Cricket

ଟି-୨୦ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ : ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଇତିହାସ ସୃଷ୍ଟି କଲେ ସ୍ପିନର

ନୂଆଦିଲ୍ଲୀ : ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୪-୧ରେ ଟି-୨୦ ସିରିଜ ଜିତିଛି। ରବିବାର ପଞ୍ଚମ ମ୍ୟାଚରେ ଭାରତ ୮୮ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ଭାରତୀୟ ସ୍ପିନରମାନେ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିଥିଲେ ଏବଂ ଟି -୨୦ କ୍ରିକେଟ୍ ରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଥିବା ଭାରତ ପ୍ରଥମ ଦେଶ ହୋଇପାରିଛି । ତେବେ ପଞ୍ଚମ ମ୍ୟାଚରେ ରୋହିତ ଶର୍ମା, ଋଷଭ ପନ୍ତ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ପରି ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ୍ ବିଶ୍ରାମ ନେଇଥିଲେ । ଏହା ସତ୍ୱେ ଟିମ୍ ଇଣ୍ଡିଆ ୮୮ ରନ୍‌ରେ ମ୍ୟାଚ୍ ଜିତିଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ୭ ୱିକେଟ୍ ହରାଇ ୧୮୮ରନ୍ କରିଥିଲା ।

ଜବାବରେ ଟିମ୍‌ ଇଣ୍ଡିଆ ସ୍ପିନରଙ୍କୁ ସମ୍ମୁଖୀନ ହୋଇନପାରି ୱେଷ୍ଟଇଣ୍ଡିଜ୍ ଦଳ ୧୦୦ରନରେ ଅଲଆଉଟ୍ ହୋଇଯାଇଥିଲା । ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ଅକ୍ଷର ପଟେଲ ମ୍ୟାନ ଅଫ ଦ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା। ଅର୍ଶଦୀପ ସିଂଙ୍କୁ ମ୍ୟାନ ଅଫ୍‌ ଦ ମ୍ୟାଚ୍‌ ବିବେଚିତ କରାଯାଇଥିଲା।

ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଓଡେନ ସ୍ମିଥ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିବାବେଳେ ଜାସନ ହୋଲ୍ଡର, ଡୋମିନିକ୍ ଡ୍ରେକ୍ସ ଓ ହେଡେନ ୱାଲ୍ସ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ୧୮୯ ରନର ବିଜୟ ଲକ୍ଷ୍ୟ ନେଇ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ ଆରମ୍ଭ କରିଥିଲା । ଭାରତୀୟ ସ୍ପିନର ଅକ୍ଷର ପଟେଲଙ୍କ ଘାତକ ସ୍ପିନର ସମ୍ମୁଖୀନ ହୋଇନପାରି ଘରୋଇ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।

Related posts

ମହିଳା ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ହରାଇଲା ଭାରତ

Odisha Sports Bureau

ଟିମ ଇଣ୍ଡିଆ ସ୍ୱଦେଶ ଫେରିବା ପାଇଁ ଚାଟାର୍ଡ ଫ୍ଲାଇଟର ବ୍ୟବସ୍ଥା କଲା ବିସିସିଆଇ

Odisha Sports Bureau

ବିଶ୍ୱକପ ପାଇଁ ଟିମ୍ ଘୋଷଣା କଲା ଅଷ୍ଟ୍ରେଲିଆ, ପ୍ୟାଟ୍ କମିନ୍ସ ଅଧିନାୟକ

Odisha Sports Bureau