Cricket

ମନମୋହନ ସିଂଙ୍କ ବିୟୋଗରେ ଶୋକ ପ୍ରକାଶ କରିଛି ଟିମ ଇଣ୍ଡିଆ

ନୂଆଦୀଲ୍ଲୀ: ଆଉ ନାହାନ୍ତି ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ତାଙ୍କର ବିୟୋଗରେ ସାରା ଦେଶ ଆଜି ନିରବ । ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ମଣିଷ ଟିଏ ବି ଆଜି ତାଙ୍କ ପାଇଁ ଜଣାଉଛନ୍ତି ଶ୍ରର୍ଦ୍ଧାଞ୍ଜଳି । ଲହାରି ଭିତରେ ଶୋକ ପ୍ରକାଶ କରିଛି ଟିମ ଇଣ୍ଡିଆ । କଳା ରଙ୍ଗର ଆର୍ମ ବ୍ୟାଣ୍ଡ ପିନ୍ଧି ତାଙ୍କୁ ସମ୍ମାନ ଜଣାଇଛନ୍ତି ଟିମ ଇଣ୍ଡିଆ ଖେଳାଳି । ଭାରତ ଓ ଅଷ୍ଠ୍ରେଲିଆ ମଧ୍ୟରେ ଏବେ ବକ୍ସିଂ ଡେ ଟେଷ୍ଟ ଚାଲିଛି । ଆଜି ସକାଳୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ଟିମ ଇଣ୍ଡିଆର ସମସ୍ତ ଖେଳାଳି ହାତରେ କଳା ପଟି ପିନ୍ଧି ଖେଳୁଛନ୍ତି।

ସୂଚନା ଅନୂଯାୟୀ, ଗତକାଲି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କର ପରଲୋକ ଘଟିଛି । ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଗତକାଲି ରାତି ୯ଟା ୫୧ରେ ଦେହାନ୍ତ ହୋଇଯାଇଛି । ୯୨ ବର୍ଷ ବୟସ୍କ ମନମୋହନ ଦୀର୍ଘ ଦିନରୁ ସ୍ୱାସ୍ଥ୍ୟ ସମସ୍ୟା ରହିଥିଲା। ଗତକାଲି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥ ବିଗିଡିବାରୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ପରେ ଘରେ ସେ ଚେତାହରାଇଥିଲେ । ତୁରନ୍ତ ତାଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା । ବିଭିନ୍ନ ବିଭାଗର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇପାରିନଥିଲେ ଡାକ୍ତର ।

 

Related posts

ବିସିସିଆଇ ବାର୍ଷିକ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳି ତାଲିକାରୁ ବାଦ୍ ପଡ଼ିଲେ ଧୋନୀ

Odisha Sports Bureau

ଅଷ୍ଟ୍ରେଲିଆକୁ ଝଟକା: ଗୋଲ୍ଫ କୋର୍ଟରୁ ଖସିଲେ ମ୍ୟାକ୍ସୱେଲ, ଇଂଲଣ୍ଡ ବିପକ୍ଷରେ ଖେଳିବେନି

Odisha Sports Bureau

ସିଡ଼ନୀ ଟେଷ୍ଟ ବିଜୟ ଲକ୍ଷ୍ୟରେ ଭାରତ

Odisha Sports Bureau

Leave a Comment