Cricket

ଟି-୨୦ ସିରିଜର ନେତୃତ୍ୱ ନେବେ ସ୍ମୃତି ମନ୍ଧାନା

(ଓଡିଶା ସ୍ପୋର୍ଟ): ଟି-୨୦ ଇଣ୍ଡିଆ ମହିଳା ଦଳର ଅଧିନାୟକ ହେଲେ ସ୍ମୃତି ମନ୍ଧାନା । ଆଜି ବିସିସିଆଇ ଟି-୨୦ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ଦଳର ନିୟମିତ ଅଧିନାୟକ ହରମନ୍ପ୍ରୀତ କୌର ଆହତ ଥିବାରୁ ତାଙ୍କ ବଦଳରେ ମନ୍ଧାନାଙ୍କୁ ଏହିତ ଗୁରୁ ଦାୟିତ୍ୱ ଦିଆଯାଇଛି। ମନ୍ଧାନା ପ୍ରଥମଥର ପାଇଁ ତାଙ୍କ କ୍ରିକେଟ କ୍ୟାରିୟରରେ ଅଧିନାୟକ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ୍ର ନେତୃତ୍ୱ ନେବେ। ଆସନ୍ତା ୪ ତାରିଖରୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ହେବ।

ବିସିସିଆଇ ଇଂଲଣ୍ଡ ବିପକ୍ଷ ଦିନିକିଆ ସ୍କ୍ୱାଡରେ ହରମନପ୍ରୀତ କୌରଙ୍କୁ ସାମିଲ କରିଥିଲା। ହେଲେ ଆଣ୍ଠୁ ଜନିତ ସମସ୍ୟା ଯୋଗୁ ସେ ପୂରା ସିରିଜ୍ରୁ ବାଦ୍ ପଡ଼ିଥିଲେ। ଆଶା କରାଯାଉଥିଲା ସେ ଇଂଲଣ୍ଡ ବିପକ୍ଷ ସିରିଜ୍ରେ କମ୍ବ୍ୟାକ୍ କରିବେ। କିନ୍ତୁ ଏବେ ବି ତାଙ୍କ ଆହତ ସମସ୍ୟା ଗୁରୁତର ରହିଛି। ତେଣୁ ବିସିସିଆଇ ତାଙ୍କ ବଦଳରେ ମନ୍ଧାନାଙ୍କୁ ମହିଳା ଦଳର ଅଧିନାୟକ କରିଛି।

Related posts

ଏସିଆ କପ୍ରୁ ବାଦ ପଡିପାରେ ପାକିସ୍ତାନ

ବ୍ରେଣ୍ଡନ୍‌ ମ୍ୟାକଲମ୍‌ଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରିଛି ଇସିବି

Odisha Sports Bureau

ଶୋଏବଙ୍କ ସହ ଛାଡପତ୍ର ପରେ ପ୍ରଥମ ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କଲେ ସାନିଆ ମିର୍ଜା

Odisha Sports Bureau