Cricket

ଦ୍ୱିତୀୟ ରଣଜୀ ମ୍ୟାଚରେ ହାରିଲା ଓଡ଼ିଶା, ୟୁପିକୁ ଫୁଲ ପଏଣ୍ଟ

(ଓଡିଶା ସ୍ପୋର୍ଟ) : ଭୁବନେଶ୍ୱର କିଟ୍ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଯାଇଥିବା ଦ୍ୱିତୀୟ ରାଉଣ୍ଡ ରଣଜୀ ଟ୍ରଫି ମ୍ୟାଚରେ ଘରୋଇ ଦଳ ଓଡ଼ିଶା ଶୋଚନୀୟ ଭାବେ ପରାସ୍ତ ହୋଇଛି । ଉତ୍ତରପ୍ରଦେଶ ୧୦ ୱିକେଟରେ ପରାସ୍ତ କରି ବିଜୟ ହାସଲ କରିଛି ।

ଗତକାଲି ୩ୟ ଦିବସ ଖେଳ ସୁଦ୍ଧା ଓଡ଼ିଶା ଦଳ ୭ ୱିକେଟ ହରାଇ ୧୮୦ ରନ କରିଥିଲା । ପ୍ରଥମ ଇନିଂସରେ ୧୮୧ ରନ୍ ପଛରେ ଥିବା ଘରୋଇ ଦଳ ବାକି ୩ ଟି ୱିକେଟ ହରାଇ ମାତ୍ର ୪୧ ରନ ଯୋଡ଼ି ପାରିଥିଲା । ଓଡ଼ିଶା ୧୨୧ ରନରେ ଅଲଆଉଟ ହେବା ପରେ ଉତ୍ତରପ୍ରଦେଣ ଆଗରେ ୪୧ ରନର ବିଜୟଲକ୍ଷ୍ୟ ରହିଥିଲା ।
ଦୁଇଟି ମ୍ୟାଚ ଖେଳି ଓଡ଼ିଶା ଗୋଟିଏ ପଏଣ୍ଟହାସଲ କରିଛି । ଉତ୍ତରପ୍ରଦେଶ ତାର ଦୁଇଟି ଯାକ ମ୍ୟାଚ ଜିତି ୧୪ ପଏଣ୍ଟସହ ଗ୍ରୁପ’ସି’ର ଶୀର୍ଷରେ ରହିଛି ।
ସ୍କୋର : ଓଡ଼ିଶା ପ୍ରଥମ ଇନିଂସ୍–୨୫୬ । ଦ୍ବିତୀୟ ଇନିଂସ୍–୨୨୧, ୭୨.୩ ଓଭର (ସନ୍ଦୀପ ପଟ୍ଟନାୟକ୪୬, ଗୋବିନ୍ଦ ପୋଦ୍ଦାର ୨୭, ଶୁଭ୍ରାଂଶୁ ସେନାପତି ୪୨, ଶାନ୍ତନୁ ମିଶ୍ର ୩୭ । ଅଙ୍କିତ ରାଜପୁତ ୨୩.୩–୮–୬୪–୪, ଶିବମ ମାଭି ୧୮–୩–୬୮–୫) ।
ଉତ୍ତର ପ୍ରଦେଶ ପ୍ରଥମ ଇନିଂସ୍–୪୩୭ । ଦ୍ବିତୀୟ ଇନିଂସ୍–୪୪/୦, ୧୨.୫ ଓଭର (ମାଧବ କୌଶିକଅପରାଜିତ ୨୨, ମହମ୍ମଦ ସୈଫ ଅପରାଜିତ ୧୬) ।

Related posts

ନିଷ୍ପତ୍ତି ବଦଳାଇଲେ ତମିମ୍, ନେବେ ନାହିଁ ଅବସର

ଯଶ୍ୱସୀଙ୍କ ଟେଷ୍ଟରେ ଟିମରେ ଚୟନପରେ ବାପା କାନ୍ଦି ପକାଇଥିଲେ

Odisha Sports Bureau

୪୦୦୦ ଟେଷ୍ଟ ରନ ଏବଂ ଅତି କମରେ ୩୦୦ ୱିକେଟ ହାସଲ କରି ଅଲରାଉଣ୍ଡରଙ୍କ ଏକ ଏଲିଟ୍ କ୍ଲବରେ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା

Odisha Sports Bureau