କୋଲକାତା: କ୍ରିକେଟ ଜଗତର ଦାଦା ଅର୍ଥାତ ସୌରଭ ଗାଙ୍ଗୁଲିଙ୍କୁ ପଡିଛି ଜରିମାନା । ନିୟମ କାନୁନକୁ ଉଳ୍ଲଙ୍ଘନ କରିବର ଅଭିଯୋଗ ଆସିଛି ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲିଙ୍କ ନାମରେ । ହାଇକୋର୍ଟରେ ପିଆଇଏଲରେ ଫାଇଲ କରାଯାଇଥିଲା । ଏହାପରେ କୋଲକାତାର ହାଇକୋର୍ଟ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲିଙ୍କ ଉପରେ ଜରିମାନା ଲଗାଇଛନ୍ତି । ତାଙ୍କ ବ୍ୟତୀତ ପଶ୍ଚିମବଙ୍ଗ ସରକାର ଏବଂ ନଗର ନିର୍ମାଣ ଉପରେ ମଧ୍ୟ ଜରିମାନା ଲଗାଇଛନ୍ତି ହାଇକୋର୍ଟ ।
କୋଚିଂ ଦେବା ପାଇଁ ରାଜ୍ୟ ସରକାର ନ୍ୟୁ ଟାଉନ ଅଞ୍ଚଳରେ ସମସ୍ତ ନିୟମ କାନୁନ ଭଙ୍ଗ କରିଥିବା ଅଭିଯୋଗ ଆସିଛି । ସମସ୍ତ ନିୟମକୁ ଅତିକ୍ରମ କରି ଜମି ଯୋଗାଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ହାଇକୋର୍ଟରେ ପିଆଇଏଲ ଫାଇଲ ହେବା ପରେ ଏହି ୨ ଏକର ଜମିକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାପରେ ଏହି ମାମଲାର ଶୁଣାଣି କରିଥିଲେ ଜଷ୍ଟିସ ରାଜେଶ ବିନ୍ଦଲ ଏବଂ ଜଷ୍ଟିସ ଅରିଜିତ ବାନାର୍ଜୀ ।
ସର୍ବଦା ଦେଶ ଖେଳାଳୀମାନଙ୍କ ସହ ରହିଛି । ଭାରତର ପୂର୍ବଦନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ଦେଶ ପାଇଁ ଅନେକ ଗୌରବ ଆଣିଛନ୍ତି । କିନ୍ତୁ ସମ୍ବିଧାନ ଏବଂ କାନୁନ ଆଗରେ ସମସ୍ତେ ସମାନ । ତେବେ ଏହି ମାମଲାକୁ ନେଇ ୨୦୧୬ରେ କୋର୍ଟରେ ଆବେଦନ ହୋଇଥିଲା । ଏହାପରେ ହାଇକୋର୍ଟ ବିସିସିଆଇ ଅଧ୍ୟକ୍ଷ ତଥା ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପଶ୍ଚିମବଙ୍ଗ ସରକାରଙ୍କ ଉପରେ ୫୦ ହଜାର ଏବଂ ନଗର ବିକାଶ ନିଗମ ଉପରେ ୩୦ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ମାନ୍ୟବର ହାଇକୋର୍ଟ ।
previous post
next post