Cricket

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଶଦାବ ଖାନଙ୍କ ବଡ଼ ବୟାନ

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆସନ୍ତା ଅକ୍ଟୋବର ୧୫ ତାରିଖରେ ବିଶ୍ୱକପର ଏକ ଗୁରୁତ୍ୱୂର୍ଣ୍ଣ ଲିଗ ମ୍ୟାଚରେ ଭାରତକୁ ଭେଟିବ ପାକିସ୍ତାନ । ଆଇସିସି ପକ୍ଷରୁ ତାରିଖ ଘୋଷଣା ହେବା ପରେ ମ୍ୟାଚ ପୂର୍ବରୁ ଅନେକ ଚର୍ଚ୍ଚା ହେଉଛି । ତେବେ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ନେଇ କ୍ରିକେଟ ପ୍ରେମୀଙ୍କଠାରୁ ଆରମ୍ଭ କରି ଖେଳାଳି ସମସ୍ତେ ନିଜ ନିଜର ମତ ରଖୁଛନ୍ତି । ଏହାରି ଭିତରେ ପାକିସ୍ତାନର ଷ୍ଟାର ଅଲରାଉଣ୍ଡର ଶଦାବ ଖାନ ବୟାନ ସାମ୍ନାକୁ ଆସିଛି ।

ଶଦାବ ଭାରତ- ପାକିସ୍ତାନ ମ୍ୟାଚକୁ ନେଇ କହିଛନ୍ତି କି, ଆମର ଉଦ୍ଦେଶ୍ୟ ହେଉଛି ବିଶ୍ୱକପ ଜିତିବା । ଭାରତରେ ବିଶ୍ୱକପ ଅନୁଷ୍ଠିତ ହେଉଥିବାରୁ ଘରୋଇ ଦଳ ଉପରେ ଆମେ ଅଧିକ ଗୁରୁତ୍ୱ ଦେବୁ । କିନ୍ତୁ ବିଶ୍ୱକପ ଜିତିବା ଆମର ମୁଖ୍ୟ ଲକ୍ଷ୍ୟ ରହିଛି। ଯଦି ଆମେ ଭାରତ ବିପକ୍ଷରେ ମ୍ୟାଚ ଜିତୁଛୁ ଆଉ ବିଶ୍ୱକପ ଜିତୁନାହୁଁ ତାହେଲେ ଏହାର କୌଣସି ଅର୍ଥନାହିଁ । ସବୁଠାରୁ ବଡ଼ କଥା ହେଉଛି କି, ଆମେ ଭାରତରେ ଘରୋଇ ଦଳ ବିପକ୍ଷରେ ଖେଳିବୁ । ସମ୍ପୂର୍ଣ୍ଣ ଷ୍ଟାଡିୟମରେ ବସିଥିବା ଦର୍ଶକ ସେମାନଙ୍କ ସପକ୍ଷରେ ରହିଥିବେ । ଆଉ ଏତେ ଚାପ ମଧ୍ୟରେ ଖେଳିବା କଷ୍ଟସାଧ୍ୟ ହେବ । ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ଶଦାବ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

Related posts

ପୁଣି ନାଚିଲେ ଇରଫାନ ପଠାନ,

Odisha Sports Bureau

ଜାଡେଜାଙ୍କୁ କାଖେଇଲେ ଧୋନି, ଭାବୁକ ହେଲେ ଫ୍ୟାନ୍ସ

ଜୋର ଧରିଛି ରିଚା ‌‌ଘୋଷଙ୍କ ଚର୍ଚ୍ଚା

Odisha Sports Bureau