Cricket

ଅଷ୍ଟମ ଥର ପାଇଁ ଶ୍ରୀଲଙ୍କାକୁ ହରାଇ ଏସିଆ କପ୍ ଚମ୍ପିଆନ୍ ଟ୍ରଫି ଜିତିଛି ଟିମ୍ ଇଣ୍ଡିଆ

ବ୍ୟୁରୋ: ଶ୍ରୀଲଙ୍କାକୁ ହରାଇ ଟ୍ରଫି ଜିତିଛି ଟିମ୍ ଇଣ୍ଡିଆ । ଭାରତୀୟ ଦଳ ରବିବାର ଦିନ ଅଷ୍ଟମ ଥର ପାଇଁ ଏସିଆ କପ୍ ଚମ୍ପିଆନ୍ ହୋଇଛି । ଶ୍ରୀଲଙ୍କାକୁ ଏକତରଫା ଭାବେ ଫାଇନାଲ୍ରେ ପରାସ୍ତ କରି ଭାରତ ସଫଳତା ପାଇଛି। ଗୋଟିଏ ଓଭରରେ ୪ ୱିକେଟ୍ ସଫଳତା ସହିତ ମହମ୍ମଦ ସିରାଜଙ୍କ ବୋଲିଂରେ ଭାରତ ଅଷ୍ଟମ ଥର ଏସିଆ କପ୍ର ବିଜେତା ହୋଇଛି। ଶ୍ରୀଲଙ୍କା ମାତ୍ର ୧୫.୨ ଖେଳିଥିବା ବେଳେ ଭାରତ ୬.୧ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଭାରତୀୟ ଟିମ୍ କୁ ମାତ୍ର ୫୧ ରନ୍ ର ଟାର୍ଗେଟ ଦେଇଥିଲା ଶ୍ରୀଲଙ୍କା ଟିମ୍ । ଏହାର ଜବାବରେ ଭାରତୀୟ ଟିମ୍ ବିନା କୌଣସି ୱିକେଟ୍ ହରାଇ ଟାର୍ଗେଟ ହାସଲ କରିଦେଇଥିଲା ।
୨୩ ବର୍ଷ ତଳେ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯାଇଥିଲା । ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍କୁ ୩୦୦ ରନ୍ ର ଟାର୍ଗେଟ ଦେଇଥିଲା ଶ୍ରୀଲଙ୍କା । କିନ୍ତୁ ସେତେବେଳେ ଭାରତୀୟ ଟିମ ମାତ୍ର ୨୬.୩ ଓଭର ଖେଳି ୫୪ ରନ୍ ରେ ଅଲଆଉଟ ହୋଇଯାଇଥିଲା । ଫଳରେ ଶ୍ରିଲଙ୍କା ଟିମ୍ ବିଜୟୀ ହୋଇଥିଲା । ତେବେ ବର୍ତ୍ତମାନ ଶ୍ରିଲଙ୍କାକୁ ହରାଇ ଜିତ୍ ର ଟ୍ରଫି ହାସଲ କରିଛି ଟିମ୍ ଇଣ୍ଡିଆ ।

Related posts

ଘୋଷଣା ହେଲା ଆଇପିଏଲ ୨୦୨୬ କ୍ରୀଡ଼ାସୂଚୀ, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ ଟି୨୦ କ୍ରୀଡ଼ା ମହାକୁମ୍ଭ

Odisha Sports Bureau

ନ୍ୟୁଜିଲାଣ୍ଡର ଧୂଆଁଧାର ବ୍ୟାଟିଂ , ୨୨୦ରନର ବିଜୟ ଲକ୍ଷ୍ୟ

Odisha Sports Bureau

ବୁମରାହ ଆଣ୍ଡରସନଙ୍କ ଭିତରେ ବାକଯୁଦ୍ଧ

Odisha Sports Bureau