Cricket

ପୁରୁଷ ଓ ମହିଳା ଟି-୨୦ ବିଶ୍ୱକପ ୨୦୨୦ ଟୁର୍ଣ୍ଣାମେଣ୍ଟ  କାର୍ଯ୍ୟସୂଚୀ

(ଓଡିଶା ସ୍ପୋର୍ଟ): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମଙ୍ଗଳବାର ସକାଳୁ ପୁରୁଷ ଏବଂ ମହିଳା ଟି-୨୦ ବିଶ୍ୱକପ ପାଇଁ କ୍ରୀଡ଼ାସୂଚୀ ଜାରି କରିଛି । ପ୍ରଥମ ଥର ପାଇଁ ପୁରୁଷ ଏବଂ ମହିଳା ଟି-୨୦ ବିଶ୍ୱକପ ଗୋଟିଏ ବର୍ଷ ଏବଂ ଗୋଟିଏ ଦେଶରେ ଖେଳାଯିବ । ଉଭୟ ପୁରୁଷ ଏବଂ ମହିଳା ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ ବିଶ୍ୱର ବୃହତ୍ତ କ୍ରିକେଟ ଷ୍ଟାଡିୟମ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ଏହି ବିଶ୍ଵ କପର ଆୟୋଜନ ଅଷ୍ଟ୍ରେଲିଆ କରିବ। ଟୂର୍ଣ୍ଣାମେଣ୍ଟର ମ୍ୟାଚ୍ ଅଷ୍ଟ୍ରେଲିଆର ୭ ସହରରେ ଖେଳାଯିବ। ଆଇସିସି ଅନୁସାରେ ପୁରୁଷ ବିଶ୍ଵ କପ ଅକ୍ଟୋବର ୧୮ ରୁ ଏହି ଟୂର୍ଣ୍ଣାମେଣ୍ଟ ଆରମ୍ଭ ହେବ ଏବଂ ନଭେମ୍ବର ୧୫ରେ ମେଲବର୍ଣ୍ଣରେ ଫାଇନାଲ ମ୍ୟାଚ୍ ଖେଳାଯିବ।

ମହିଳା ଟି-୨୦ ବିଶ୍ଵ କପ ଫେବୃ଼ଆରୀ ୨୧ରୁ ମାର୍ଚ୍ଚ ୮ ମଧ୍ୟରେ ଖେଳାଯିବ।  ଏହାର ଫାଇନାଲ ମ୍ୟାଚ୍ ମାର୍ଚ୍ଚ ୮ ବିଶ୍ଵ ମହିଳା ଦିବସରେ ଖେଳାଯିବ। ଏହାର ସାତ ମାସ ପରେ ପୁରୁଷ ଟି-୨୦ ବିଶ୍ଵ କପ ଆୟୋଜିତ ହେବ।  ପ୍ରଥମ ଥର ପୁରୁଷ ଓ ମହିଳା ଟି-୨୦ ବିଶ୍ଵ କପ ଭିନ୍ନ ଭିନ୍ନ ସମୟରେ ଆୟୋଜିତ ହେଉଛି। ଏ ପର୍ୟ୍ୟନ୍ତ ଏହି ଟୂର୍ଣ୍ଣାମେଣ୍ଟ ଏକ ସଙ୍ଗେ ଆୟୋଜିତ ହୋଇ ଆସୁଥିଲା।

ମହିଳା ଟି-୨୦ ବିଶ୍ଵ କପର ସେମି ଫାଇନାଲ ଦ୍ଵୟ ମ୍ୟାଚ୍ ସିଡନୀ  କ୍ରିକେଟ୍ ଗ୍ରାଉଣ୍ଡରେ ଅଲଗା ଅଲଗା ଦିନରେ ଖେଳାଯିବ। ପୁରୁଷ ଟି-୨୦ ବିଶ୍ଵକପର ସେମି ଫାଇନାଲ ମ୍ୟାଚ୍ ସିଡନୀ ଓ ଆଡିଲେଡ୍  ଓଭାଲରେ ଖେଳାଯିବ । ଷ୍ଟାର ସ୍ପୋଟର୍ସ ଟିଭି ଚେନାଲ ଦ୍ୱାରା ସମସ୍ତ ମ୍ୟାଚ ପ୍ରସାରଣ ହେବ । ଆଇସିସି ମହିଳା ଟି-୨୦ ବିଶ୍ୱକପ ପାଇଁ ୨୦୧୯ ଫେବୃୟାରୀ ୨୧ ଠାରୁ ଟିକେଟ ବିକ୍ରି ହେବ । ଆଗ୍ରହୀ ବ୍ୟକ୍ତିମାନେ ଟି-୨୦ବିଶ୍ୱକପ ସାଇଟରେ ନିଜର ନାଁ ପଂଜିକରଣ କରିପାରିବେ ।

କେଉଁ ଗ୍ରୁପରେ କେଉଁ ଦଳ(ଯୋଗ୍ୟତା ପାଇଥିବା ଦଳ)

ଗ୍ରୁପ-ଏ: ପାକିସ୍ତାନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଓ୍ଵେଷ୍ଟଇଣ୍ଡିଜ

ଗ୍ରୁପ-ବି: ଭାରତ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ

ଭାରତୀୟ ପୁରୁଷ ଦଳର ମୁକାବିଲା

ଅକ୍ଟୋବର ୨୪: ଭାରତ ବନାମ ଦକ୍ଷିଣ ଆଫ୍ରିକା, ପର୍ଥ

ଅକ୍ଟୋବର ୨୯: ଭାରତ ବନାମ କ୍ଵାଲିଫାୟର-୧, ମେଲବର୍ଣ୍ଣ

ନଭେମ୍ଵର ୦୧: ଭାରତ ବନାମ ଇଂଲଣ୍ଡ, ମେଲବର୍ଣ୍ଣ

ନଭେମ୍ଵର ୦୫: ଭାରତ ବନାମ କ୍ଵାଲିଫାୟର-୨, ଆଡିଲେଡ

ନଭେମ୍ଵର ୦୮: ଭାରତ ବନାମ ପାକିସ୍ତାନ, ସିଡନୀ

Related posts

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଦଳର ଅଂଶ ହେବେନି

Odisha Sports Bureau

କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଧମକ

Odisha Sports Bureau

ଆଜି ଖେଳାଯିବ ଭାରତ ପାକିସ୍ତାନର ବାକି ରହିଥିବା ମ୍ୟାଚ

Odisha Sports Bureau