More Sports

କରୋନା ପାଇଁ ୟୁରୋ ,କୋପା ଚାମ୍ପିୟନଶିପ ସ୍ଥଗିତ

(ଓଡ଼ିଶା ସ୍ପୋର୍ଟ) :ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ ପ୍ରକୋପ । ଏହାର ପ୍ରଭାବ କ୍ରୀଡ଼ା ଜଗତ ଉପରେ ମଧ୍ୟ ପ୍ରଭାବ ପଡ଼ିଛି । କରୋନା ଭାଇରସ୍ ଯୋଗୁ ଫୁଟବଲର ଅନ୍ୟତମ ବଡ଼ ଟୁର୍ଣ୍ଣାମେଣ୍ଟ କୁହାଯାଉଥିବା ୟୁରୋ ଚାମ୍ପିୟନଶିପ୍ ଏବଂ କୋପା ଆମେରିକାକୁ ଆସନ୍ତାବର୍ଷ ପର୍ୟ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ଚଳିତ ବର୍ଷ ଜୁନ୍ ଓ ଜୁଲାଇରେ ୟୁରୋ ଚାମ୍ପିୟନଶିପ୍ ଆୟୋଜିତ ହେବାର ଥିଲା, କିନ୍ତୁ ମଙ୍ଗଳବାର ଆପାତ୍ତକାଳୀନ ଡକା ଯାଇଥିଲା, ଯେଉଁଥିରେ ଏହି ଟୁର୍ଣ୍ଣାମେଣ୍ଟକୁ ବର୍ତ୍ତମାନ ସସପେଣ୍ଡ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୧୧ରୁ ଜୁଲାଇ ୧୧ ତାରିଖ ଭିତରେ ଆୟୋଜନ କରିବାକୁ ଯୋଜନା ରଖାଯାଇଛି।

ୟୁରୋ କପକୁ ବର୍ଷକ ପାଇଁ ସ୍ଥଗିତ ଫଳରେ ଏହାର ପ୍ରଭାବ ଇଂଲଣ୍ଡରେ ୨୦୨୧ରେ ହେବାକୁଥିବା ମହିଳା ୟୁରୋପୀୟ ଚାମ୍ପିୟନଶିପ୍ ଉପରେ ମଧ୍ୟ ପଡ଼ିବ। ୟୁରୋ-୨୦୨୦ରେ କାର୍ୟ୍ୟକ୍ରମରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏହି ଟୁର୍ଣ୍ଣାମେଣ୍ଟ ବିଭିନ୍ନ ଉପମହାଦ୍ୱୀପର ୧୨ଟି ସହର ଯଥା ଆମଷ୍ଟରଡାମ, ବାକୁ, ବିଲବାଓ, ବୁଡାପେଷ୍ଟ, ବୁଚାରେଷ୍ଟ, କୋପେନହାଗେନ୍, ଡବଲିନ୍, ଗ୍ଲାସଗୋ, ଲଣ୍ଡନ, ମ୍ୟୁନିକ୍, ରୋମ୍ ଏବଂ ସେଣ୍ଟ ପିଟର୍ସବର୍ଗରେ ଆୟୋଜିତ ହେବ।
ସେହିପରି ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ଲଣ୍ଡନରେ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁଥିବା ୨୪ଟି ଟିମ୍ ମଧ୍ୟରୁ ୨୦ ଟିମ୍ ଏପର୍ୟ୍ୟନ୍ତ କ୍ୱାଲିଫାଏ କରିସାରିଛନ୍ତି। ତେବେ ବାକି ୪ଟି ଟିମ୍ ପ୍ଲେଅଫ୍ ପରେ ଜଣାପଡ଼ିବ। ପ୍ଲେଅଫ୍ ଚଳିତମାସ ଶେଷଭାଗରେ ଆୟୋଜିତ ହେବାର ଥିଲା, କିନ୍ତୁ ଏବେ ଏହା ପରବର୍ତ୍ତୀ ସମୟରେ ଆୟୋଜିତ ହେବ।

Related posts

ଦବାଙ୍ଗ ଦିଲ୍ଲୀ ୩୮-୩୫ରେ ପରାସ୍ତ କଲା ପାଟନା ପାଇରେଟର୍ସକୁ

Odisha Sports Bureau

ମେରୀକମଙ୍କ ସହିତ ସମସ୍ତ ମୁଷ୍ଟିଯୋଦ୍ଧା ଜାର୍ଡାନରୁ ଫେରିବାପରେ ଘରେ ପୃଥକ ରହିବେ

Odisha Sports Bureau

ସ୍କ୍ୱାସ ମକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ଜିତିଲେ ଭାରତର ଦୀପିକା-ହରିନ୍ଦର

Odisha Sports Bureau