Badminton

ମହିଳା ସିଙ୍ଗିଲ୍ସର ସେମି ଫାଇନାଲ୍ ରେ ହାରି ଯାଇଛନ୍ତି ସାଇନା ନେହୱାଲ୍

(ଓଡିଶା ସ୍ପୋର୍ଟ): ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା ସାଇନା ନେହୱାଲ୍।ମାଲେସିଆ ମାଷ୍ଟରସ୍-୨୦୧୯’ର ମହିଳା ସିଙ୍ଗିଲ୍ସର ସେମି ଫାଇନାଲ୍ରେ ହାରି ଯାଇଛନ୍ତି ମାଲେସିଆର ରାଜଧାନୀ କୁଆଲାଲୁମ୍ପୁରରେ ଚାଲିଥିବା ଏହି ପ୍ରତିଯୋଗିତାରେ ଆଜି ସାଇନା ସ୍ପେନ୍ କାରୋଲିନା ମାରିନ୍ଙ୍କ ଠାରୁ ୧୬-୨୧, ୧୩-୨୧ରେ ପରାସ୍ତ ହୋଇଥିଲେ।

ତିନି ଥର ବିଶ୍ୱ ଚାମ୍ପିଅନ ହୋଇଥିବା କାରୋଲିନ୍ ଏହି ମ୍ୟାଚ୍ରେ ଆରମ୍ଭରୁ ଶେଷ ଯାଏ ଭାରତୀୟ ତାରକା ସାଇନାଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରି ରହିଥିଲେ। ୪୦ ମିନିଟ୍ ଧରି ଏହି ମ୍ୟାଚ୍ ଚାଲିଥିଲା।

ଗତକାଲି ସାଇନା ଜାପାନର ନୋଜୋମି ଓକୁହାରାଙ୍କୁ ହରାଇ ସେମି ଫାଇନାଲ୍ରେ ପ୍ରବେଶ କରିଥିଲେ। ୨୦୧୭ରେ ସାଇନା ‘ମାଲେସିଆ ମାଷ୍ଟରସ୍’ ଟାଇଟଲ୍ ଅର୍ଜନ କରିଥିଲେ। ୨୦୧୧ରେ ସେ ରନର୍ସ-ଅପ୍ ହୋଇଥିଲେ।

Related posts

ସାଇନାଙ୍କ ପରେ ସିନ୍ଧୁ ବିଦା, ଆଗେଇଲେ ଶ୍ରୀକାନ୍ତ

Odisha Sports Bureau

ଲଗାତର ୩ ଥର ଚାମ୍ପିୟନ ହୋଇ ଆସିକା ପାଇଁ ଗର୍ବ ଆଣିଛନ୍ତି ଅବିନାଶ

Odisha Sports Bureau

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ଲକ୍ଷ୍ୟ ସେନ

Odisha Sports Bureau