Cricket

କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଧମକ

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କୁ ଧମକ । ତାଙ୍କ ସହ ପରିବାରକୁ ମାରି ଦେବା ପାଇଁ ମିଳିଛି ଧମକ । ହତ୍ୟା ଧମକ ଦେଇଛି କାଶ୍ମୀରର ISIS । ଧମକ ପରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କଲେ ସାଂସଦ ଗୌତମ ଗମ୍ଭୀର ।

Complaint filed against Delhi MP Gautam Gambhir for hoarding Fabiflu
ମଙ୍ଗଳବାର ରାତିରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଇ-ମେଲ ଦ୍ୱାରା ‘‘ଆଇଏସ୍ଆଇଏସ୍-କଶ୍ମୀର’ରୁ ହତ୍ୟା ଧମକ ପାଇଥିବା ‘ବିଜେପି’ ସାଂସଦ ଗୌତମ ଗମ୍ଭୀର ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ପରେ ପୋଲିସ ଏ ନେଇ ତଦନ୍ତ ଜାରି ରହିଛି । ସାଂସଦଙ୍କ ଜୀବନ ପ୍ରତି ବିପଦ ଆଶଙ୍କାରେ ଗମ୍ଭୀରଙ୍କ ଘର ସାମନାରେ ବଢାଯାଇଛି ସୁରକ୍ଷା ବ୍ୟବସ୍ଥା । କେବଳ ଇମେଲ ବ୍ୟତୀତ ଧମକ ସମ୍ପର୍କରେ ଅନ୍ୟ କୌଣସି ସୂଚନା ମିଳି ପାରିନାହିଁ । ତେଣୁ ମେଲଠିକଣା ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ ।

Going against all gurdwaras, mandirs? Delhi HC pulls up police in Gautam  Gambhir drug hoarding case - India NewsGautam Gambhir 'receives' death threat from 'ISIS Kashmir' | Delhi News -  Times of India
ସେପଟେ କ୍ରିକେଟର ମାନଙ୍କ ସହିତ ସେମାନଙ୍କ ପରିବାରକୁ ହତ୍ୟା ଭଳି ଅନେକ ଧମକ ଦିନକୁ ଦିନ ବଢିଚାଲିଛି । ୨୦୨୦ ଆଇପିଏଲ ସମୟରେ ମହେନ୍ଦ୍ର ସିଂହ ଧୋନୀ ଏବଂ ଝିଅ ଜିଭାଙ୍କୁ ଧମକ ମିଳିଥିଲା । ସେହିପରି କିଛି ଦିନ ପୂର୍ବରୁ ଚାଲିତିବା ଟ-୨୦ ବିଶ୍ୱକପରେ ଭାରତର ଖରାପ ପ୍ରଦର୍ଶନ ପରେ କୋହଲୀ ଏବଂ ୯ ମାସର ଝିଅକୁ ମଧ୍ୟ ଧମକ ଦିଆଯାଇଥିଲା । ଏହାପରେ ପୁଣି ଏବେ ପୂର୍ବତନ କ୍ରିକେଯର ଗୌତମ ଗମ୍ଭୀର ଏବଂ ପରିବାରକୁ ହତ୍ୟା ଧମକ ମିଳୁଛି । ଯାହା ଦେଶର ପୋଲିସ ଏବଂ ସୂରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Related posts

ଭାରତୀୟ ବୋଲରଙ୍କ ଆକ୍ରମଣରେ ଧରାଶାୟୀ କଙ୍ଗାରୁ ବାହିନୀ

Odisha Sports Bureau

୨୪ ବଲରେ ବିସ୍ଫୋରକ ୬୮ ରନ୍ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ

Odisha Sports Bureau

ଦକ୍ଷିଣ ଆଫ୍ରିକାକୁ ହରାଇ ୧୯ବର୍ଷରୁ କମ ବିଶ୍ୱକପ ଫାଇନାଲରେ ଭାରତ

Odisha Sports Bureau