Badminton

ହିଂଜିଳିକାଟୁ ମ୍ୟୁନିସପାଲଟିର ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟ ଜୁନିୟର ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମଣ୍ଟେ

ଗଞ୍ଜାମ (ରଜନୀକାନ୍ତ ପାତ୍ର):- ଗଂଜାମ ଜିଲ୍ଲା ହିଂଜିଳିକାଟୁ ମ୍ୟୁନିସପାଲଟିର ଇଣ୍ଡୋର ଷ୍ଟାଡିୟମ ଠାରେ ଆଜି ଠାରୁ ଆରମ୍ଭ ହୋଇଯାଇଛି ଓଡିଶା ରାଜ୍ୟ ଜୁନିୟର ୧୯ବର୍ଷରୁ କମ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମଣ୍ଟେ । ଏହି ଟୁର୍ଣ୍ଣାମଣ୍ଟେ କୁ ଜିଲ୍ଲାପାଳ ଦିବ୍ୟଯ୍ୟୋତି ପରିଡା ବିଧିବଦ୍ଧ ଭାବେ ଉଦଘାଟନ କରିଥିବା ବେଳେ ଏହା ଆମ ଜିଲ୍ଲା ପାଇଁ ପ୍ରଥମ ଆୟୋଜିତ ଟୁର୍ଣ୍ଣାମଣ୍ଟେ ବୋଲି ଜଣାପଡିଛି । ଏହି ଟୁର୍ଣ୍ଣାମଣ୍ଟେ .ରେ ରାଜ୍ୟର ପ୍ରାୟ ୨୪ ଜିଲ୍ଲାର ପ୍ରତିଯୋଗି ମାନେ ମଧ୍ୟ ଭାଗ ନେଇଥିବା ସୂଚନା ମିଳିଛି । ଏହି ଆୟୋଜିତ ଟୁର୍ଣ୍ଣାମଣ୍ଟେ ହିଂଜିଳିକାଟୁ ସହରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ହେତୁ ପ୍ରତିଯୋଗୀ ମାନେ ମଧ୍ୟ ବେଶ ଖୁସି ଅନୁଭବ କରିଛନ୍ତି । ତେବେ ଏହି ଟୁର୍ଣ୍ଣାମଣ୍ଟେ ରେ ୧୦୯ ଜଣ ପୁରୁଷ ଏବଂ ମହିଳା ଖେଳାଳି ଭାଗ ନେଇଛନ୍ତି । ପୁରୁଷ ଏକକ , ପୁରୁଷ ଯୁଗଳ , ମହିଳା ଏକକ , ମହିଳା ଯୁଗଳ ଏବଂ ମିଶ୍ରିତ ଯୁଗଳ ବର୍ଗରେ ଏହି ଖେଳାଳି ମାନେ ଅଂଶଗ୍ରହଣ କରିଥିବା ବେଳେ ଏହିଭଳି ଟୁର୍ଣ୍ଣାମଣ୍ଟେ ଆୟୋଜିତ ହୋଇଥିବା ହେତୁ ଜିଲ୍ଲାର କ୍ରୀଡାବିତ ମାନେ ଏହି ଖେଳ ପ୍ରତି ଆଗ୍ରହ ପ୍ରକାଶ କରିବା ନେଇ ସମସ୍ତେ ଆଶା ପ୍ରକଟ କରିଛନ୍ତି । ତେବେ ଏହି ଟୁର୍ଣ୍ନାମେଣ୍ଟ ତିନିଦିନ ଧରି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ତେବେ ଏହି ଟୁର୍ଣ୍ଣାମଣ୍ଟେ ଏଠାରେ ଆୟୋଜିତ ହୋଇଥିବା ହେତୁ ଅଞ୍ଚଳରେ ଖୁସିର ସଂଚାର ସୃଷ୍ଟି ହୋଇଛି ।

 

Related posts

ମାଲେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସିନ୍ଧୁଙ୍କ ଅଭିଯାନ ଆରମ୍ଭ

Odisha Sports Bureau

‘ସ୍ପାନିଶ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ-୨୦୨୬’ରେ ଭାରତୀୟ ଖେଳାଳିଙ୍କ ଜଲୱା

Odisha Sports Bureau

ଚୀନ ଏବଂ କୋରୀଆ ଓପନ ଠାରୁ ଦୁରେଇଲେ ପ୍ରଣାୟ

Odisha Sports Bureau