Cricket

ଏଥର ରୋହିତ ବାହିନୀ ନୁହେଁ ସୂର୍ଯ୍ୟବାହିନୀ ନେବ ପ୍ରତିଶୋଧ

ବିଶାଖାପାଟନାମ : ଆଜିଠୁ ଭାରତ, ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେଉଛି ୫ ଟିକିଆ ଟି-୨୦ ସିରିଜ । ବିଶାଖାପାଟନାମରେ ଏହି ଦୁଇ ଦଳ ମଧ୍ୟରେ ହେବ ଟକ୍କର। ଏଥର ନୂଆ ଅଧିନାୟକଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବେ ଦୁଇ ଟିମ । ଏଥର ବିଶ୍ୱକପ୍ ଫାଇନାଲର ପ୍ରତିଶୋଧ ନେବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ରୋହିତ ବାହିନୀ ନୁହେଁ ସୂର୍ଯ୍ୟ ବାହିନୀ ଓହ୍ଲାଇବେ ମୈଦାନକୁ । ଅର୍ଥାତ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ମ୍ୟଚ ଖେଳିବ ଟିମ ଇଣ୍ଡିଆ । ବିଶ୍ୱକପ ପରେ ଭାରତର ପ୍ରମୁଖ ଖେଳାଳିଙ୍କୁ ଦିଆଯାଇଛି ବିଶ୍ରାମ ।

ଏଥର ନୂଆ ଫର୍ମାଟରେ ରାତି ୭ଟାରେ । ବିଶାଖାପାଟନାମରେ ଖେଳାଯିବ ମ୍ୟାଚ୍। ବହୁ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ୨୦୨୧ ପରଠୁ ସୂର୍ୟ୍ୟକୁମାର ଯାଦବ ଭାରତର ନବମ ଟି-ଟ୍ବେଣ୍ଟି ଅଧିନାୟକ ଭାବେ ଗ୍ରାଉଣ୍ଡକୁ ଓହ୍ଲାଇବେ। ଚଳିତ ବର୍ଷ ହାର୍ଦ୍ଦିକ ପାଣ୍ଡା, ଯଶପ୍ରୀତ ବୁମରା ଓ ଋତୁରାଜ ଗାଏକୱାଡ୍ ଟି-ଟ୍ବେଣ୍ଟି ଅଧିନାୟକ ନିଯୁକ୍ତ ହୋଇସାରିଛନ୍ତି। ପାଣ୍ଡା ଆହତ ଥିବାରୁ ସୂର୍ଯ୍ୟକୁମାରଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି।
ବିଶ୍ୱକପ ଟିମରେ ଥିବା ଈସାନ କିଶାନ ଏବଂ ପ୍ରସିଦ୍ଧ କ୍ରିଷ୍ଣା ଆଜି ଟିମରେ ରହିବା ନେଇ ସୂଚନା ମଳିଛି । ସେହିପରି ଯୁବ ତାରକା ତିଳକ ବର୍ମା, ଯଶସ୍ବୀ ଜୈସ୍ବାଲ ଓ ରିଙ୍କୁ ସିଂହଙ୍କ ଉପରେ ନଜର ରହିବ। ବିଶାଖାପାଟଟ୍ଟନମରେ ଅଷ୍ଟ୍ରେଲିଆର ରେକର୍ଡ ଉନ୍ନତ ରହିଛି।

ଅନ୍ୟପଟେ ଅଷ୍ଟ୍ରେଲିଆର ଅଧିନାୟକ ପାଟ କୁମିନ୍ସ, ମିଚେଲ ମାର୍ସ, ଜୋସ୍ ହାଜଲଉଡ, ମିଚେଲ ଷ୍ଟାର୍କ ଓ କାମେରୁନ ଗ୍ରୀନ ସ୍ୱଦେଶ ଫେରିଯାଇଛନ୍ତି । ତେଣୁ ମାଥ୍ୟୁ ୱାଡେଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ କଙ୍ଗାରୁ ଦଳ । ୨ଟି ଯାକ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ୪ଟି ଦିନିକିଆ ଓ ଗୋଟିଏ ଟି-ଟ୍ବେଣ୍ଟି ଖେଳିଛି। ଏଥିରୁ ଦଳ କେବଳ ଗୋଟିଏ ମ୍ୟାଚରେ ପରାଜିତ ହୋଇଛି। ଗତ ମାର୍ଚ୍ଚ ମାସରେ ଉଭୟ ଦଳ ଏଠାରେ ଦିନିକିଆ ଖେଲିଥିଲେ। ଅଷ୍ଟ୍ରେଲିଆ ୧୦ ୱିକେଟରେ ବିଜୟ ହାସଲ କରିଥିଲା।

Related posts

୭ ବର୍ଷ ପରେ ଘରମୂହାଁ ହେବ ଫଟାଫଟ କ୍ରିକେଟର ମହାସମର ଟ୍ୱେଣ୍ଟି-୨୦ ବିଶ୍ୱକପ ୨୦୨୧

Odisha Sports Bureau

ବଡ଼ ବିଜୟ ସହ ବାଙ୍ଗାଲୋରର ପ୍ଲେ ଅଫ୍ ଆଶା ଉଜ୍ଜୀବିତ

ଆଚରଣ ବିଧିକୁ ଉଲ୍ଲଙ୍ଘନ କରିଥିବାରୁ ଗୋଟିଏ ମ୍ୟାଚ୍ରୁ ବାସନ୍ଦ ହୋଇଛନ୍ତି ଋଷଭ ପନ୍ତ