Football

ଜୁନ୍ ୨୧ରୁ ବେଙ୍ଗାଲୁରୁରେ ଆରମ୍ଭ ହେବ ସାଫ କପ୍

ନୂଆଦିଲ୍ଲୀ: ଜୁନ୍ ୨୧ରୁ ଜୁଲାଇ ୪ ତାରିଖ ପର୍ୟ୍ୟନ୍ତ ବେଙ୍ଗାଲୁରୁରେ ଆୟୋଜନ ହେବାକୁ ଯାଉଛି ଦକ୍ଷିଣ ଏସୀୟ ଫୁଟ୍ବଲ ଫେଡେରେସନ୍ (ସାଫ) କପ୍ । ଏହି ପ୍ରତିଯୋଗିତା ପାଇଁ ବୁଧବାର ଡ୍ର’ ଉଠାଣ ହୋଇଥିଲା ବେଳେ ଚୂଡାନ୍ତ ସୂଚୀ ପ୍ରକାଶ ପାଇଛି। ସାଫ୍ କପର ଚତୁର୍ଦ୍ଦଶ ସଂସ୍କରଣକୁ ଭାରତ ଚତୁର୍ଥ ଥର ଆୟୋଜନ କରିବାକୁ ଯାଉଛି । ଏହି ପ୍ରତିଯୋଗିତାରେ ଦକ୍ଷିଣ ଏସିଆ ବାହାରୁ ଦୁଇଟି ଦଳ ଲେବାନନ ଓ କୁଏତ୍ ଅଂଶଗ୍ରହଣ କରୁଛନ୍ତି। ପ୍ରତିଯୋଗିତାରେ ଲେବାନନ (୯୯) ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଦଳ ରହିଥିଲା ବେଳେ ପାକିସ୍ତାନ (୧୯୫ତମ) ସର୍ବନିମ୍ନ ମାନ୍ୟତାପ୍ରାପ୍ତ ଦଳ ରହିଛି। ଭାରତ (୧୦୧ତମ) ଦ୍ବିତୀୟ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଦଳ ଭାବେ ରହିଛି। ଏହି ପ୍ରତିଯୋଗିତା ଜରିଆରେ ପାଖାପାଖି ୫ ବର୍ଷ ପରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ସେମାନଙ୍କ ଫୁଟ୍ବଲ ସଂପର୍କର ନବୀକରଣ କରିବେ। ଉଭୟ ଭାରତ ଓ ପାକିସ୍ତାନ ପ୍ରଥମ ଦିବସରେ ହିଁ ମୁହାଁମୁହିଁ ହେବେ। ଏହା ପୂର୍ବରୁ ସାଫ୍ ପ୍ରତିଯୋଗିତାରେ ଶେଷଥର ପାଇଁ ୨୦୧୮ରେ ଉଭୟ ପଡ଼ୋଶୀ ଦଳ ମୁହାଁମୁହିଁ ହୋଇଥିଲେ। ୮ ଦଳୀୟ ପ୍ରତିଯୋଗିତାରେ ଉଭୟ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍ରେ ସାମିଲ ହୋଇଛନ୍ତି।

Related posts

ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌: ଭିଏତନାମ ଠାରୁ ଭାରତ ପରାସ୍ତ

Odisha Sports Bureau

ଭାରତୀୟ ଫୁଟବଲ ଟିମ ବାଲେଶ୍ୱର ଟ୍ରେନ ପୀଢିତଙ୍କୁ ୨୦ ଲକ୍ଷ ଦାନ କଲେ

ଆଇଏସ୍ଏଲ୍ ୨୦୧୮: ଦୁଇଥର ଚମ୍ପିଆନ୍ ହୋଇଥିବା ଏଟିକେ ଚେନ୍ନାଇ ଏଫସିକୁ ୩-୨ରେ ହରାଇଲା

Odisha Sports Bureau

Leave a Comment