Cricket

ଭାରତ ଆଗରେ ୨୧୬ରନର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା

କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଖେ​ଳାଯାଉଥିବା ୨ୟ ଦିନିକିଆରେ ଭାରତ ଆଗରେ ୨୧୬ରନର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା । ଭାରତ ପ୍ରଥମେ ବୋଲିଂ କରି ଶ୍ରୀଲଙ୍କା ଦଳକୁ ୨୧୫ ରନରେ ଅଲଆଉଟ କରିଦେଇଛି । ଓପନର ନୁଆନିଣ୍ଡୁ ଫର୍ଣ୍ଣାଣ୍ଡୋ ୫୦ ରନ କରିଥିବାବେଳେ କୁଶଳ ମେଣ୍ଡିସ୍ ୩୪ ରନ କରିଥିଲେ । କିନ୍ତୁ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିବାରେ ବିଫଳ ହେବାରୁ ଦଳ ସଂକଟରେ ପଡ଼ିଯାଇଥିଲା ।

ଗୋଟିଏ ସମୟରେ ଦଳର ସ୍କୋର ମାତ୍ର ୧୨୬ ହୋଇଥିବାବେଳେ ଦଳ ୬ଟି ଓ୍ବିକେଟ ହରାଇଥିଲା । କିନ୍ତୁ ଦୁନିଥ୍ ଓ୍ବେଲାଙ୍ଗେ ଓ ଓ୍ବାନିଣ୍ଡୁ ହସରଙ୍ଗା କିଛି ସମୟ କ୍ରିଜରେ ତିଷ୍ଠି ରହିବା ସହ ଦଳୀୟ ସ୍କୋରକୁ ୨୦୦ ଉପରକୁ ନେଇଯାଇଥିଲେ । ହସରଙ୍ଗା ୨୧ ରନ ଓ ଓ୍ବେଲାଙ୍ଗେ ୩୨ ରନ କରିଥିଲେ । ମାତ୍ର ଶ୍ରୀଲଙ୍କା ଦଳ ସଂପୂର୍ଣ୍ଣ ୫୦ ଓଭର ଖେଳିପାରିନଥିଲା । ଦଳ ୩୯.୪ ଓଭରରେ ୨୧୫ ରନ କରି ଅଲଆଉଟ ହୋଇଯାଇଥିଲା ।

ଭାରତ ପକ୍ଷରୁ କୁଳଦୀପ ଯାଦବ ଓ ମହମ୍ମଦ ସିରାଜ ୩ଟି ଲେଖାଏଁ ଓ ଉମରାନ ମଲ୍ଲିକ ୨ଟି ଓ୍ବିକେଟ ନେଇଥିଲେ । ଅକ୍ଷର ପଟେଲ ଗୋଟିଏ ଓ୍ବିକେଟ ନେଇଥିଲେ । ଗୁଆହାଟୀଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୬୭ ରନରେ ହରାଇ ଦେଇଥିଲା ଭାରତ ।

Related posts

ଆଗାମୀ ୫ ବର୍ଷ ମଧ୍ୟରେ ୮୨୦୦ କୋଟି ଟଙ୍କା ଆୟ କରିବ ବିସିସିଆଇ

Odisha Sports Bureau

ମହିଳା କ୍ରିକେଟ ବିଶ୍ୱକପ ୨୦୨୨ କ୍ରୀଡାସୂଚୀ ଜାରି କଲା ଆଇସିସି

Odisha Sports Bureau

ଯଶ୍ୱସୀଙ୍କ ଟେଷ୍ଟରେ ଟିମରେ ଚୟନପରେ ବାପା କାନ୍ଦି ପକାଇଥିଲେ

Odisha Sports Bureau