ରଶିକ୍ଷକ ଲୁକା ରାଡମ୍ୟାନ୍ ଭାରତୀୟ ଖେଳାଳିଙ୍କୁ ଫିଟ୍ ରଖିବା ଦାୟିତ୍ବ ନେବା ପରଠୁ ଗତ ୫୦ ଦିନ ଧରି ଭାରତ ଲଗାତାର ଖେଳିଆସୁଛି ହେଲେ ଜଣେ ହେଲେ ବି ଆହତ ହୋଇନାହାନ୍ତି।

Related posts

ମରକ୍କୋ ହାରିବାକୁ ଗ୍ରହଣ କରୁନାହାନ୍ତି ଫ୍ୟାନ୍ସ, ଗଣ୍ଡୋଗୋଳ ସହ ପୋଡାଜଳା

Odisha Sports Bureau

ବାଙ୍ଗାଲୋରକୁ ଭେଟିବ ଓଡିଶା

Odisha Sports Bureau

ଫିଫା ବିଶ୍ୱକପ୍ ୨୦୨୨: କତରରେ ପହଞ୍ଚି ଷ୍ଟେଜ ପଫୋରମାନ୍ସ ପାଇଁ ପ୍ରସ୍ତୁତ ହେଲେ ନୋରା

Odisha Sports Bureau