Tennis

ଓଟିଏ ଚାମ୍ପିଅନ୍ସିପ ସିରିଜ୍ରେ ସୋହିନୀଙ୍କୁ ଦ୍ୱିମୁକୁଟ

କଳିଙ୍ଗ ଷ୍ଟାଡିୟମ୍ରେ ଶେଷ ହୋଇଥିବା ଆଇଟା-ଓଟିଏ ଚାମ୍ପିଅନ୍ସିପ ସିରିଜ୍ ଟେନିସ୍ ପ୍ରତିଯୋଗିତାର ୧୬ ବର୍ଷରୁ କମ୍ ବାଳିକା ବର୍ଗରେ ଓଡ଼ିଆ ଝିଅ ସୋହିନୀ ଏସ୍ ମହାନ୍ତି ଏବଂ ବାଳକରେ ପଶ୍ଚିମବଙ୍ଗର ସୌର୍ୟ୍ୟ ସ୍ବରୂପ ଦ୍ବିମୁକୁଟ ହାସଲ କରିଛନ୍ତି। ଦୁହେଁ ଉଭୟ ଏକକ ଏବଂ ଯୁଗଳରେ ଟ୍ରଫି କରାୟତ କରିଛନ୍ତି। ବାଳିକା ଏକକ ଫାଇନାଲ୍ରେ ସୋହିନୀ ୬-୧, ୬-୦ ସିଧାସଳଖ ସେଟ୍ରେ ନିଜ ରାଜ୍ୟର ଅଭିପ୍ସା ଦେହୁରିଙ୍କୁ ପରାସ୍ତ କରିଥିଲା ବେଳେ ବାଳିକା ଯୁଗଳ ଫାଇନାଲ୍ରେ ଓଡ଼ିଶାର ଅଦ୍ରିକା ପଟ୍ଟନାୟକଙ୍କୁ ସାଥୀ କରି ଅନ୍ୟତମ ଓଡ଼ିଶା ଯୋଡ଼ି ଅଭିପ୍ସା ଦେହୁରୀ ଓ ପ୍ରିସା ଦାସଙ୍କୁ ମଧ୍ୟ ସିଧାସଳଖ ୬-୧ ଓ ୬-୨ ସେଟ୍ରେ ପରାସ୍ତ କରିଥିଲେ।ଏହି ପ୍ରତିଯୋଗିତାରେ ଆୟୋଜକ ଓଡ଼ିଶା ବ୍ୟତୀତ ଆସାମ, ସିକ୍କିମ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତେଲେଙ୍ଗାନା, ଗୁଜରାଟ, ମହାରାଷ୍ଟ୍ର ରୁ ପାଖାପାଖି ୬୪ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଶୁକ୍ରବାର ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଟିଏ ଯୁଗ୍ମ ସଂପାଦକ ସଞ୍ଜୀବ ପଣ୍ଡା ଟ୍ରଫି ପ୍ରଦାନ କରିଥିଲେ।

Related posts

ୟୁଏସ୍ ଓପନ୍: ନୋଭାକ ଜୋକୋଭିକ୍ କ୍ରୋଧିତ ହୋଇ ଲାଇନ୍ ଜଜଙ୍କୁ ମାରିଲେ ବଲ୍

Odisha Sports Bureau

କିଟ୍ ମହିଳା ଟେନିସ ଦଳର ବିଜୟରୁ ଅଭିଯାନ ଆରମ୍ଭ

Odisha Sports Bureau

ୟୁଏସ୍ ଓପନ: ୨୦୧୩ ପରେ ଗ୍ରାଣ୍ଡସ୍ଲାମ ମୁଖ୍ୟ ଡ୍ର’ ଜିତିବାରେ ସୁମିତ ହେଉଛନ୍ତି ପ୍ରଥମ ଭାରତୀୟ

Odisha Sports Bureau