Cricket

ପାକିସ୍ତାନ ସହ ଖେଳିବାକୁ ମନା କରିଦେଲା ଟିମ୍‌ ଇଣ୍ତିଆ

ନୂଆଦିଲ୍ଲୀ:- ଡବ୍ଲୁସିଏଲ୍‌ ସେମିଫାଇନାଲରେ ସାମ୍ନାସାମ୍ନି ହୋଇଥାନ୍ତେ ଭାରତ-ପାକିସ୍ତାନ । କିନ୍ତୁ ଭାରତ ଚାମ୍ପିୟନ୍ସ ଏହି ମ୍ୟାଚ୍‌ ଖେଳିବାକୁ ମନା କରିଦେଇଛନ୍ତି । ଏହି ମ୍ୟାଚ୍‌ ଆସନ୍ତାକାଲି ଖେଳାଯିବାକୁ ଥିଲା । ଭାରତୀୟ ଟିମ୍‌ର ପ୍ରତିଟି ଖେଳାଳି ପାକିସ୍ତାନ ସହ କୌଣସି ମ୍ୟାଚ୍‌ ଖେଳିବାକୁ ମନା କରିଦେଇଥିବା ସୂଚନା ମିଳିଛି । ଯୁବରାଜ ସିଂ ନେତୃତ୍ୱଧୀନ ଟିମର ଏହି ନିଷ୍ପତିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଏହି ଟିମରେ ଶିଖର ଧାୱନ, ରବିନ ଉଥପ୍ପା, ସୁରେଶ ରାଇନା ଓ ହରଭଜନ ସିଂଙ୍କ ପରି ଖେଳାଳି ରହିଛନ୍ତି । ଏହା ପୂର୍ବରୁ ଜୁଲାଇ ୨୦ରେ ମଧ୍ୟ ଭାରତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଖେଳିବାକୁ ମନା କରି ଦେଇଥିଲା । ଏହି ମ୍ୟାଚକୁ ବାତିଲ କରି ଦିଆଯାଇଥିଲା । ବୁଧବାର ଲିଗର ସ୍ପନଶର ମଧ୍ୟ ସେମିରୁ ହଟି ଯାଇଥିଲେ ।

‘ଇଜିମାଇଟ୍ରିପ୍’ କମ୍ପାନିର ସହ-ପ୍ରତିଷ୍ଠାତା ନିଶାନ୍ତ ପିଟ୍ଟି ‘ଏକ୍ସ’ ପୋଷ୍ଟରେ ଲେଖିଛନ୍ତି, “ଆମେ ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସରେ ଟିମ୍ ଇଣ୍ଡିଆ ଚାମ୍ପିଅନସର ପ୍ରଦର୍ଶନକୁ ପ୍ରଶଂସା କରୁଛୁ । ଆମେ ଭାରତର ଲୋକଙ୍କ ଭାବନାକୁ ସମ୍ମାନ କରି ପଛକୁ ହଟି ଯାଉଛି । ଆମ ମତରେ ଆତଙ୍କବାଦ ଏବଂ କ୍ରିକେଟ୍ ଏକାଠି ଚାଲିପାରେ ନାହିଁ ।

Related posts

ଭାରତର ବଡ଼ ବିଜୟ ପରେ କ୍ୟାପଟେନ୍ସିକୁ ନେଇ ରୋହିତ ଶର୍ମାଙ୍କ ମତ

Odisha Sports Bureau

ଧୋନୀଙ୍କ ସିଲେକ୍ସନକୁ ନେଇ ପ୍ରଶ୍ନ କଲେ ଜାଡେଜା

Odisha Sports Bureau

ନିଖୋଜ ମହିଳା କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ

Odisha Sports Bureau