Badminton

BWF ଫାଇନାଲରେ ସିନ୍ଧୁ

ବାଲୀ: ବିଶ୍ୱ ଟୁର ଫାଇନାଲ୍ସର ଗ୍ରାଣ୍ଡ ଫାଇନାଲରେ ପହଞ୍ଚିଲେ ଭାରତର ଷ୍ଟାର ବ୍ୟାଡମିଣ୍ଟନ ଷ୍ଟାର ବିଭି ସିନ୍ଧୁ । ଜାପାନ ବ୍ୟାଡମିଣ୍ଟନ ଖେଳାଳି ଅକାନେ ୟାମାଗୁଚୀଙ୍କ ହରାଇ ସିନ୍ଧୁ ଫାଇନାଲରେ ପ୍ରବେଶ କରିଛନ୍ତି । ରୋମାଞ୍ଚକର ମୁକାବିଲାରେ ୟାମାଗୁଚୀଙ୍କୁ ୨୧-୧୫, ୧୫-୨୧, ୨୧-୧୯ ସେଟରେ ହରାଇଛନ୍ତି ସିନ୍ଧୁ ।
ବିଶ୍ବ ରାଙ୍କିଂର ୭ମ ସ୍ଥାନରେ ଥିବା ପିଭି ସିନ୍ଧୁ, ଜାପାନ ଖେଳାଳିଙ୍କ ବିପକ୍ଷରେ ରେକର୍ଡ ୧୨-୮ ରହିଛି । ଟୋକିୟୋ ଅଲିମ୍ପିକରେ ବ୍ରୋଞ୍ଜ ପଦକ ଜିତିବା ପରେ ସିନ୍ଧୁ, ଫ୍ରେଞ୍ଚ ଓପନ୍, ଇଣ୍ଡୋନେସିଆ ମାଷ୍ଟର୍ସ ଏବଂ ଇଣ୍ଡୋନେସିଆ ଓପନ୍ରେ ସେମିଫାଇନାଲ ପର୍ୟ୍ୟନ୍ତ ଯାଇପାରିଥିଲେ । ଗତ ମାର୍ଚ୍ଚ ମାସରେ ସ୍ବିସ୍ ଓପନ୍ ଫାଇନାଲରେ ପରାଜିତ ହୋଇଥିଲେ ସିନ୍ଧୁ । ଏବେ ବିଶ୍ବ ଟୁର୍ ଫାଇନାଲ୍ସର ଗ୍ରାଣ୍ଡ ଫାଇନାଲରେ ପ୍ରବେଶ କରିବା ପରେ ପୁଣି ଟାଇଟଲ ଆଶା ଉୁଜ୍ଜୀବୀତ କରିଛନ୍ତି ପିଭି ସିନ୍ଧୁ ।

Related posts

ସମୀର, ଲକ୍ଷ୍ୟ ଏବଂ ରାହୁଲ ଡଚ୍ ଓପନ୍ ପ୍ରି-କ୍ୱାଟର ଫାଇନାଲରେ

Odisha Sports Bureau

ମାଲେସିଆ ଓପନ୍ ସୁପର ୧୦୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କଲେ ପି. ଭି. ସିନ୍ଧୁ

Odisha Sports Bureau

ଅସୁସ୍ଥତା କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରିଲେ ସାଇନା

Odisha Sports Bureau