Football

ସୁନୀଲ ଛେତ୍ରୀଙ୍କ ହ୍ୟାଟ୍ରିକ,ଭାରତ ପାକିସ୍ତାନକୁ ୪-୦ରେ ହରାଇଛି

ସାଉଥ ଏସିଆନ ଫୁଟବଲ ଫେଡେରେସନ (ସାଫ୍) ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ୪-୦ରେ ହରାଇଛି ଭାରତ । ବେଙ୍ଗାଲୁରୁର ଶ୍ରୀକାନ୍ତିରବା ଷ୍ଟାଡିୟମରେ ହୋଇଥିବା ମ୍ୟାଚରେ ଭାରତୀୟ ଫୁଟବଲ ଟିମର ଅଧିନାୟକ ସୁନୀଲ ଛେତ୍ରୀ ହ୍ୟାଟ୍ରିକ ଗୋଲ୍ କରି ପାକିସ୍ତାନକୁ ପରାସ୍ତ କରିଛନ୍ତି।
ସୁନୀଲ ଛେତ୍ରୀ ପ୍ରଥମେ ଦୁଇଟି ଗୋଲ ସ୍କୋର କରିଥିଲେ । ପାକିସ୍ତାନ ଟିମ୍ ଗୋଟିଏ ବି ଗୋଲ ସ୍କୋର କରିପାରି ନଥିଲା ।ଦ୍ୱିତୀୟାର୍ଦ୍ଧରେ ବହୁତ ପ୍ରୟାସ କରିଥିଲେ ବି ପାକିସ୍ତାନ ଗୋଲ ଦେବାରେ ସକ୍ଷମ ହୋଇ ପାରିନଥିଲା । ଏହି ସମୟରେ ସୁନୀଲ ଓ ଉନ୍ଦାତା ସିଂହ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ସୁନୀଲ ଛେତ୍ରୀ ଦୁଇଟି ଗୋଲ ପେନାଲଟି କର୍ନରରେ କରିଥିଲେ।

ଭାରତୀୟ ଟିମ୍ ମ୍ୟାଚ ଆରମ୍ଭର ୧୦ ମିନିଟ ମଧ୍ୟରେ ପ୍ରଥମ ଗୋଲ କରି ପାକିସ୍ତାନକୁ ଚାପରେ ପକାଇଥିଲା । ତା’ ପରେ ୧୫ ମିନିଟରେ ଦ୍ବିତୀୟ ଗୋଲ କରିଥିଲେ ସୁନୀଲ ଛେତ୍ରୀ । ତେବେ ପ୍ରଥମ ମିନିଟରେ ଗୋଟିଏ ଫ୍ରି କିକ ମିଳିଥିଲେ ତାହା ଗୋଲ ସ୍କୋର ହୋଇ ପାରିନଥିଲା । ଏହାପରେ ଚତୁର୍ଥ ମିନିଟରେ ଆଉ ଏକ ସୁଯୋଗ ମିଳିଥିଲେ ବି ସେଥିରେ ମଧ୍ୟ ଭାରତ ନିରାଶ ହୋଇଥିଲା । ମ୍ୟାଚରେ ଉଭୟ ଦଳ ମଧ୍ୟରେ କଡାଟକ୍କର ଦେଖିବାକୁ ମିଳିଥିଲା ।କିନ୍ତୁ ଶେଷରେ ଗାରତ ବିଜୟ ହାସଲ କରିଥିଲା ।

Related posts

ପ୍ୟାରିସରେ ଆୟୋଜନ କରୁଥିବା ଅଲିମ୍ପିକ୍ସ ୨୦୨୪ ପାଇଁ ଟିମ ନାଁ ଘୋଷଣା କଲା ଆର୍ଜେଣ୍ଟିନା

Odisha Sports Bureau

ଆଇ ଲିଗ୍ ଯୋଗ୍ୟତା ମ୍ୟାଚ୍ ଆରମ୍ଭ

Odisha Sports Bureau

ହିରୋ ଏଆଇଏଫ୍‌ଏଫ୍‌ ଏଲିଟ୍‌ ଲିଗ୍‌: ଓଡ଼ିଶାର ଅଭିଯାନ ଜାରି

Odisha Sports Bureau