Cricket

ପ୍ରଶଂସକଙ୍କୁ ଦେଶ ଛାଡ଼ି ଚାଲି ଯିବା ପ୍ରସଙ୍ଗରେ ବିରାଟଙ୍କୁ ସିଦ୍ଧୁଙ୍କ କଡ଼ା ଯବାବ୍

(ଓଡିଶା ସ୍ପୋର୍ଟ): ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିକଟରେ ସୋସିଆଲ ମିଡ଼ିଆରେ ଜଣେ ପ୍ରଶଂସକଙ୍କୁ ଦେଶ ଛାଡ଼ି ଚାଲି ଯିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଘଟଣାକୁ ନେଇ ଦଳର ପୂର୍ବ କ୍ରିକେଟର ନବଜ୍ୟୋତି ସିଂ ସିଦ୍ଧୁ ପ୍ରତିକ୍ରାିୟା ରଖିଛନ୍ତି ।

ଏକ କାର୍ଯ୍ୟକ୍ରମରେ ପଂଜାବ କ୍ୟାବିନେଟ ମନ୍ତ୍ରୀ ସିଦ୍ଧୁ ବିରାଟ କୋହଲିଙ୍କ ଦ୍ୱାରା ଜଣେ ଫ୍ୟାନଙ୍କୁ ଭାରତ ବିରୋଧୀ କହିବାକୁ ନେଇ ସେ କହିଛନ୍ତି ଯେ ବିରାଟ ଭାରତର ଗର୍ବ । କୋହଲିଙ୍କ ଭଳି ଖେଳାଳି ଶହେ ବର୍ଷରେ ଥରେ ଜନ୍ମ ହୋଇଥାନ୍ତି । ସେ ନିଜକୁ ବିରାଟଙ୍କ ଫ୍ୟାନ ବୋଲି କହିଛନ୍ତି । ବିରାଟଙ୍କ ପରି ହେବା ପାଇଁ ହେଲେ ଅଧିକ ପରିଶ୍ରମର ଆବଶ୍ୟକତା ରହିଛି ।

ସୂଚନାଯୋଗ୍ୟ କି, ନିକଟରେ ଅଧିନାୟକ ବିରାଟ କୋହଲିଙ୍କ ଏହ ଭିଡଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଜଣେ ଫ୍ୟାନଙ୍କୁ ଦେଶଛାଡି ଚାଲି ଯିବା ପାଇଁ ପରାମର୍ଶ ଦେଉଥିଲେ ।
ବିରାଟଙ୍କ କହିବାନୁସାରେ, ଯେଉଁମାନେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ପସନ୍ଦ କରୁଛନ୍ତି ସେମାନେ ଭାରତରେ ରହିବା ଅନୁଚିତ । ନିଜର ଆପରେ ଉପଲବ୍ଧ ଭିଡିଓରେ ଟ୍ୱିଟର ଏବଂ ଇଂଷ୍ଟାଗ୍ରାମର ମେସେଜ ପଢୁଥିବା ସମୟରେ ଜଣେ ଫ୍ୟାନ କହିଥିଲେ କି ବିରାଟ ଜଣେ ଖରାପ ଖେଳାଳି । ତାଙ୍କ ବ୍ୟାଟିଂରେ କିଛି ଖାସ ନାହିଁ । ଭାରତୀୟ ଖେଳାଳିଙ୍କ ଅପେକ୍ଷା ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଖେଳାଳିମାନେ ଅଧିକ ଉନ୍ନତ ।

Related posts

୧୪ ଦିନ ହୋମ୍ ଆଇସୋଲେସନରେ ରହିବେ ଦକ୍ଷିଣଆଫ୍ରିକା ଖେଳାଳୀ

Odisha Sports Bureau

ଉନ୍ନୋଚିତ ହେଲା ଆଇସିସି ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ ଟ୍ରଫି

Odisha Sports Bureau

ରିବାଟ କୋହଲିଙ୍କୁ ରୌପ୍ୟ ବ୍ୟାଟ୍ ଉପହାର କଲେ ଶ୍ରୀଲଙ୍କା ଖେଳାଳି

Odisha Sports Bureau