Wrestling

୨୦୦ ମିଟର ଫାଇନାଲ୍‌ରେ ଶ୍ରାବଣୀ

ଭୁବନେଶ୍ୱର : ଚଳିତ ଫେଡେରେସନ୍‌ କପ୍‌ ଦୌଡ଼କୁଦ ପ୍ରତିଯୋଗିତାର ମହିଳା ୨୦୦ ମିଟର ଦୌଡ଼ ଫାଇନାଲ୍‌ରେ ଓଡ଼ିଆ ଝିଅ ତଥା ଅଲିମ୍ପିଆନ୍‌ ଶ୍ରାବଣୀ ନନ୍ଦ ପ୍ରବେଶ କରିଛନ୍ତି। ହିଟ୍‌-୨ରେ ଶ୍ରାବଣୀ ୨୪.୧୮ ସେକେଣ୍ଡ ସହ ପ୍ରଥମରେ ରହି ପଦକ ଦୌଡ଼ରେ ସାମିଲ ହୋଇଛନ୍ତି। ପୁରୁଷ ୨୦୦ ମିଟର ଫାଇନାଲ୍‌ରେ ଓଡ଼ିଶାର ଦୁଇ ଖେଳାଳି ଦଣ୍ଡପାଟି ମୃତ୍ୟମ ଜୟରାମ ଓ ଅନିମେଶ କୁଜୁର ପହଞ୍ଚିଛନ୍ତି।

ସେମିଫାଇନାଲ୍‌ ହିଟ୍‌-୩ରେ ଉଭୟ ଦୌଡ଼ିଥିଲେ। ଅନିମେଶ (୨୦.୮୧) ପ୍ରଥମ ଏବଂ ଜୟରାମ (୨୧.୬୬) ତୃତୀୟ ସ୍ଥାନରେ ରହି ଏହି ଯୋଗ୍ୟତା ଅର୍ଜନ କରିଥିଲେ। ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ବୁଧବାର ସରିବ।

Related posts

ରେସଲରଙ୍କ ସମର୍ଥରେ ନୀରଜ ଓ ସାନିଆ

Odisha Sports Bureau

ମହିଳା କୁସ୍ତି ଯୋଦ୍ଧା ଭାବେ ବ୍ରୋଞ୍ଜ ଜିତିଲେ ପୂଜା

Odisha Sports Bureau

ବ୍ୟକ୍ତିଗତ କୁସ୍ତି ବିଶ୍ୱକପରେ ଭାଗ ନେବେ ସାକ୍ସି ମଲିକଙ୍କ ସମେତ ୨୪ ଜଣ ଭାରତୀୟ କୁସ୍ତିଯୋଦ୍ଧା

Odisha Sports Bureau