Cricket

ଫେବ୍ରୁଆରୀ ୭ରୁ ଟି-୨୦ ବିଶ୍ୱକପ୍

ଭାରତ ଓ ଶ୍ରୀଲଙ୍କା ଦ୍ବାରା ମିଳିତ ଭାବେ ଆୟୋଜିତ ହେବାକୁ ଯାଉଛି  ଟି-୨୦ ବିଶ୍ବକପ୍-୨୦୨୬ । ଆସନ୍ତା ବର୍ଷ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ୍ର ପୂରା ସିଡ୍ୟୁଲ ଘୋଷଣା ହୋଇଛି । ଉଦଘାଟନୀ ମ୍ୟାଚ୍ ପାକିସ୍ତାନ ଓ ନେଦରଲାଣ୍ଡସ ମଧ୍ୟରେ ହେବ । ଭାରତ-ପାକିସ୍ତାନ ମ୍ୟାଚ୍ ଫେବ୍ରୁଆରୀ ୧୫ ତାରିଖରେ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହେବ ।ଏହା ସହିତ ଦୁଇଟି ସେମିଫାଇନାଲ ପାଇଁ ମଧ୍ୟ ସ୍ଥାନ ନିରୂପଣ କରାଯାଇଛି । ପ୍ରଥମ ସେମିଫାଇନାଲ୍ ଭାରତ ଓ ଦ୍ବିତୀୟ ସେମିଫାଇନାଲ ଶ୍ରୀଲଙ୍କାର କଲମ୍ବୋରେ ଖେଳା ଯିବ । ମାର୍ଚ୍ଚ ୮ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ହେବ ଫାଇନାଲ୍ ମ୍ୟାଚ୍ । ଟୁର୍ଣ୍ଣାମେଣ୍ଟରେ ମୋଟ୍ ୨୦ଟି ଦଳ ଭାଗ ନେବେ ।

ICC Men's T20 World Cup 2026 Fixtures officially released: : r/Cricket

ପ୍ରଥମ ଥର ପାଇଁ ଇଟାଲୀ ମଧ୍ୟ ଏହି ମେଗା ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଟୁର୍ଣ୍ଣାମେଣ୍ଟ ସୂଚୀ ପ୍ରକାଶ ପରେ ଆଇସିସି ସଭାପତି ଜୟ ଶାହ କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ୍ ମ୍ୟାଚ୍ ମୋଟ ଆଠଟି ସ୍ଥାନରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ମ୍ୟାଚ୍ ଭାରତର ପାଞ୍ଚଟି ସ୍ଥାନରେ ଏବଂ ଶ୍ରୀଲଙ୍କାର ତିନୋଟି ସ୍ଥାନରେ ଅନୁଷ୍ଠିତ ହେବ। ଭାରତରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ଏବଂ ଅହମ୍ମଦାବାଦରେ ଟୁର୍ଣ୍ଣାମେଣ୍ଟ ମ୍ୟାଚ୍ ଖେଳାଯିବ। ଶ୍ରୀଲଙ୍କାରେ ୨୦୨୬ ଟି୨୦ ବିଶ୍ୱକପ୍ କଲମ୍ବୋ ଏବଂ କାଣ୍ଡିରେ ଅନୁଷ୍ଠିତ ହେବ।

fallback

୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ

ଭାରତ ବନାମ ଆମେରିକା, ଫେବୃଆରୀ ୭, ମୁମ୍ବାଇ

ଭାରତ ବନାମ ନାମ୍ବିଆ, ଫେବୃଆରୀ ୧୨, ଦିଲ୍ଲୀ

ଭାରତ ବନାମ ପାକିସ୍ତାନ, ଫେବୃଆରୀ ୧୫, କଲମ୍ବୋ

ଭାରତ ବନାମ ନେଦରଲ୍ୟାଣ୍ଡସ୍, ଫେବୃଆରୀ ୧୮, ଅହମ୍ମଦାବାଦ

T20 World Cup 2026 Full Schedule Out: India vs Pakistan on February 15,  India to Face

Related posts

ଆଇପିଏଲରୁ ବାଦ ପଡିଲେ ଭୁବି ଓ ଅମିତ ମିଶ୍ରା

Odisha Sports Bureau

ଆଇସିସିର ବ୍ୟାନ ପରେ ଆଇପିଏଲକୁ ଫେରିବେ ୱାନିନ୍ଦୁ ହସରଙ୍ଗା

Odisha Sports Bureau

ବାଙ୍ଗାଲୋର ଓପିଏଲରେ ବାରବାଟୀ ସୁପର କିଙ୍ଗ୍ସ ବିଜୟୀ

Odisha Sports Bureau