Cricket

କୋଟି କୋଟି ସମ୍ପତ୍ତିର ମାଲିକ ସୌରଭ ଗାଙ୍ଗୁଲି

ଭୁବନେଶ୍ୱର: ଭାରତୀୟ କ୍ରିକେଟ ଟିମର ପୂର୍ବତମ ଅଧିନାୟକ ତଥା ପ୍ରିନ୍ସ ଅଫ କୋଲକାତା ସୌରଭ ଗାଙ୍ଗୁଲି । ଯେତେବେଳେ ବିଦେଶ ମାଟିରେ ପରାଜୟ ପରି ସମସ୍ୟା ଦେଇ ଗତି କରୁଥିଲେ ସେ ଟିମ ଇଣ୍ଡିଆକୁ ନୂଆ ରାସ୍ତା ଦେଖାଇଥିଲେ । ସୌରଭ ଗାଙ୍ଗୁଲ ୧୯୯୨ରେ ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆରେ କରିଥିଲେ ଡେବ୍ୟୁ । ୮ ବର୍ଷ ପରେ ଅର୍ଥାତ୍ ୨୦୦୦ ମସିହାରେ ଗାଙ୍ଗୁଲିଙ୍କୁ ମିଳିଥିଲା ବଡ଼ ଦାୟିତ୍ୱ । ସେ ଟିମ୍ ଇଣ୍ଡିଆର ନୂଆ କ୍ୟାପଟେନ୍ ଭାବେ ସମ୍ଭାଳିଥିଲେ ଦାୟିତ୍ୱ ।


ଦାଦା ତାଙ୍କର ଲଗଜୁରୀ ଲାଇପ ଷ୍ଟାଲ ପାଇଁ ବେଷ ଜଣାଶୁଣା । କୋଲକତାରେ ଗାଙ୍ଗୁଲିଙ୍କର ରହିଛି ପୈତୃକ ବାସଭବନ । ଯାହାର ଦାମ୍ ପାଖାପାଖି ୧୦ କୋଟିରୁ ଅଧିକ । ସବୁଠାରୁ ବଡ କଥା ହେଉଛି ଏହି ବଙ୍ଗଳାରେ ରହିଛି ୪୮ଟି ରୁମ୍ । ବିସିସିଆଇର ପୂର୍ବ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବିଜ୍ଞାପନ ଜରିଆରେ ଖୁବ୍ କରିଥାନ୍ତି ରୋଜଗାର । ସେ ଅନେକ ବଡ ବଡ କମ୍ପାନୀର ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ରହିଛନ୍ତି ।


ଏକ ରିପୋର୍ଟ ଅନୁଯାୟୀ ସୌରଭ ଗାଙ୍ଗୁଲି କୌଣସି ବ୍ରାଣ୍ଡର ବିଜ୍ଞାପନ ପାଇଁ ବର୍ଷକୁ ଚାର୍ଜ କରିଥାନ୍ତି ୧ କୋଟି ୩୫ ଲକ୍ଷ ଟଙ୍କା । ସୌରଭ ଗାଙ୍ଗୁଲି ଟିଭିରେ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିସାରିଛନ୍ତି । ସେ ବଙ୍ଗାଳୀ ଟିଭି ଶୋ ଦାଦାଗିରି ହୋଷ୍ଟ କରିଛନ୍ତି । ଟିଭି ଶୋ ଦାଦାଗିରିରେ ହୋଷ୍ଟ କରିବା ପାଇଁ ସୌରଭ ଗାଙ୍ଗୁଲି ପ୍ରତି ସପ୍ତାହରେ ଫି ବାବଦରେ ନେଉଥିଲେ ୧ କୋଟି ଟଙ୍କା ।

ସୌରଭ ଗାଙ୍ଗୁଲିଙ୍କର ରହିଛି କାରର ଖୁବ୍ ସଉକ୍ । ତାଙ୍କ ପାଖରେ ବିଏମ୍ଡବ୍ଲୁ ସିରିଜ କାର ବ୍ୟତୀତ ଅନେକ ଲଗଜୁରୀ କାର ରହିଛି । ଗାଙ୍ଗୁଲିଙ୍କ ମୋଟ ସମ୍ପତ୍ତି ପାଖାପାଖି ୩୬୫ କୋଟି । ଦାମୀ ଖେଳାଳୀଙ୍କ ମଧ୍ୟରେ ତାଙ୍କର ଗଣତି କରାଯାଇଥାଏ । ପ୍ରସିଦ୍ଧ ଆଇଏସଏଲ କ୍ଲବ ଏଟିକ ମୋହନ ବଗାନରେ ଦାଦା ଭାଗିଦାରୀ ମଧ୍ୟ ଅଛନ୍ତି । ଏମିତିକି ଏହାର ସହ-ମାଲିକ ମଧ୍ୟ ଅଟନ୍ତି ଗାଙ୍ଗୁଲି ।

Related posts

ସାରାଙ୍କୁ ଦେଖି ସୁଭମନ ଜଲଦି ହୋଇଗଲେ ଆଉଟ! ଫ୍ୟନ୍ସ କଲେ ଅଭିଯୋଗ!

Odisha Sports Bureau

ଆଇପିଏଲରେ ଚହଲଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖି ପତ୍ନୀ ଧନଶ୍ରୀ କହିଲେ ‘ଲିଜେଣ୍ଡ୍’

ଜୋର ଧରିଛି ରିଚା ‌‌ଘୋଷଙ୍କ ଚର୍ଚ୍ଚା

Odisha Sports Bureau