Cricket

ସୟଦ ମୁସ୍ତାକ ଅଲୀ ଟି-୨୦ରେ ଓଡ଼ିଶା ବିଜୟୀ

(ଓଡିଶା ସ୍ପୋର୍ଟ): ଓଡ଼ିଶା ସିନିୟର କ୍ରିକେଟ ଟିମ ସୟଦ ମୁସ୍ତାକ ଅଲୀ ଟି-୨୦ରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। କଟକ ବାରବାଟୀ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଗ୍ରୁପ୍-ଡି’ର ଏକ ମ୍ୟାଚରେ ଓଡ଼ିଶା ୮ ୱିକେଟରେ ଅରୁଣାଚଳ ପ୍ରଦେଶକୁ ହରାଇଛି। ଏହି ବିଜୟରୁ ଓଡ଼ିଶାକୁ ୪ ପଏଣ୍ଟ ମିଳିଛି। ଏହା ପୂର୍ବରୁ ରବିବାର ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା ମିଜୋରାମ୍କୁ ୯ ୱିକେଟ୍ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ବିଜୟର ସ୍ୱାଦ ଚାଖିଥିଲା।

ଆଜି ଅନୁଷ୍ଠିତ ମ୍ୟାଚରେ ଟସ ଜିତି ବ୍ୟାଟିଂ କରିଥିବା ଅରୁଣାଚଳ ପ୍ରଦେଶ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ୭୫ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଓଡ଼ିଶା ୧୩.୧ ଓଭରରେ ୨ ୱିକେଟ ହରାଇ ୭୬ ରନ କରି ବିଜୟୀ ହୋଇଛି। ଓଡ଼ିଶାର ଅଭିଷେକ ରାଉତ ଓ ସନ୍ଦୀପ ପଟ୍ଟନାୟକ ଅପରାଜିତ ରହି ଓଡ଼ିଶାକୁ ବିଜୟୀ କରାଇଥିଲେ।

Related posts

ସ୍ମୃତି ମନ୍ଧାନାଙ୍କ ନାଁରେ ନୂଆ ରେକର୍ଡ

Odisha Sports Bureau

ବିସ୍ଫୋରକ ବ୍ୟାଟିଂ ବଳରେ କ୍ରିସ ଲିନଙ୍କ ରେକର୍ଡ

Odisha Sports Bureau

ଟ୍ରଫି ପାଇଁ ୮ଶହ କୋଟିର କ୍ଷତି ସହିଲା ପାକିସ୍ତାନ କ୍ରିକେଟ ବୋର୍ଡ

Odisha Sports Bureau