ଚଳିତ ବର୍ଷ ଅକ୍ଟୋବରରେ ଭାରତରେ ହିଁ ଖେଳାଯିବ ଦିନିକିଆ ବିଶ୍ୱକପ୍ । ଯାହାର ଅପେକ୍ଷା ବହୁ ଦିନ ଧରି କ୍ରୀଡାପ୍ରେମୀ କରିଆସୁଛନ୍ତି । ଏଥର ବିଶ୍ୱକପ ଆୟୋଜନ ଭାରତକୁ ମିଳିଛି । କ୍ରିକେଟ୍ ଇତିହାସରେ ଏପରି ପ୍ରଥମ ଘଟଣା , ଯାହା ଭାରତକୁ ପୁରା ଟୁର୍ଣ୍ଣାମେଣ୍ଟର ଆୟୋଜନ ମିଳିଛି ।
ଦିନିକିଆ ବିଶ୍ୱକପ୍କୁ ଆଉ ୫୭ ଦିନ ବାକି ରହିଛି । ଅଗଷ୍ଟ ୯ରେ ଖେଳାଯିବ ଆଇସିସି ଦିନିକିଆ ବିଶ୍ୱକପ୍ ପ୍ରଥମ ମ୍ୟାଚ୍ ।କିନ୍ତୁ ଏବେ ଯାଏଁ ଭାରତୀୟ ଟିମ୍ ନିଜର ପ୍ଲେଇଙ୍ଗ ଇଲେଭନ୍ ସେଟ୍ କରିପାରିନାହିଁ । ରୋହିତ ଶର୍ମାଙ୍କ ଅଧିନାୟକ ଏବଂ ରାହୁଲ ଦ୍ରାବିଡଙ୍କ କୋଚିଂ ସମୟରେ ଟିମ୍ ଇଣ୍ଡିଆକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।
ଭାରତୀୟ ଟିମ୍ ନିକଟରେ ଓ୍ୱେଷ୍ଟଇଣ୍ଡିଜ୍ ବିରୋଧରେ ତିନୋଟି ଦିନିକିଆ ମ୍ୟାଚ୍ ସିରିଜ୍ ଖେଳିଥିଲେ । ଯେଉଁଥିରେ ଭାରତ ୨-୧ରେ ବିଜୟୀ ହୋଇଛି ।କିନ୍ତୁ ଭାରତ ପାଇଁ ସବୁଠୁ ଟେନ୍ସନ ଥିଲା ବ୍ୟାଟିଂ ଲାଇନପ । ଦିନିକିଆ ସିରିଜରେ ରୋହିତ ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା । ଯାହାଫଳରେ ଶୁଭମନ୍ ଗିଲ ଏବଂ ଇଷାନ୍ କିଷାନ୍ ଓପନିଂ କରିଥିଲେ । ଯଦି ଆଗାମୀ ଏସିଆ କପରେ ଶୁଭମନ୍ ଆଉ ଇଷାନ୍ ଓପନିଂ କରନ୍ତି । ତେବେ ରୋହିତଙ୍କୁ ମିଡିଲ୍ ଅର୍ଡରରେ ଖେଳିବାକୁ ପଡିବ । କିନ୍ତୁ ଟିମର ନିୟମିତ ଓପନର ଥିଲେ ଶୁଭମନ୍ ଗିଲ୍ ଏବଂ ରୋହିତ ଶର୍ମା ।
ସେହିପରି ଟିମ୍ ଇଣ୍ଡିଆ ଚିନ୍ତାର ବିଷୟ ମିିଡିଲ ଅର୍ଡର । କିଏ ସମ୍ଭାଳିବ ମିଡିଲ ଅର୍ଡର ଦାୟିତ୍ୱ । ବିରାଟ କୋହଲି, ଶ୍ରେୟସ ଆୟର, ହାର୍ଦ୍ଧିକ ପାଣ୍ଡ୍ୟା, ଇଷାନ କିଶାନ, ସଞ୍ଜୁ ସାମ୍ସମ୍ ରହିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ଟିମ୍ ଏକାଧିକ ବ୍ୟାଟସମ୍ୟାନ୍ଙ୍କୁ ପ୍ରୟୋଗ କରିସାରିଲାଣି । କିନ୍ତୁ ଶ୍ରେୟସ ଆୟରଙ୍କ ବ୍ୟତୀତ ଆଉ କୌଣସି ଏହି ବ୍ୟାଟସମ୍ୟାନ୍ ଏହି ସ୍ଥାନରେ ଫିଟ୍ ହୋଇପାରୁନାହାନ୍ତି । ଶ୍ରେୟସ ଆହତ ପରଠାରୁ ୪ ଜଣ ବ୍ୟାଟସମ୍ୟାନ୍ ପ୍ରୟୋଗ ପରେ ବି ଫେଲ୍ ମାରିଛନ୍ତି ।
ସେହିପରି ବୋଲିଂ ବିଭାଗ ମଧ୍ୟ ଟିମ୍ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ପାଲଟିଛି । ଏବେ ଯଶପ୍ରୀତ୍ ବୁମ୍ରାହ ଫିଟ୍ ହୋଇସାରିଛନ୍ତି । ଆୟରଲ୍ୟାଣ୍ଡ ଗସ୍ତରେ ଟିମ୍କୁ ଫେରିବେ ବୁମ୍ରାହ । ଯଦି ସବୁକିଛି ଠିକ୍ ରୁହେ, ତେବେ ବୁମ୍ରାହଙ୍କ ସହିତ ମହମ୍ମଦ ସାମି, ମହମ୍ମଦ ସିରାଜ ବୋଲିଂ ବିଭାଗ ସମ୍ଭାଳିପାରନ୍ତି ।