ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୧ ବର୍ଷରେ ପାଦ ଦେଇଛନ୍ତି । ଗାଙ୍ଗୁଲି ଭାରତର ସବୁଠୁ ସଫଳ ଅଧିନାୟକ ମଧ୍ୟରେ ଅନ୍ୟତମ । ଇଣ୍ଟରନ୍ୟାସନାଲ କ୍ରିକେଟରେ ଭାରତ ପାଇଁ ସବୁଠାରୁ ଅଧିକ ରନ୍ କରିଥିବା କ୍ରିକେଟର ମଧ୍ୟରେ ୪ର୍ଥ ସ୍ଥାନରେ ରହିଛନ୍ତି । ଖେଳ ଭଳି ନିଜ ବ୍ୟକ୍ତିଗତ ଜୀବନ ପାଇଁ ବେଷ ଚର୍ଚ୍ଚିତ ଥିଲେ ଦାଦା । ଆମେ ସବୁବେଳେ ଦେଖି ଆସୁଛୁ କ୍ରିକେଟ ଏବଂ ବଲିଉଡ ଇଣ୍ଡଷ୍ଟ୍ରୀ ପରସ୍ପର ସହିତ ଜଡିତ । ଅନେକ ଖେଳାଳୀ ମଧ୍ୟ ବଲିଉଡ ସେଲିବ୍ରିଟିଙ୍କୁ ବିବାହ କରିଛନ୍ତି । ଆଉ କିଛି ପ୍ରେମ କାହାଣୀ ହୋଇ ରହିଯାଇଛି । ଆଉ ଏମାନଙ୍କ ମଧ୍ୟରେ ଗାଙ୍ଗୁଲିଙ୍କ ପ୍ରେମ କାହାଣୀ ଅନ୍ୟତମ ।
ନଗମା ଏବଂ ଅଭିନେତ୍ରୀ ନଗମାଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ବିବାହିତ ଗାଙ୍ଗୁଲିଙ୍କର ଅଭିନେତ୍ରୀ ନଗମାଙ୍କ ସହିତ ସଂପର୍କ ରହିଥିଲା । ନଗମା ଏବଂ ଗାଙ୍ଗୁଲି ୧୯୯୯ରେ ବିଶ୍ୱକପ ବେଳେ ପରସ୍ପର ସହିତ ଦେଖା ହୋଇଥିଲେ । ୨୦୦୦ରେ ଗାଙ୍ଗୁଲି ନଗମାଙ୍କ ସହିତ ସଂପର୍କରେ ରହିଥିଲେ । ଦୁହିଁଙ୍କ ପ୍ରେମ ସଂପର୍କ ବିଷୟରେ ଗାଙ୍ଗୁଲିଙ୍କ ପରିବାର ଲୋକଙ୍କୁ ଜଣାପଡିବା ପରେ ପତ୍ନୀ ଡୋନା ଚିନ୍ତିତ ହୋଇପଡିଥିଲେ । ଆଉ ଏଥିପାଇଁ ଡୋନା ଗାଙ୍ଗୁଲିଙ୍କ ଠାରୁ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ । ସେତେବେଳେ ଗାଙ୍ଗୁଲି ଏହାକୁ ଗୁଜବ କହି ଡୋନାଙ୍କୁ ସମ୍ଭାଳି ନେଇଥିଲେ ।
ମାମଲା ଦିନକୁ ଦିନ ବିଗିଡିବାରୁ ଗାଙ୍ଗୁଲି ନଗମାଙ୍କ ଠାରୁ ଧୀରେ ଧୀରେ ଦୂରେଇବାକୁ ଲାଗିଲେ । ଆଉ ଦୁହିଁଙ୍କ ପ୍ରେମ କାହାଣୀ ଅଧାରେ ରହିଗଲା । ଏହାପର ଠାରୁ ନଗମା ଏବଂ ଗାଙ୍ଗୁଲି ଏହାବିଷୟରେ କଥା ହୋଇନାହାନ୍ତି । ୨୦୨୦ରେ ନଗମା ଟ୍ଵିଟରରେ ଗାଙ୍ଗୁଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଏହି ଟ୍ଵିଟରେ ଫ୍ୟାନ୍ସ ଦୁହିଁଙ୍କ ପ୍ରେମ ସଂପର୍କକୁ ନେଇ ପୁଣି ଚର୍ଚ୍ଚା କରିଥିଲେ ।