More Sports

ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତା; ପ୍ରମୋଦଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର : ଅଲିମ୍ପିକ୍ ବିଜେତା ଓଡ଼ିଶାର ପ୍ରମୋଦ ଭଗତ ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଉଭୟ ଏକକ ଓ ଯୁଗଳରେ ଟ୍ରଫି ଜିତିବାର ଗୌରବ ହାସଲ କରିଛନ୍ତି । ରବିବାର ପୁରୁଷ ଏକକ ଫାଇନାଲ୍ରେ ପ୍ରମୋଦ ଇଂଲଣ୍ଡର ଡାନିଏଲ ବେଥେଲଙ୍କ ବିପକ୍ଷ ପ୍ରଥମ ସେଟ୍କୁ ୨୧-୧୯ରେ ଜିତି ନେଇଥିଲେ। ତେବେ ଦ୍ବିତୀୟ ସେଟ୍ରେ କୌଣସି କାରଣରୁ ବେଥେଲ ଓହରି ଯିବାରୁ ପ୍ରମୋଦ ବିଜୟୀ ହୋଇଥିଲେ। ଏଥିସହ ପ୍ରମୋଦ ଚଳିତ ଋତୁରେ ପ୍ରଥମ ଏକକ ସ୍ବର୍ଣ୍ଣ ଜିତିବାର ଗୌରବ ପାଇଥିଲେ। ପୁରୁଷ ଯୁଗଳରେ ପ୍ରମୋଦ ଓ ତାଙ୍କ ଭାରତୀୟ ସାଥୀ ସୁକାନ୍ତ କଦମ ୧୮-୨୧, ୨୧-୧୪, ୨୧-୧୯ରେ ନିଜ ଦେଶର ଅନ୍ୟ ଏକ ଯୋଡ଼ି ନୀତେଶ କୁମାର ଓ ତରୁଣଙ୍କୁ ମାତ୍ ଦେଇଥିଲେ। ଚଳିତ ବର୍ଷ ପ୍ରମୋଦଙ୍କ ଏହା ତୃତୀୟ ଯୁଗଳ ବର୍ଗ ସ୍ବର୍ଣ୍ଣ। ଏହି ବର୍ଗରେ ସେମିଫାଇନାଲ୍ରେ ହାରିଥିବା ଅନ୍ୟ ଜଣେ ଓଡ଼ିଆ ଦୀପ ରଂଜନ ବିଶୋଇ ରବିବାର କାଂସ୍ୟ ପଦକ ଜିତିଥିଲେ। ଏହି ସଫଳତା ଲାଗି ଓଡ଼ିଶା ପାରା କ୍ରୀଡ଼ା ସଂଘ ଅଭିନନ୍ଦନ ଜଣାଇଛି।

Related posts

ଦବଙ୍ଗ ଦିଲ୍ଲୀ ଏବଂ ବଙ୍ଗଳା ୱାରିୟର୍ସ ମଧ୍ୟରେ ହେବ ଟାଇଟଲ ମୁକାବିଲା

Odisha Sports Bureau

ଆଜିଠାରୁ ଆସେସ୍ ଲଢେଇ

Odisha Sports Bureau

ୱାଟର୍‌ ବୟ ହେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

Odisha Sports Bureau