Cricket

ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ ଆଗରେ ଧରାଶାୟୀ ହାଇଦ୍ରାବାଦ

ସୂର୍ଯ୍ୟଙ୍କ ବିସ୍ଫୋରକ ଶତକ ଆଗରେ ଧରାଶାୟୀ ହୋଇଛି ସନ୍‌ରାଇଜର୍ସ ହାଇଦ୍ରାବାଦ | IPL ୨୦୨୪ର ୫୫ ତମ ମୁକାବିଲାରେ ବିଜୟୀ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ | ସନ୍‌ରାଇଜର୍ସକୁ ୭ ୱିକେଟ୍‌ରେ ହରାଇଛି ଟିମ ମୁମ୍ବାଇ | ଏହି ମ୍ୟାଚ୍କୁ ହାଇଲାଇଟ କରି ବିଜୟ ଦେବାରେ ମୁଖ୍ୟ ଭୂମିକା ନେଇଛି ସୂର୍ଯ୍ୟକୁମାର ଯାଦବଙ୍କ ଶତକୀୟ ଇନିଂସ | ମାତ୍ର ୫୧ଟି ବଲ୍ ଖେଳି ୨୦୦ ଷ୍ଟ୍ରାଇକ୍ ରେଟରେ ୧୦୨ ରନ ସଂଗ୍ରହ କରିଥିଲେ ସୂର୍ଯ୍ୟ । ଏଥିରେ ୧୨ଟି ଚୌକା ଏବଂ ୬ଟି ଛକା ରହିଛି । ଏହି ଶତକ ସହିତ ରେକର୍ଡ କରିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ସୂର୍ଯ୍ୟ କୁମାର । IPLର ଏହି ଧାରାରେ ସନ୍ ରାଇଜର୍ସ ବିରୋଧରେ ଓ୍ବାଙ୍ଖଡେରେ ରେକର୍ଡ କରିଛନ୍ତି ସୂର୍ଯ୍ୟକୁମାର ଯାଦବ ।

ଆଇପିଏଲ ଇତିହାସରେ ସେ ଏକମାତ୍ର ଭାରତୀୟ ବ୍ୟାଟର ଯିଏ ଚତୁର୍ଥ ସ୍ଥାନ ଏବଂ ଏହା ଠାରୁ ତଳକ୍ରମରେ ସଫଳତାର ସହ ରନ୍ ଚେଜ୍ କରି ଶତକୀୟ ଇନିଂସ ଖେଳିଛନ୍ତି । ଏକ ବଡ଼ ଟାର୍ଗେଟକୁ ପିଛା କରି ଏହି ରେକର୍ଡ ନିଜ ନାଁରେ କରିଛନ୍ତି । ତାଙ୍କ ପୂର୍ବରୁ କୌଣସି ଭାରତୀୟ ବ୍ୟାଟର ଏଭଳି କାରନାମା କରିନାହାନ୍ତି ।

୨୦୧୭ରେ ବେନ୍‌ ଷ୍ଟୋକ୍ସ ଏବଂ ୨୦୧୩ରେ ଡେଭିଡ୍ ମିଲର ଟାର୍ଗେଟକୁ ପିଛା କରି ଶତକୀୟ ଇନିଂସ ଖେଳିଥିଲେ । ଏହାଛଡ଼ା ସୂର୍ଯ୍ୟକୁମାର ଟି-୨୦ରେ ୨୦୦ ଷ୍ଟ୍ରାଇକ୍ ରେଟରେ ୫ଟି ଶତକ ମାରିଥିବା କ୍ରିକେଟ ଭାବେ ରେକର୍ଡ କରିଛନ୍ତି । ଏହା ପୂର୍ବରୁ ଶୁବମନ ଗିଲ୍ ୪ଟି ଶତକ ୨୦୦ ଷ୍ଟ୍ରାଇକ୍ ହାରରେ ମାରିଛନ୍ତି ।

ଆଇପିଏଲର ୫୫ତମ ମୁକାବିଲରେ ପ୍ରଥମେ ବ୍ୟାଟିଂ କରି ସନ ରାଇଜର୍ସ ହାଇଦ୍ରାବାଦ ୧୭୩ ସଂଗ୍ରହ କରିଥିଲା । ଏହାକୁ ପିଛା କରି ମୁମ୍ବାଇ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ୍ ବର୍ମା ଖେଳ ସମ୍ଭାଳି ନେଇଥିଲେ । ଚତୁର୍ଥ ଓ୍ବିକେଟରେ ସୂର୍ଯ୍ୟକୁମାର ଓ ତିଲକ୍ ୭୯ଟି ବଲରେ ୧୪୩ରନ ଭାଗିଦାରୀ ବନେଇଥିଲେ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ୧୭.୨ ଓଭରରେ ମ୍ୟାଚ ଜିତି ନେଇଥିଲା । ସୂର୍ଯ୍ୟକୁମାର ପ୍ଲେୟାର ଅପ୍ ଦି ମ୍ୟାଚ୍ ହୋଇଥିଲେ ।

Related posts

ଆଫଗାନିସ୍ତାନ ଖେଳାଳି ରାସିଦ ଖାନଙ୍କୁ ୧୦ କୋଟି ଟଙ୍କା ଦେଇଛନ୍ତି ରତନ ଟାଟା? ଟ୍ୱିଟ୍ କରି ଜବାବ ଦେଲେ ରତନ ଟାଟା

Odisha Sports Bureau

ଡେଭିଡ ୱାର୍ଣ୍ଣରଙ୍କୁ ବ୍ଲକ କଲା କାବ୍ୟା ମାରସନ ଟିମ

Odisha Sports Bureau

ୱାନଡେ ବିଶ୍ୱକପରୁ ବାହାରିବା ପରେ ୱେଷ୍ଟଇଣ୍ଡିଜ ବୋର୍ଡକୁ ଟାର୍ଗେଟ କଲେ ସେହୱାଗ