Cricket

୨୦୨୪ ଟି- ୨୦ ବିଶ୍ୱକପ୍ , ଖୁବଶୀଘ୍ର କ୍ରୀଡା ସୂଚୀ ଘୋଷଣା

ମୁମ୍ବାଇ : ଶେଷ ହେବ ଅପେକ୍ଷା । ଖୁବଶୀଘ୍ର ଘୋଷଣା ହେବ ୨୦୨୪ ଟି-୨୦ ବିଶ୍ୱକପ୍‌ର କ୍ରୀଡାସୂଚୀ । ଆଇସିସି ଏବଂ ହୋଷ୍ଟ ଦେଶ ପକ୍ଷରୁ ଆସନ୍ତା ସପ୍ତାହ ମଧ୍ୟରେ ଘୋଷଣା କରାଯାଇପାରେ କ୍ରୀଡା ସୂଚୀ । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ଖବର ଅନୁଯାୟୀ, ୨୦୨୪ରେ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ୍‌ । ଆଗାମୀ ୨୦୨୪ ଟି-୨୦ ବିଶ୍ୱକପ୍‌ ଆୟୋଜନା ଲାଗି ଆମେରିକା ଏବଂ ଓ୍ୱେଷ୍ଟଇଣ୍ଡିଜ୍‌ ମିଳିଛି ଅଧିକାର । ଆଉ ଏଥିପାଇଁ ବି ଉଭୟ ଦେଶ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଜୁନ୍‌ ୪ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଜୁନ ୩୦ ପର୍ଯ୍ୟନ୍ତ ଚାଲିବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ଟି ଟିମ୍‌ କ୍ୱାଲିଫାଏ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଟି ଟିମ୍‌ ଟି-୨୦ ବିଶ୍ୱକପ୍‌ରେ ଏଣ୍ଟ୍ରି କରିବେ । ସେହିଠାରୁ ହିଁ ଆରମ୍ଭ ହେବ ସୁପର ୮ ଷ୍ଟେଜ୍‌ ମୁକାବିଲା । ତେବେ କାହା ସହିତ କେବେ ଖେଳାଯିବ ମ୍ୟାଚ୍‌ । ସେନେଇ କିଛି ସ୍ପଷ୍ଟ ଭାବେ ସୂଚନା ଦିଆଯାଇନାହିଁ । ତେଣୁ ଆସନ୍ତା ସପ୍ତାହରେ ଆଗାମୀ ଟି-୨୦ ବିଶ୍ୱକପ୍‌ର ଖେଳସୂଚୀ ଘୋଷଣା କରାଯିବ ।

Related posts

ବିଜୟ ପରେ ବି ଶୀର୍ଷରେ ପହଞ୍ଚି ପାରିଲାନି ଆରସିବି , ଜାଣନ୍ତୁ ପଏଣ୍ଟ ଟେବୁଲରେ ଦଳର ସ୍ଥିତି …

Odisha Sports Bureau

ଆଜି ୪ଟି ଦଳ ମଧ୍ୟରେ କଡା ଟକ୍କର, ଲକ୍ଷ୍ନୌକୁ ଗୁଜୁରାଟ ମୁହାଁ ମୁହିଁ ହେଉଥିବା ବେଳେ ମୁମ୍ବାଇକୁ ପଞ୍ଜାବ ମଧ୍ୟରେ ହେବ ଟକ୍କର

Odisha Sports Bureau

ଉମ୍ରାନ ମଲିକଙ୍କୁ ଅସମ୍ମାନ କରିଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି ସୋହାଲି ଖାନ

Odisha Sports Bureau