ଆରମ୍ଭ ହେଲା ଏକାମ୍ର ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ । ମୁଖ୍ୟମନ୍ତ୍ରୀ ଏହି ମେଗା କାର୍ୟ୍ୟକ୍ରମର ଉଦ୍ଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଫେଷ୍ଟିଭାଲକୁ ଉଦଘାଟନ କରି କହିଛନ୍ତି ଏହା ଲୋକଙ୍କ ମନରେ ଖେଳ ପ୍ରତି ସ୍ୱତନ୍ତ୍ର ଉତ୍ସାହ ସୃଷ୍ଟି କରିବ । ଏହା ଖେଳାଳି ଓ ଖଳକୁ ଭଲ ପାଉଥିବା ଲୋକଙ୍କୁ ଏକାଠି କରିବ । ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୁଲ୍ୟରେ ଏହି ମେଗା କାର୍ୟ୍ୟକ୍ରମ ଓଡିଶାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଛି ।ଆଜି ଓ କାଲି ଦୁଇ ଦିନ ଧରି ଏହା ଭୁବନେଶ୍ୱରରେ ଏହି ଫେଷ୍ଟିଭାଲ ଅନୁଷ୍ଠିତ ହେବ ।
ଏହି ସମ୍ମାନ ଜନକ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଭୁବନେଶ୍ୱରରେ ଦେଶ ବିଦେଶରେ ତାରକା କ୍ରୀଡାବିତମାନେ ପହଁଚିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ସୁଇମିଙ୍ଗରେ ଓଲପିଙ୍ଗରେ ୩ ଥର ଗୋଲ୍ଡ ଜିତିଥିବା ଷ୍ଟେଫେନ୍ ରାଇସି, ପୂର୍ବତନ ହକି ଖେଳର ଅଧିନାୟକ ଦିଲିପ୍ ର୍ତିକୀ ଆନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ମହମ୍ମଦ କେଫ ଓ ଆକାଶ ଚୋପ୍ରା, ଜାଭଲିଙ୍ଗ ଥ୍ରୋରେ ଭାରତ ପାଇଁ ସ୍ୱର୍ଣ୍ଣ ଆଣିଥିବା ମିରାଜ ଚୋପ୍ରା ସମେତ ଅନେକ ନାମୀଦାମୀ ଖେଳାଳୀ, ଭାରତୀୟ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍ ଶାନ୍ତି ସୁନ୍ଦରରାଜନ, ଅଷ୍ଟ୍ରେଲିଆର ହକି ଅଲିମ୍ପିଆନ ବ୍ରେଂଟ ଲିଭ୍ମୋର ଓ ଅନ୍ୟମାନେ । କ୍ରିଡା ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା , କ୍ରିଡା ସଚ୍ଚିବ ଭିଶାଲ ଦେବ, ଜାତୀୟ କ୍ରୀଡା ସାଧାରଣ ନିର୍ଦ୍ଦେଶିତ ନିଲାମ କପୁର ଦ ମେକିଙ୍ଗ ଅଫ ଭୂବନେଶ୍ୱର ଆସ ଏ ଫୋର୍ଟସ ସିଟି ନାମକ ଏକ ଆଲୋଚନାଚକ୍ର ରେ ଅଂଶ ଗ୍ରହଣ କରିଥିଲେ ।