Tennis

କିଟ୍ ମହିଳା ଟେନିସ ଦଳର ବିଜୟରୁ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ଟେନିସ୍ରେ କିଟ୍ ମହିଳା ୩-୦ରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ବବିଦ୍ୟାଳୟକୁ ହରାଇ ଅଭିଯାନ ଆରମ୍ଭ କରିଛି। ମହିଳା ଫୁଟ୍ବଲ୍ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ୦-୨ରେ ଅମୃତସରର ଜିଏନ୍ଡିୟୁଠୁ ହାରି ଯାଇଛି । ସେହି ପରି ରଗ୍ବି ଇଭେଣ୍ଟ୍ରେ କିଟ୍ର ଉଭୟ ପୁରୁଷ ଓ ମହିଳା ଦଳ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି । ଗୁରୁବାର ନିଜ ନିଜର ତୃତୀୟ ଲିଗ୍ ମ୍ୟାଚ୍ରେ ପୁରୁଷ ଓ ମହିଳା ଦଳ କୋହ୍ଲାପୁରର ଶିବାଜୀ ବିଶ୍ବବିଦ୍ୟାଳୟର ଉଭୟ ଦଳକୁ ଯଥାକ୍ରମେ ୪୦-୦ ଓ ୩୬-୫ରେ ହରାଇ ଦେଇଥିଲେ। ପୂର୍ବରୁ ୨ଟି ଲେଖାଏଁ ଲିଗ୍ ମ୍ୟାଚ୍ ଜିତିଥିବା କିଟ୍ର ପୁରୁଷ ଓ ମହିଳା ଦଳ ଅପରାଜେୟ ସହ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରି କ୍ବାର୍ଟରଫାଇନାଲ୍ରେ ପହଞ୍ଚିଥିଲେ।

Related posts

ଭାରତୀୟ ଫେଡ୍ କପ୍ ଟିମରେ ସାନିଆ

Odisha Sports Bureau

ଏମ୍ଓଏସ୍ଏଫ୍ ଆଇଟା-ଓଟିଏ ଟେନିସରେ କବୀର ହଂସଙ୍କୁ ଦ୍ବିମୁକୁଟ

Odisha Sports Bureau

ଟେଙ୍ଗଲଙ୍କୁ ହରାଇ ଇଣ୍ଡିଆନ୍ ୱେଲସ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ପର୍ଯ୍ୟାୟରେ ପ୍ରବେଶ କଲେ ଜୋକୋଭିକ୍

Odisha Sports Bureau