Cricket

ପ୍ରଶଂସକଙ୍କୁ ଦେଶ ଛାଡ଼ି ଚାଲି ଯିବା ପ୍ରସଙ୍ଗରେ ବିରାଟଙ୍କୁ ସିଦ୍ଧୁଙ୍କ କଡ଼ା ଯବାବ୍

(ଓଡିଶା ସ୍ପୋର୍ଟ): ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିକଟରେ ସୋସିଆଲ ମିଡ଼ିଆରେ ଜଣେ ପ୍ରଶଂସକଙ୍କୁ ଦେଶ ଛାଡ଼ି ଚାଲି ଯିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଘଟଣାକୁ ନେଇ ଦଳର ପୂର୍ବ କ୍ରିକେଟର ନବଜ୍ୟୋତି ସିଂ ସିଦ୍ଧୁ ପ୍ରତିକ୍ରାିୟା ରଖିଛନ୍ତି ।

ଏକ କାର୍ଯ୍ୟକ୍ରମରେ ପଂଜାବ କ୍ୟାବିନେଟ ମନ୍ତ୍ରୀ ସିଦ୍ଧୁ ବିରାଟ କୋହଲିଙ୍କ ଦ୍ୱାରା ଜଣେ ଫ୍ୟାନଙ୍କୁ ଭାରତ ବିରୋଧୀ କହିବାକୁ ନେଇ ସେ କହିଛନ୍ତି ଯେ ବିରାଟ ଭାରତର ଗର୍ବ । କୋହଲିଙ୍କ ଭଳି ଖେଳାଳି ଶହେ ବର୍ଷରେ ଥରେ ଜନ୍ମ ହୋଇଥାନ୍ତି । ସେ ନିଜକୁ ବିରାଟଙ୍କ ଫ୍ୟାନ ବୋଲି କହିଛନ୍ତି । ବିରାଟଙ୍କ ପରି ହେବା ପାଇଁ ହେଲେ ଅଧିକ ପରିଶ୍ରମର ଆବଶ୍ୟକତା ରହିଛି ।

ସୂଚନାଯୋଗ୍ୟ କି, ନିକଟରେ ଅଧିନାୟକ ବିରାଟ କୋହଲିଙ୍କ ଏହ ଭିଡଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଜଣେ ଫ୍ୟାନଙ୍କୁ ଦେଶଛାଡି ଚାଲି ଯିବା ପାଇଁ ପରାମର୍ଶ ଦେଉଥିଲେ ।
ବିରାଟଙ୍କ କହିବାନୁସାରେ, ଯେଉଁମାନେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ପସନ୍ଦ କରୁଛନ୍ତି ସେମାନେ ଭାରତରେ ରହିବା ଅନୁଚିତ । ନିଜର ଆପରେ ଉପଲବ୍ଧ ଭିଡିଓରେ ଟ୍ୱିଟର ଏବଂ ଇଂଷ୍ଟାଗ୍ରାମର ମେସେଜ ପଢୁଥିବା ସମୟରେ ଜଣେ ଫ୍ୟାନ କହିଥିଲେ କି ବିରାଟ ଜଣେ ଖରାପ ଖେଳାଳି । ତାଙ୍କ ବ୍ୟାଟିଂରେ କିଛି ଖାସ ନାହିଁ । ଭାରତୀୟ ଖେଳାଳିଙ୍କ ଅପେକ୍ଷା ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଖେଳାଳିମାନେ ଅଧିକ ଉନ୍ନତ ।

Related posts

୪ ମାସ ହେବ ଦରମା ନମିଳିବାରୁ ପିସିବିକୁ ଧମକ ଦେଲେ ପାକିସ୍ତାନ ଖେଳାଳି; ପିନ୍ଧିବୁ ନାହିଁ ଆୟୋଜକ ଲୋଗୋ ଥିବା ପୋଷାକ

Odisha Sports Bureau

ଆଜି ବଦଳିବ ଟି-୨୦ କ୍ରିକେଟ୍ ର ଇତିହାସ, ଧୋନିଙ୍କ ବିନା ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

Odisha Sports Bureau

ବିରାଟଙ୍କ ଦିୱାନା ହେଲେ ପାକିସ୍ତାନ ଖେଳାଳି; ବିଜୟ ପରେ ବିରାଟଙ୍କୁ କଲେ ପ୍ରଶଂସା

Odisha Sports Bureau