Cricket

ଏସିଆ କପ୍ ୨୦୨୩ ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ ଏସିଆ କପ୍  ୨୦୨୩ କ୍ରିକେଟ ଟୁର୍ଣ୍ଣାମେଣ୍ଟ  । ଏଥିପାଇଁ ଏସୀୟ କ୍ରିକେଟ ପରିଷଦ (ଏସିସି) ଓ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।  ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିବେ। ଏହି ୬ଟି ଦଳକୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଛି । ସେହିପରି  ଗ୍ରୁପ-ଏରେ ଭାରତ, ପାକିସ୍ତାନ ଓ ନେପାଳ ରହିଥିବାବେଳେ ଗ୍ରୁପ-ବି ରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ସ୍ଥାନ ପାଇଛନ୍ତି। ହାଇବ୍ରିଡ୍ ମଡେଲ ଅନୁଯାୟୀ ୧୩ଟି ମ୍ୟାଚ୍ ମଧ୍ୟରୁ ପାକିସ୍ତାନରେ ୪ଟି ଓ ଶ୍ରୀଲଙ୍କାରେ ୯ଟି ମ୍ୟାଚ ଖେଳାଯିବ। ପାକିସ୍ତାନର ମୁଲତାନ ଓ ଲାହୋରରେ, ଶ୍ରୀଲଙ୍କାର କାଣ୍ଡି ଓ କଲମ୍ବୋରେ ମ୍ୟାଚ ଖେଳାଯିବ। ଅଗଷ୍ଟ ୩୦ରେ ଉଦ୍ଘାଟନୀ ମ୍ୟାଚ ପାକିସ୍ତାନ-ନେପାଳ ମଧ୍ୟରେ ଖେଳାଯିବ। ସେପ୍ଟେମ୍ବର ୨ରେ ଭାରତ ଓ ପାକିସ୍ତାନ ମ୍ୟାଚ ଶ୍ରୀଲଙ୍କାର କାଣ୍ଡିରେ ଖେଳାଯିବ। ଲିଗ୍ ପର୍ଯ୍ୟାୟରେ ମୋଟ ୬ଟି ମ୍ୟାଚ ଖେଳାଯିବ। ପ୍ରତି ଗ୍ରୁପରୁ ୨ଟି ଲେଖାଏଁ ଦଳ ସୁପର-୪କୁ ଉନ୍ନୀତ ହେବେ । ସୁପର-୪ରେ ମୋଟ ୬ଟି ମ୍ୟାଚ ଖେଳାଯିବ। ଶ୍ରେଷ୍ଠ ୨ ଦଳ ଫାଇନାଲକୁ ଉନ୍ନୀତ ହେବେ। ଫାଇନାଲ ଅଗଷ୍ଟ ୧୭ରେ କଲମ୍ବୋରେ ଖେଳାଯିବ। ସୂଚନାଯୋଗ୍ୟ,  ଏସିଆ କପ୍ ଆୟୋଜନ କରିବା ନେଇ ପୂର୍ବରୁ ଅନେକ ବିବାଦ ଦେଖିବାକୁ ମିଳିଥିଲା । ଚଳିତବର୍ଷ ଏସିଆ କପ୍ ଆୟୋଜନର ଅଧିକାର ପାକିସ୍ତାନ ପାଖରେ ଥିଲା । କିନ୍ତୁ ଭାରତ ସୁରକ୍ଷା କାରଣରୁ ପାକିସ୍ତାନ ଯିବାକୁ ମନା କରିଥିଲା । ଏହାପରେ ଏସିଆ କପ୍କୁ ନେଇ ଅନ୍ୟ ବିକଳ୍ପ ବାହାର କରାଯାଇଥିବା କୁହାଯାଉଛି ।

Related posts

କୋହଲିଙ୍କ ଫିଟନେସ ତାଙ୍କୁ ୧୦୦ ଶତକ ଆଣିଦେବ: ଆଝାର

Odisha Sports Bureau

ଅଲମ୍ପିକ୍ସରେ କ୍ରିକେଟକୁ ନେଇ ଦ୍ରାବିଡଙ୍କ ଦ୍ଧୃଡ଼ ସମର୍ଥନ

Odisha Sports Bureau

୫୦୦ତମ ମ୍ୟାଚରେ କୋହଲି ରଚିଲେ ଇତିହାସ