Cricket

ୱେଷ୍ଟଇଣ୍ଡିଜ ଟେଷ୍ଟ ଓ ଦିନିକିଆ ପାଇଁ ଘୋଷଣା ହେଲା ଦଳ

ୱେଷ୍ଟଇଣ୍ଡିଜ ଟେଷ୍ଟ ଓ ଦିନିକିଆ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ । BCCI ସିଲେକ୍ସନ କମିଟି ଦୁଇଟି ମ୍ୟାଚ ଯଥା, ଟେଷ୍ଟ ସିରିଜ ଏବଂ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା ହୋଇଛି ।ତେବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ଟି ମ୍ୟାଚରେ T-୨୦ ସିରିଜ ହେବାକୁ ଥିବାବେଳେ, ଏଥିପାଇଁ ଆଗାମୀ ଦିନରେ ଦଳ ଘୋଷଣା କରାଯିବ ବୋଲି କୁହାଯାଇଛି ।ସୂଚନାଯୋଗ୍ୟ ଯେ, ଆସନ୍ତା ଜୁଲାଇ ୧୨ରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଥିବାବେଳେ, ଜୁଲାଇ ୨୭ରୁ ଦିନିକିଆ ସିରିଜ୍ ଆରମ୍ଭ ହେବ ।ଏହି ତାଲିକାରେ କିଛି ନବାଗତଙ୍କୁ ସୁଯୋଗ ମିଳିଛି । ଆସନ୍ତୁ ଜାଣିବା କିଏ କିଏ ଅଛନ୍ତି ଏହି ତାଲିକାରେ

ଟେଷ୍ଟ ଦଳ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଘୋଷଣା କରାଯାଇଥିବା ଦଳରେ ରୋହିତ ଶର୍ମା ଅଧିନାୟକ ରହିଛନ୍ତି । ତାଙ୍କ ସହିତ ଶୁଭମନ୍ ଗିଲ, ଋତୁରାଜ ଗାଏକ୍ୱାଡଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ଏହାସହ ବିରାଟ କୋହଲି, ଯଶସ୍ୱୀ ଜୟସୱାଲ, ଆଜିଙ୍କ୍ୟ ରାହାଣେଙ୍କୁ ଦଳରେ ରଖାଯାଇଛି । ଅନ୍ୟପଟେ ୱିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ଭାବେ କେ ଏସ୍ ଭରତ ଓ ଇଶାନ କିଷାନ ଦଳରେ ରହିଛନ୍ତି । ସେହିପରି ବୋଲିଂ ବିଭାଗରେ ଆର ଅଶ୍ୱିନୀ, ଜାଡେଜା, ଅକ୍ଷର ପଟେଲ ସ୍ପିନ୍ ବିଭାଗ ସମ୍ଭାଳିବେ । ତାଙ୍କ ସହିତ ସାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଦକତ୍ ଏବଂ ନବଦୀପ ସୈନୀ ପେସ୍ ବିଭାଗ ସମ୍ଭାଳିବେ ।

ଦିନିକିଆ ଦଳ

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ରୋହିତ ଶର୍ମା କ୍ୟାପଟେନ୍ ରହିଛନ୍ତି । ତାଙ୍କ ସହିତ ଶୁଭମନ୍ ଗିଲ୍, ଋତୁରାଜ ଗାଏକ୍ୱାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଦଳରେ ରହିଛନ୍ତି । ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବେ ସଞ୍ଜୁ ସାମସନ୍, ଇଶାନ କିଶାନ ଦଳରେ ରହିଛନ୍ତି । ସେହିପରି ଉପ ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ସ୍ଥାନ ପାଇଛନ୍ତି । ଏହାବାଦ୍ ବୋଲିଂରେ ସାର୍ଦ୍ଦୁଲ ଠାକୁର, ଆର ଜାଡେଜା, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ରହିଛନ୍ତି । ତାଙ୍କ ସହିତ ଜୟଦେବ ଉନାଦକତ, ମହମ୍ମଦ ସିରାଜ, ଉମରାନ୍ ମଲ୍ଲିକ ଓ ମୁକେଶ କୁମାର ଭାରତୀୟ ଦଳରେ ରହିଛନ୍ତି ।

Related posts

ସନ୍‌ଡେ ସୁପର ଫାଇଟ୍: ଟସ୍ ଜିତିଲା ସାଉଥ ଆଫ୍ରିକା, ବ୍ୟାଟିଂ କରିବ ଭାରତ

WTC ଫାଇନାଲ ପୂର୍ବରୁ ଅଶ୍ୱିନୀ ଆହତ

ଆଇପିଏଲରେ ଓଡିଆ ଭାଷାରେ ହେବନି କମେଣ୍ଟ୍ରି

Odisha Sports Bureau