Tennis

କିଟ୍ ମହିଳା ଟେନିସ ଦଳର ବିଜୟରୁ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ଟେନିସ୍ରେ କିଟ୍ ମହିଳା ୩-୦ରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ବବିଦ୍ୟାଳୟକୁ ହରାଇ ଅଭିଯାନ ଆରମ୍ଭ କରିଛି। ମହିଳା ଫୁଟ୍ବଲ୍ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ୦-୨ରେ ଅମୃତସରର ଜିଏନ୍ଡିୟୁଠୁ ହାରି ଯାଇଛି । ସେହି ପରି ରଗ୍ବି ଇଭେଣ୍ଟ୍ରେ କିଟ୍ର ଉଭୟ ପୁରୁଷ ଓ ମହିଳା ଦଳ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି । ଗୁରୁବାର ନିଜ ନିଜର ତୃତୀୟ ଲିଗ୍ ମ୍ୟାଚ୍ରେ ପୁରୁଷ ଓ ମହିଳା ଦଳ କୋହ୍ଲାପୁରର ଶିବାଜୀ ବିଶ୍ବବିଦ୍ୟାଳୟର ଉଭୟ ଦଳକୁ ଯଥାକ୍ରମେ ୪୦-୦ ଓ ୩୬-୫ରେ ହରାଇ ଦେଇଥିଲେ। ପୂର୍ବରୁ ୨ଟି ଲେଖାଏଁ ଲିଗ୍ ମ୍ୟାଚ୍ ଜିତିଥିବା କିଟ୍ର ପୁରୁଷ ଓ ମହିଳା ଦଳ ଅପରାଜେୟ ସହ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରି କ୍ବାର୍ଟରଫାଇନାଲ୍ରେ ପହଞ୍ଚିଥିଲେ।

Related posts

ଅଷ୍ଟ୍ରେଲିଆ ଓପନର ପ୍ରଥମ ପର୍ଯ୍ୟାୟରେ ପ୍ରଜନେସକୁ ମିଳିଲା ପରାଜୟ

Odisha Sports Bureau

ସମ୍ମାନିତ ହେବେ ଟେନିସ୍ ତାରକା ରୋଜର ଫେଡେରର୍

ଓଟିଏ ଚାମ୍ପିଅନ୍ସିପ ସିରିଜ୍ରେ ସୋହିନୀଙ୍କୁ ଦ୍ୱିମୁକୁଟ