Cricket

ଘୋଷଣା ହେଲା ଦକ୍ଷିଣ ଆଫ୍ରିକାର ଦିନିକିଆ ଦଳ

ଜୋହାନ୍ସବର୍ଗ: ଭାରତ ବିପକ୍ଷ ଦିନିକିଆ ଘରୋଇ ସିରିଜ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା । ଏହି ସିରିଜ ପାଇଁ ତେମ୍ବା ବାଭୁମାଙ୍କୁ ଅଧିନାୟକ ଭାର ଦେଇଛି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ । ତେବେ ଏହି ସିରିଜରେ ଦିନିକିଆ ଡେବ୍ୟୁ କରି ପାରନ୍ତି ଦ୍ରୁତ ବୋଲର ମାର୍କୋ ଜନସେନ । ଏଥିସହ ଏହି ସିରିଜ ଦ୍ୱାରା ଦୀର୍ଘ ଦିନ ପରେ କମବ୍ୟାକ କରୁଛନ୍ତି ୱେନ ପାର୍ନେଲ, ସିସାନ୍ଦା ମଗଲା ଏବଂ ଜୁବେର ହଜମା ।

 

ସେହିପରି ହଠାତ ଟେଷ୍ଟ ଦଳରୁ ଅବସର ନେଇଥିବା କ୍ୱିଣ୍ଟନ ଡିକକ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ୩ଟି ଟେଷ୍ଟ ପରେ ଜାନୁୟାରୀ ୧୯ ତାରିଖରୁ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ । ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେବେ ଲୋକେଶ ରାହୁଲ ।

ଦିନିକିଆ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳ:

ତେମ୍ବା ବାଭୁମା(ଅଧିନାୟକ), କେଶବ ମହାରାଜ(ଉପ ଅଧିନାୟକ), କ୍ଵିଣ୍ଟନ ଡିକକ୍, ଜୁବେନ ହଜମା, ମାର୍କୋ ଜନସେନ, ଜାନେମନ ମଲାନ, ସିସାନ୍ଦା ମଗାଲା, ଆଡେନ ମାର୍କରନ, ଡେଭିଡ୍ ମିଲର, ଲୁଙ୍ଗି ଏନଗିଡି, ଓ୍ଵେନ ପାର୍ନେଲ୍, ଆନ୍ଦିଲୋ ଫେହଲୁଓ୍ଵାୟୋ, ଡ୍ଵେନ ପ୍ରିଟୋରିୟସ, କାଗିସୋ ରାବଡା, ତବରେଜ୍ ସମ୍ସି, ରଶି ଭାନ ଡାର ଡୁସେନ ଓ କାଇଲେ ଓ୍ଵେରେୟନେ।

Related posts

ଆରମ୍ଭ ହେଲା ଆଇପିଏ

‘ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩’: ଟସ୍‌ ଜିତି ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛି ବାଂଲାଦେଶ

Odisha Sports Bureau

କାହିଁକି ସଞ୍ଜୁ ସାମସନ୍ ବଦଳାଇଦେଲେ ମୋବାଇଲ ନମ୍ବର? ଜାଣନ୍ତୁ କାରଣ

Odisha Sports Bureau