More Sports

ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ୨୮ ତମ ଏସିୟ ଟେବୁଲ ଟେନିସ ଟିମ ଚାମ୍ପିଆନସିପ ୨୦୨୫

ଭୁବନେଶ୍ୱର:- ଆସନ୍ତାକାଲିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ୨୮ ତମ ଏସିୟ ଟେବୁଲ ଟେନିସ ଟିମ ଚାମ୍ପିଆନସିପ ୨୦୨୫ । ଅକ୍ଟୋବର ୧୧ ରୁ ୧୫ ତାରିଖ ମଧ୍ୟରେ ହେବ ଏହି ଚାମ୍ପିଆନସିପ ଟ୍ରଫି ଆୟୋଜନ । ୨୨ ଦେଶର ୪୫୦ ଖେଳାଳି ଏଥିରେ ଅଂଶଗ୍ରହଣ କରିବେ । ଦୀର୍ଘ ୧୬ ବର୍ଷ ପରେ ଭାରତରେ ଏସୀୟ ଟେବୁଲ ଟେନିସ ଚାମ୍ପିୟାନସିପର ଆୟୋଜନ କରାଯାଉଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିଆନସିପ ଆୟୋଜିତ ହେଉଛି । ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡରେସନ ଓ ଏସିଆନ ଟେବୁଲ ଟେନିସ ୟୁନିୟନ ପକ୍ଷରୁ ଆୟୋଜିତ ଚମ୍ପିଆନସିପରେ ଅନ୍ତର୍ଜାତୀୟ ସ୍ତରର ବହୁ ପ୍ରତିଷ୍ଠିତ ଦଳ ସାମିଲ ହେବେ । ଏପଟେ ଟେନିସ ତାରକା ପଦ୍ମଶ୍ରୀ ସମ୍ମାନ, ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାର ବିଜେତା ଶରଥ କମଲ ଓଡିଶା ଟେନିସ ଆସୋସିଏସନର ବ୍ରାଣ୍ଡ ଆମ୍ବାସାଡ଼ର ହୋଇଛନ୍ତି ।

Related posts

ବିଚିତ୍ର ନିର୍ମାଣ ଶୈଳିରେ ନିର୍ମିତ ୫୯,୦୦୦ ଆସନ ବିଶିଷ୍ଟ ଷ୍ଟାଡିୟମ

ଭାରତର ଷ୍ଟାର ରାଇଡର ସନ୍ତୋଶଙ୍କ ବାଇକ୍ ଦୁର୍ଘଟଣାଗ୍ରସ୍ତ

Odisha Sports Bureau

ବର୍ଷର ଶ୍ରେଷ୍ଠ ଖେଳାଳୀ ଅମିତ

Odisha Sports Bureau