Cricket

ଚଳିତ ଆଇପିଏଲର ଅଷ୍ଟାଦଶ ମ୍ୟାଚ ଚଣ୍ଡିଗଡର ମୋହାଲିରେ ଖେଳାଯାଛ

ଚଳିତ ଆଇପିଏଲର ଅଷ୍ଟାଦଶ ମ୍ୟାଚ ଚଣ୍ଡିଗଡର ମୋହାଲିରେ ଖେଳାଯାଛଥିବା ବେଳେ ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ । ଉଭୟ ଦଳ ଏପର୍ୟ୍ୟନ୍ତ ୩ ଲେଖାଏଁ ମ୍ୟାଚ୍ ଖେଳିସାରିଥିଲା ବେଳେ ସମାନ ଦୁଇଟି ଲେଖାଏଁ ବିଜୟ ଏବଂ ଗୋଟିଏ ଲେଖାଏଁ ପରାଜୟ ବରଣ କରିଛନ୍ତି। ଉଭୟ ଦଳ ସମାନ ୪ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଉନ୍ନତ ନେଟ୍ ରନ୍ରେଟ୍ ଭିତ୍ତିରେ ଗୁଜରାଟ ଚତୁର୍ଥ ଏବଂ ପଞ୍ଜାବ ଷଷ୍ଠ ସ୍ଥାନରେ ରହିଛି। ଉଦ୍ଘାଟନୀ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ଗୁଜରାଟ ଅଭିଯାନ ଆରମ୍ଭ କରିଥିଲା ବେଳେ ପରବର୍ତୀ ମ୍ୟାଚ୍ରେ ଦିଲ୍ଲୀକୁ ପରାସ୍ତ କରିଥିଲା। ହେଲେ ତୃତୀୟ ମ୍ୟାଚ୍ରେ କୋଲ୍କାତା ନାଇଟ୍ ରାଇଡର୍ସ ନିକଟରୁ ହାରିଯାଇଥିଲା। ଅନ୍ୟପକ୍ଷରେ ପ୍ରଥମ ଦୁଇ ମ୍ୟାଚ୍ରେ ଯଥାକ୍ରମେ କୋଲ୍କାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିବା ପଞ୍ଜାବ ତୃତୀୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ନିକଟରୁ ପରାସ୍ତ ହୋଇଥିଲା। ଫଳରେ ଉଭୟ ଦଳ ବିଜୟ ଧାରାକୁ ଫେରିବା ପାଇଁ ପ୍ରୟାସ କରିବେ। ବିଶେଷକରି ଗୁଜରାଟ ହାରିଯାଇଥିବା ତୃତୀୟ ମ୍ୟାଚ୍ରେ ହାର୍ଦିକ୍ ପାଣ୍ଡ୍ୟା ଖେଳିନଥିଲେ। ଅସୁସ୍ଥତା ଯୋଗୁଁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। କିନ୍ତୁ ପଞ୍ଜାବ ବିପକ୍ଷ ଗୁରୁବାର ମ୍ୟାଚ୍କୁ ସେ ଫେରିବେ ବୋଲି ସଂକେତ ଦେଇଛନ୍ତି। ଦଳ ପ୍ରଥମେ ବ୍ୟାଟିଂ କଲେ ଚୂଡାନ୍ତ ଏକାଦଶରେ ଅଭିନବ ମନୋହରଙ୍କ ବଦଳରେ ପାଣ୍ଡ୍ୟା ଖେଳିବେ। ପୁଣି କୋଲ୍କାତା ବିପକ୍ଷ ମ୍ୟାଚ୍ରେ ରିଙ୍କୁ ସିଂହଙ୍କ ପ୍ରହାରରେ ଘାଇଲା ହୋଇଥିବା ଦ୍ରୁତ ବୋଲର ୟାଶ୍ ଦୟାଲଙ୍କ ଉପରେ ପାଣ୍ଡ୍ୟା ଆସ୍ଥା ପ୍ରକଟ କରିବାର ସମ୍ଭବନା ମଧ୍ୟ ରହିଛି। ପ୍ରଥମେ ବ୍ୟାଟିଂ କଲେ ସାଇ ସୁଦର୍ଶନଙ୍କୁ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳାଇବେ ଏବଂ ବୋଲିଂ କଲେ ଜୋସ୍ ଲିଟଲ୍ଙ୍କୁ ସୁଯୋଗ ଦେବେ ବୋଲି ପାଣ୍ଡ୍ୟା କହିଛନ୍ତି। ତେବେ ଏହାର ପ୍ରମୁଖ ଦ୍ରୁତ ବୋଲର ମହମ୍ମଦ ସାମି କଦାପି ଶିଖର ଧାୱନ୍ଙ୍କୁ ଆଉଟ୍ କରିପାରିନାହାନ୍ତି। ସାମିଙ୍କ ବିପକ୍ଷରେ ଧାୱନ୍ଙ୍କ ଷ୍ଟ୍ରାଇକ୍ରେଟ୍ ୧୪୯ ରହିଛି। ମୁକାବିଲା ପୂର୍ବରୁ ଉଭୟ ଦଳ ଆଇପିଏଲ୍ରେ ୨ ଥର ମୁହାଁମୁହିଁ ହୋଇଥିଲା ବେଳେ ଥରେ ଲେଖାଏଁ ବିଜୟ ଓ ପରାଜୟର ସ୍ବାଦ ଅନୁଭବ କରିଛନ୍ତି। ଏହି ଦୁଇ ଥର ମୁହାଁମୁହିଁ ବେଳେ ପଞ୍ଜାବର ସର୍ବାଧିକ ଦଳୀୟ ସ୍କୋର୍ ୧୮୯/୯ ରହିଥିଲା ବେଳେ ଗୁଜରାଟର ୧୯୦/୪ ରହିଛି। ଆଇପିଏଲ୍ରେ ମୋଟଉପରେ ପଞ୍ଜାବ ୨୨୧ ମ୍ୟାଚ୍ ଖେଳିଥିଲା ବେଳେ ଗୁଜରାଟ ମାତ୍ର ୧୯ ମ୍ୟାଚ୍ ଖେଳିଛି। ପଞ୍ଜାବ ୧୦୩ ବିଜୟ ଏବଂ ୧୧୮ ପରାଜୟ ବରଣ କରିଥିଲା ବେଳେ ଗୁଜରାଟ ୧୪ ବିଜୟ ଓ ୫ ପରାଜୟ ବରଣ କରିଛି। ଆଇପିଏଲ୍ରେ ପଞ୍ଜାବର ସର୍ବାଧିକ ଦଳଗତ ସ୍କୋର୍ ୨୩୨/୨ ରହିଥିଲା ବେଳେ ଗୁଜରାଟର ୨୦୪/୪ ରହିଛି।

Related posts

ବିଶ୍ୱକପ ପାଇଁ ଟିକେଟ ଦର ଆକାଶଛୁଆଁ , ୧୯ ଲକ୍ଷରୁ ଅଧିକ

Odisha Sports Bureau

ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ କୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ

Odisha Sports Bureau

ଭାରିପଡିଲା ଶ୍ରୀଲଙ୍କା ବୋଲର; ୧୫୭ ରନରେ ଇଂଲଣ୍ଡ ଅଲଆଉଟ

Odisha Sports Bureau