Cricket

ଅନ୍ତିମ ଟି-୨୦, ସିରିଜ ଜିତିବା ଲକ୍ଷ୍ୟରେ ଉଭୟ ଦଳ

(ଓଡିଶା ସ୍ପୋର୍ଟ): ଆଜି ହାମିଲଟନର ସେଡାନ୍ ପାର୍କରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ତଥା ନିର୍ଣ୍ଣାୟକ ଟି-ଟ୍ୱେଣ୍ଟି ମ୍ୟାଚ । ତିନିଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜ ଦୁଇ ଦଳ ସ୍ଥିତି ୧-୧ରେ ବରାବର ରହିଛି। ଫଳରେ ମ୍ୟାଚ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ରହିବ । ପ୍ରଥମ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୮୦ ରନରେ ହରାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା । ଏହା ନ୍ୟୁଜିଲାଣ୍ଡ ମାଟିରେ ଭାରତର ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ବିଜୟ ଥିଲା ।

ଉଭୟ ଦଳ ପାଇଁ କର ବା ମର ସ୍ଥିତି ।ଉଭୟ ଦଳ ମ୍ୟାଚ ହାତେଇବାକୁ ଜୋରଦାର ପ୍ରୟାସ କରିବେ । ତେବେ ଟିମ୍ ଇଣ୍ଡିଆ ପାଖରେ ଏକ ନୂଆ ଇତିହାସ ରଚିବାର ସୁଯୋଗ ରହିଛି । ଯଦି ଭାରତ ଶେଷ ଟି-୨୦ ମ୍ୟାଚରେ ବିଜୟୀ ହୁଏ, ତେବେ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଥର ପାଇଁ କୌଣସି ଦ୍ୱିପାକ୍ଷିକ ଟି-୨୦ ସିରିଜ ଜିତିବ।

Related posts

ଟିମ୍ ଇଣ୍ଡିଆରେ ଧାୱନଙ୍କ କମବ୍ୟାକ୍

ପୁଣି ଚର୍ଚ୍ଚାରେ ବିରାଟ ଓ ଗାଙ୍ଗୁଲ; କରମର୍ଦ୍ଦନ କରି ନଥିଲେ ଏବେ ଆଲିଙ୍ଗନ କଲେ

୨୩ ବର୍ଷ ପରେ ରାହୁଲ ଦ୍ରାବିଡଙ୍କ ରେକର୍ଡ ଭାଙ୍ଗିଲେ ଶୁଭମନ…