More Sports

ବିଚିତ୍ର ନିର୍ମାଣ ଶୈଳିରେ ନିର୍ମିତ ୫୯,୦୦୦ ଆସନ ବିଶିଷ୍ଟ ଷ୍ଟାଡିୟମ

ଦକ୍ଷିଣ ଆଫ୍ରିକାରେ ଏମିତି ଏକ କ୍ରୀଡ଼ାକ୍ଷେତ୍ର ଯାହାର ନିର୍ମାଣଶୈଳୀ ଦେଖିଲେ ଆଖିକୁ ବି ବିଶ୍ବାସ କରିହେବନି। ଏପରିକି ସେଠାରେ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ଗ୍ୟାଲେରିକୁ ଏପରି ତୋଳାଯାଇଛି ଯାହା ପଡ଼ିଆକୁ ସିଧାସଳଖ ମୁହଁ ନକରି ଭିନ୍ନ କୋଣରେ ଆଡ଼ କରି ରହିଛି। ଏହା ହେଉଛି ବିଚିତ୍ର ନିର୍ମାଣ ଶୈଳିରେ ତିଆରି ହୋଇଥିବା ଦକ୍ଷିଣ ଆଫ୍ରିକାର ମାବାଥୋ ଷ୍ଟାଡିୟମ୍ । ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ଯୁଗ ଅବସରରେ ୧୯୮୧ ମସିହାରେ ସ୍ଥାପିତ ଏହି ଷ୍ଟାଡିଅମ୍କୁ ଏକ ଅବାସ୍ତବ ସ୍ଥାପତ୍ୟ ଢାଞ୍ଚା ବୋଲି ଅନେକ ବିବେଚନା କରିଥା’ନ୍ତି। ଏହାର ରୂପରେଖ ପ୍ରସ୍ତୁତ କରିଥିବା ସ୍ଥପତି ଓ ଯନ୍ତ୍ରୀ ଏହାକୁ ସ୍ବାଭାବିକ ଷ୍ଟାଡିୟମ୍ଠାରୁ ସଂପୂର୍ଣ୍ଣ ଅଲଗା ଶୈଳୀରେ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ଶେଷରେ ଏହା ଏପରି କିଂଭୂତକିମାକାର ହୋଇ ଛିଡ଼ା ହେଲା ଯେ ଦର୍ଶକମାନେ ଏହାର ଗ୍ୟାଲେରିରେ ବସି ତାହା ସଂପୂର୍ଣ୍ଣ ଅନୁପଯୋଗୀ ବୋଲି ଅନୁଭବ କରିଥିଲେ। ସାଧାରଣତଃ ପଡ଼ିଆରେ ଚାଲିଥିବା ଖେଳକୁ ଭଲରେ ଉପଭୋଗ କରିବା ପାଇଁ ଗ୍ୟାଲେରିରେ ଅନୁକୂଳ ବ୍ୟବସ୍ଥା ହୋଇଥାଏ। ମାତ୍ର ସେଠାରେ ବସି ସିଧାସଳଖ ପଡ଼ିଆକୁ ଦେଖିବା ସମ୍ଭବ ନୁହେଁ, ବରଂ ସେଥିପାଇଁ ନିରନ୍ତର ବେକ ମୋଡ଼ି ରହିବାକୁ ପଡ଼ିଥାଏ। ପ୍ରଥମେ ପ୍ରଥମେ ସେଠାରେ କିଛି ସ୍ଥାନୀୟ ଫୁଟବଲ୍ ମ୍ୟାଚ୍ ଆୟୋଜିତ ହୋଇଥିବା ବେଳେ ଏହାର ଏପରି ଅସ୍ବାଭାବିକ ତଥା ବିକୃତ ନିର୍ମାଣଶୈଳୀ ଯୋଗୁଁ ଏହି ୫୯,୦୦୦ ଆସନ ବିଶିଷ୍ଟ ଦେଶର ପଞ୍ଚମ ବୃହତ୍ତମ ଷ୍ଟାଡିୟମ୍ଟି ଏବେ କୌଣସି ଗୁରୁତ୍ବପୂର୍ଣ୍ଣ କ୍ରୀଡ଼ା ଆୟୋଜନରୁ ବଞ୍ଚିତ ହେଉଛି। ଏବେ ଏହି ଷ୍ଟାଡିଅମ୍ଟି ବିଗତ ଦିନର ଏକ ସ୍ମାରକୀ ଭାବେ ବିବେଚିତ ହେଉଛି।

Related posts

ପଦ୍ମ ପୁରସ୍କାର ଚୟନ ଉପରେ ପ୍ରଶ୍ନ ଉଠାଇଲେ ବିନେଶ

Odisha Sports Bureau

ଏସୀୟ ଖେଳ ପ୍ରତିଯୋଗିତାରେ ହାତୀ ଓ ହନୁମାନ ମାସ୍କଟ୍

ଯୁବ ସାଇକେଲିଷ୍ଟ୍ ଏସୋ ଅଲବେନ୍ ଜିତିଲେ ସ୍ୱର୍ଣ୍ଣ

Odisha Sports Bureau