Cricket

ବିସିସିଆଇ ସଭାପତି ପଦରୁ ଇସ୍ତଫା ଗୁଜବକୁ ଖଣ୍ତନ କଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ବିସିସିଆଇ ସଭାପତି ପଦରୁ ସୌରଭ ଗାଙ୍ଗୁଲିଙ୍କ ଇସ୍ତଫା ଦେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ତେବେ ପରବର୍ତ୍ତୀ ଯୋଜନା ନେଇ ନିଜ ଟୁଇଟ୍‌ରେ ଗାଙ୍ଗୁଲି ଏନେଇ ସ୍ପଷ୍ଟ କରିଛନ୍ତି । କ୍ରିକେଟରେ ୩୦ ବର୍ଷ ପୂରଣ କରିଛି, ଆପଣଙ୍କ ସ୍ନେହଶ୍ରଦ୍ଧା ପାଇଛି ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଗାଙ୍ଗୁଲି । ଏବେ ନୂଆ କିଛି ପ୍ଲାନ କରୁଛି, ଭାବୁଛି ଅନେକ ଲୋକଙ୍କୁ ସାହାଯ୍ୟ କରିବ। ଜୀବନର ନୂଆ ଚାପ୍ଟର ଆରମ୍ଭ କରୁଛି, ଆପଣଙ୍କ ସହଯୋଗ ଦରକାର ବୋଲି ଗାଙ୍ଗୁଲି କହିଛନ୍ତି।
‘ମୁଁ ଇସ୍ତଫା ଦେଇନି’, ବୋଲି କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଏଭଳି ଟୁଇଟ୍ ପରେ ଗାଙ୍ଗୁଲି ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇ ରାଜନୀତିରେ ପାଦ ଥାପିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ତେବେ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସ୍ପଷ୍ଟ କରିଛନ୍ତି ଯେ, ମୁଁ କୌଣସି ଇସ୍ତଫା ଦେଇନି, ଏଭଳି ଖବର ଶୁଣି ମୁଁ ନିଜେ ଚକିତ । ନୂଆ ଚାପ୍ଟର କଥା ନେଇ ସେ ସ୍ପଷ୍ଟ କରିଛନ୍ତି ଯେ, ଗୋଟିଏ ନୂଆ ଏଜୁକେସନ ଆପ୍ ଲଞ୍ଚ୍ କରିବେ ।

Related posts

ହାର୍ଦ୍ଧିକ ପାଣ୍ଡ୍ୟା ସହ ଡିନର କରିବାର ନଜର ଆସିଛନ୍ତି  ଶୁଭମନ  ଗିଲ  ଓ ଇଶାନ କିଶନ 

Odisha Sports Bureau

ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ୩ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ

Odisha Sports Bureau

ଓଡ଼ିଶା ଏଫସିର କିଟ,ଜର୍ସି ଉନ୍ମୋଚିତ

Odisha Sports Bureau