Cricket

ନିଷ୍ପତ୍ତି ବଦଳାଇଲେ ତମିମ୍, ନେବେ ନାହିଁ ଅବସର

ଢାକା: ଆନ୍ତର୍ଜାତିକ କ୍ରିକେଟରୁ ଅବସର ଘୋଷଣା କରିବାର ୨୪ ଘଣ୍ଟ ନପୁରୁଣୁ ବାଂଲାଦେଶ ଦିନିକିଆ ଦଳ ଅଧିନାୟକ ତମିମ୍ ଇକବାଲ୍ ତାଙ୍କ ନିଷ୍ପତ୍ତିକୁ ପ୍ରତ୍ୟାହୃତ କରିନେଇଛନ୍ତି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହିତ ଆଲୋଚନା କରିବା ପରେ ସେ ଏଭଳି ୟୁ ଟର୍ଣ୍ଣ କରିଛନ୍ତି। ତମିମଙ୍କ ସହ ତାଙ୍କ ପତ୍ନୀ, ପୂର୍ବତନ ଅଧିନାୟକ ମାଶ୍ରଫେ ମୋର୍ତାଜା ଓ ବିସିବି ସଭାପତି ନଜମୁଲ୍ ହାସନ ଶୁକ୍ରବାର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ତାଙ୍କ ବାସଭବନରେ ଭେଟି ଆଲୋଚନା କରିଥିଲେ।

ସୂଚନା ଅନୁସାରେ, ମାଶ୍ରଫେ ଏବେ ସାଂସଦ ହୋଇଯାଇଥିବାରୁ ସେ ପ୍ରଥମେ ତମିମଙ୍କ ମାମଲାରେ ହସ୍ତକ୍ଷେପ କରିବା ସହ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ଆରମ୍ଭ କରିଥିଲେ। କିନ୍ତୁ ଅବସର ନିଷ୍ପତ୍ତି ବିଷୟରେ ହସିନାଙ୍କ ସହ ପୁନର୍ବାର ଆଲୋଚନା ପାଇଁ ତମିମ୍ ରାଜି ନଥିଲେ। ଗୁରୁବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ତମିମ୍ ଅବସର ଘୋଷଣା କରିଥିଲେ। ୧୩ ମିନିଟର ଘୋଷଣା ମଧ୍ୟରେ ଏକାଧିକଥର ସେ କାନ୍ଦି ପକାଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କୁ ବାସଭବନକୁ ନିମନ୍ତ୍ରଣ ଦେବା ସହ କିଛି ଘଣ୍ଟା ଧରି ଉଭୟ ଆଲୋଚନା କରିଥିଲେ ଏବଂ ସେ ହିଁ ତାଙ୍କୁ ପୁଣି ଥରେ କ୍ରିକେଟକୁ ଫେରିଆସିବା ପାଇଁ ପରାମର୍ଶ ଦେଇଥିଲେ। ଶୁକ୍ରବାର ତମିମ୍ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ପୁଣି ଥରେ ଗଣମାଧ୍ୟମକୁ ସାମ୍ନା କରିଥିଲେ। ସେ ତାଙ୍କ ନିଷ୍ପତ୍ତି ବଦଳାଇବା ସହ ଆହତରୁ ସୁସ୍ଥ ହେବା ପାଇଁ ୬ ସପ୍ତାହ ବିଶ୍ରାମ ଦିଆଯାଇଥିବା ସୂଚନା ଦେଇଥିଲେ। ତେଣୁ ଅବସର ନିଷ୍ପତ୍ତିକୁ ଫେରସ୍ତ ନେଉଛି ବୋଲି ତମିମ୍ ଗଣମାଧ୍ୟମକୁ କହିଥିଲେ। ତେବେ ତାଙ୍କ ଅନୁପସ୍ଥିତିରେ ଆଫଗାନିସ୍ତାନ ବିପକ୍ଷ ଅବଶିଷ୍ଟ ମ୍ୟାଚ ଗୁଡ଼ିକରେ ଲିଟନ ଦାସ ଦଳର ନେତୃତ୍ବ ନେବେ ବୋଲି ସୂଚନା ଦିଆଯାଇଛି।

Related posts

କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଧମକ

Odisha Sports Bureau

ସଫଳ ହୋଇଛି ଶାମିଙ୍କ ସର୍ଜରୀ , ମେଡିକାଲରୁ ସେୟାର କଲେ ଫଟେରା

Odisha Sports Bureau

ଧୋନିଙ୍କ ପାଦ ଛୁଇଁ ସୋସିଆଲ ମିଡିଆରେ ଭାଇରଲ ହେଉଛନ୍ତ ବୈଭବ ସୂର୍ଯ୍ୟବଂଶୀ