Cricket

ଟେଷ୍ଟ-ଦିନିକିଆ-ଟି୨୦ ସମସ୍ତ ଫର୍ମାଟରେ ବିଶ୍ୱର ଏକ ନମ୍ବର ଟିମ ଭାରତ

ନୂଆଦିଲ୍ଲୀ: ଇତିହାସ ରଚିଲା ଟିମ ଇଣ୍ଡିଆ । କ୍ରିକେଟର ତିନୋଟି ଯାକ ଫର୍ମାଟରେ ନମ୍ବର-୧ ସ୍ଥାନ ପାଇଛି ଭାରତ । ଗତକାଲି ମୋହାଲିରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ଦିନିକିଆରେ ବିଜୟ ପରେ ଭାରତ ପାକିସ୍ତାନକୁ ପଛରେ ପକାଇଛି। ପୂର୍ବରୁ ଭାରତ ଟେଷ୍ଟ ଓ ଟି୨୦ରେ ଏକ ନମ୍ବର ଥିଲେ ମଧ୍ୟ ଦିନିକିଆରେ ପାକିସ୍ତାନ ଏକ ନମ୍ବର ଥିଲା। ଏସିଆ କପରେ  ଦମଦାର ବିଜୟ ପରେ  ଗତକାଲି  ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଷିଷ୍ଟ ଦିନିକିଆ ସିରିଜରେ  ପ୍ରଥମ ମୁକାବିଲାକୁ ୫ ୱିକେଟରେ ଯିତିବା  ପରେ ଆଇସିସି ଦିନିକିଆ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନକୁ ଫେରିଛି। ଏହା  ସହ ଭାରତ ବର୍ତ୍ତମାନ କ୍ରିକେଟର ସବୁ ଫର୍ମାଟରେ ବିଶ୍ବର ଏକ ନମ୍ବର ଟିମ୍ ହୋଇଯାଇଛି।

ଅନ୍ୟପଟେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ର ପ୍ରଥମ ମୁକାବିଲା ବିଜୟ ସହ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ। ବିଶ୍ବକପ୍‌ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପଦର୍ଶନ କରିଛି। ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆକୁ ଭାରତୀୟ ବୋଲର ୨୭୬ ରେ ଅଲଆଉଟ କରିଦେଇଥିଲେ।

ଭାରତୀୟ ବୋଲର ମାପିଚୁପି ବୋଲିଂ କରିବା ସହ ଅଷ୍ଟ୍ରେଲିଆକୁ ବଡ଼ ସ୍କୋର କରିବାକୁ ଦେଇନଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମିଙ୍କୁ ୫, ବୁମରାହ, ଅଶ୍ୱିନୀ ଓ ଜାଡେଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ବୋଲର ତାଙ୍କ କାମ କରିଦେବା ପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଭାରତୀୟ ବ୍ୟାଟର ମଧ୍ୟ ତାଙ୍କ ଦମ୍‌ ଦେଖାଇଥିଲେ। ଶୁବମନ ଗିଲ, ଋତୁରାଜ ଗାଏକ୍ୱାଡ ଭଲ ଷ୍ଟାର୍ଟ ଦେଇଥିବା ବେଳେ କ୍ୟାପଟେନ୍‌ କେଏଲ ରାହୁଲ ଓ ସୂର୍ଯ୍ୟକୁମାର ବାକି କାମ ଶେଷ କରିଛନ୍ତି।

Related posts

୨୦୨୫ ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା

Odisha Sports Bureau

ବିଜୟ ହଜାରେ ଟ୍ରଫିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ, ଗୋଟିଏ ଓଭରରେ ଲଗାତାର ପାଞ୍ଚଟି ଛକା

Odisha Sports Bureau

ଲିଭିଂଷ୍ଟୋନଙ୍କ ଛକାରେ ରଶିଦ ଘାଇଲା

Odisha Sports Bureau