Cricket

ଦକ୍ଷିଣ ଆଫ୍ରିକାର ଦମଦାର ପ୍ରଦର୍ଶନ

ଆଇସିସି ଦ୍ବାରା ପରିଚାଳିତ ଚଳିତ ଦିନିକିଆ ବିଶ୍ବକପ୍‌ର ୨୩ତମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଛି। ୩୮୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ବାଂଲାଦେଶକୁ ୨୩୩ ରନ୍‌ରେ ଅଲ୍‌ଆଉଟ ହୋଇଛି। ବାଂଲାଦେଶ ଟିମ୍‌ ୪୬.୪ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌ ଖେଳିପାରିଛି। ଫଳରେ ଦକ୍ଷିଣ ଆଫ୍ରିକା ଠାରୁ ୧୪୯ ରନ୍‌ରେ ପରାସ୍ତ ହୋଇଛି। ଏଥି ସହିତ ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ପ୍ରଥମରେ ଭାରତ ଥିବା ବେଳେ ତୃତୀୟ ଓ ଚତୁର୍ଥରେ ଯଥାକ୍ରମେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଅଛନ୍ତି।

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମଙ୍ଗଳବାର ଆରମ୍ଭରୁ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ମହମ୍ମଦୁଲ୍ଲା ଏକମାତ୍ର ବ୍ୟାଟର ଯିଏକି ଦଳ ପାଇଁ ବ୍ୟକ୍ତିଗତ ଭାବେ ଶତକ ହାସଲ କରିଥିଲେ। ଆଗ ଓ ପଛଧାଡ଼ିର ବ୍ୟାଟରମାନେ ଜଣଙ୍କ ପରେ ଜଣେ ଆଉଟ୍‌ ହୋଇ ପାଭଲିନ ଫେରି ଯାଉଥିବା ବେଳେ ମହମ୍ମଦୁଲ୍ଲା ସ୍ଥିର ଓ ଉପସ୍ଥିତ ବୁଦ୍ଧି ଲଗାଇ ବ୍ୟାଟିଂ ଜାରି ରଖିଥିଲେ। ସେ ୧୧୧ଟି ବଲ୍‌ ଖେଲି ୧୧ଟି ଚୌକା ଓ ୪ଟି ଛକା ମାରି ସ୍କୋର ୧୧୧ ରନ୍‌ କରିଥିଲେ।

ସ୍କୋର ୪୨ ରନ୍‌ ବେଳକୁ ବାଂଲାଦେଶର ଆଗଧାଡ଼ିର ୪ ଜଣ ଖେଳାଳି ଆଉଟ୍‌ ହୋଇସାରିଥିଲେ। ପ୍ରାରମ୍ଭିକ ବ୍ୟାଟର ତନଜିତ୍‌ ହାସନ ୧୭ଟି ବଲ୍‌ ଖେଳି ଗୋଟିଏ ଚୌକା ବଳରେ ୧୨ ରନ୍‌ ସଂଗ୍ରହ କରିଥିଲେ। ଲିଟନ୍‌ ଦାସ ବ୍ୟକ୍ତିଗତ ଭାବେ ୨୨ ରନ୍‌ ଯୋଡ଼ିଥିଲେ। ସେ ୩ଟି ଚୌକା ସହିତ ଗୋଟିଏ ଛକା ମାରିଥିଲେ। ନଜମୁଲ ହୁସେନ୍‌ ସାଣ୍ଟୋ ଖାତା ଖୋଲିପାରି ନଥିବା ବେଳେ ସାକିବ୍‌ ଅଲ୍‌ ହାସନ୍‌ ୧ ରନ୍‌ ଓ ମୁସ୍‌ଫିକ୍ୟୁର ରହିମ୍‌ ୮ ରନ୍‌ ସଂଗ୍ରହ କରିପାରିଥିଲେ। ମେହେନ୍ଦୀ ହାସନ ୧୧ ରନ୍‌, ନୁସମ ଅହମଦ ୧୯ ରନ୍‌, ହାସନ ମହମ୍ମଦ ୧୫ ରନ୍‌ ସଂଗ୍ରହ କରିଥିଲେ।

Related posts

୨୩ ବର୍ଷ ପରେ ରାହୁଲ ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିଲେ ଶୁଭମନ…

ପାକିସ୍ତାନକୁ ହରାଇବାର ଗୁମର ଖୋଲିଲେ କୁଲଦୀପ; କହିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ତାଙ୍କ ସାମ୍ନାରେ କାହିଁକି ହେଲେ ଫ୍ଲପ୍?

Odisha Sports Bureau

୬ ଓ୍ଵିକେଟରେ ୱେଷ୍ଟଇଣ୍ଡିଜ୍ ଜିତିଲା ଦ୍ୱିତୀୟ ଦିନିକିଆ ମ୍ୟାଚ୍